close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମହମୁଦୁଲ୍ଲାଙ୍କ ତୁଳନା ଧୋନିଙ୍କ ସହ କଲେ ଇରଫାନ ପଠାନ

ଟିମ ଇଣ୍ଡଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ତୁଳନା ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ମହମୁଦୁଲ୍ଲାଙ୍କ ସହ କରିଛନ୍ତି ପୂର୍ବତନ ଭାରତୀୟ ବୋଲର ଇରଫାନ ପଠାନ । ମହମୁଦୁଲ୍ଲାଙ୍କ ଭିତରେ ଧୋନିଙ୍କ ପରି ଅଧିନାୟକତ୍ୱ କରିବାର ଗୁଣ ରହିଛି ବୋଲି ଇରଫାନ କହିଛନ୍ତି । ମହମୁଦୁଲ୍ଲାଙ୍କ ନେତୃତ୍ୱରେ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜିତ କରିଥିଲା । ଏହା ଭାରତ ବିରୋଧରେ ବାଂଲାଦେଶର ପ୍ରଥମ ଟି-୨୦ ମ୍ୟାଚରେ ବିଜୟ ଥିଲା ।

ମହମୁଦୁଲ୍ଲାଙ୍କ ତୁଳନା ଧୋନିଙ୍କ ସହ କଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଟିମ ଇଣ୍ଡଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ତୁଳନା ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ମହମୁଦୁଲ୍ଲାଙ୍କ ସହ କରିଛନ୍ତି ପୂର୍ବତନ ଭାରତୀୟ ବୋଲର ଇରଫାନ ପଠାନ । ମହମୁଦୁଲ୍ଲାଙ୍କ ଭିତରେ ଧୋନିଙ୍କ ପରି ଅଧିନାୟକତ୍ୱ କରିବାର ଗୁଣ ରହିଛି ବୋଲି ଇରଫାନ କହିଛନ୍ତି । ମହମୁଦୁଲ୍ଲାଙ୍କ ନେତୃତ୍ୱରେ ବାଂଲାଦେଶ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜିତ କରିଥିଲା । ଏହା ଭାରତ ବିରୋଧରେ ବାଂଲାଦେଶର ପ୍ରଥମ ଟି-୨୦ ମ୍ୟାଚରେ ବିଜୟ ଥିଲା ।

ପଠାନ କହିଛନ୍ତି ଯେ ଯେତେବେଳେ ଆପଣ ଦୁନିଆର ସର୍ବଶ୍ରେଷ୍ଠ ଟିମ ମଧ୍ୟରୁ ଗୋଟିଏ ଦଳ ବିରୋଧରେ ମ୍ୟାଚ ଜିତିଛନ୍ତି ତେବେ ଆପଣଙ୍କ ଆତ୍ମ ବିଶ୍ୱାସ ବଢିଥାଏ । ମହମୁଦୁଲ୍ଲା ମ୍ୟାଚ ଭିତରେ ଯେପରି ନିଷ୍ପତ୍ତି ନେଇଥିଲେ, ସେଥିରୁ ମହାନ ଅଧିନାୟକର ଝଲକ ଦେଖାଯାଇଥିଲା । ତାଙ୍କ ଅଧିନାୟକତ୍ୱରେ ଧୋନିଙ୍କ ପରି ଝଲକ ଦେଖାଯାଇଥାଏ । କାରଣ ପାୱାରପ୍ଲେରେ ସେ କାମଚଳା ବୋଲରଙ୍କୁ ଉପଯୋଗ କରିଥିଲେ । ଧୋନି ମଧ୍ୟ ନିଜ ଅଧିନାୟକତ୍ୱରେ ଏପରି ରଣନୀତି ଆପଣାଉଥିଲେ ବୋଲି ଇରଫାନ ପଠାନ କହିଛନ୍ତି ।

ଅନ୍ୟପକ୍ଷେ ବାଂଲାଦେଶ ନିଜ ବିଜୟ ଯାତ୍ରା ବଜାୟ ରଖି ପାରି ନଥିଲା । ରାଜକୋଟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ରେ ପରାଜୟର ସାମ୍ନା କରିଥିଲା । ଏହି ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ନାଗପୁରରେ ଖେଳାଯିବ । ଅଫ ସ୍ପିନର ହରଭନ ସିଂହ କହିଛନ୍ତି ଯେ ତୃତୀୟ ଟି-୨୦ ମ୍ୟାଚରେ ବାଂଲାଦେଶର ସଫଳତା ୱିକେଟକିପର ମୁଶଫିକୁର ରହୀମଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ମୁଶଫିକୁର ଏପରି ଏକ ଖେଳାଳି, ଯାହା ପାଖରେ ବହୁତ ଅନୁଭବ ରହିଛି । ସେ ସ୍ପିନ ଓ ଦ୍ରୁତ ବଲକୁ ସହଜରେ ଖେଳି ପାରନ୍ତି ।