ନୂଆଦିଲ୍ଲୀ: ସୁଧୁରୁଛି ଦିଲ୍ଲୀ ବାୟୁମଣ୍ଡଳ । ଏବେ ଦିଲ୍ଲୀ ବାୟୁର ଗୁଣବତ୍ତା 'ପୋର' କେଟାଗୋରୀରେ ରହିଛି । ଆଜି ଲୋଧୀ ରୋଡ ଅଞ୍ଚଳରେ ବାୟୁର ଗୁଣବତ୍ତା ୨୦୬ । ଅର୍ଥାତ ରାଜଧାନୀବାସୀଙ୍କୁ ଏହା ଆଶ୍ୱସ୍ତି ଦେଇଛି ।
କିଛିଦିନ ପୂର୍ବରୁ ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ହାସଲ କରିନେଇଥିଲା ଦିଲ୍ଲୀ । ଦୀପାବଳି ପରେ ବାୟୁର ଗୁଣବତ୍ତା(AQI) ହଜାରେ ପାର କରିଥିଲା । ସ୍ଥିତି ଏପରି ହୋଇଥିଲା ଯେ ସ୍କୁଲ, କଲେଜ ବନ୍ଦ କରିବାକୁ ପଡିଥିଲା । ସେହିପରି ତୃତୀୟ ଥର ପାଇଁ ରାଜଧାନୀରେ ଅଡ-ଇଭେନ ନିୟମ ଲାଗୁ ହୋଇଥିଲା । ମାତ୍ର ଏବେ ଧୀରେ ଧୀରେ ଦିଲ୍ଲୀ ସ୍ଥିତି ସୁଧୁରିଲାଣି ।
Delhi: Major pollutants PM 2.5 & PM 10 at 206 & 202 respectively, both in 'Poor' category, in Lodhi Road area, according to the Air Quality Index (AQI) data. pic.twitter.com/BAww9thiLr
— ANI (@ANI) December 4, 2019
ଆହୁରି ପଢନ୍ତୁ; 'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'