ପାଣ୍ଡବଘେରାରେ ଧୁମଧାମରେ ଚାଲିଛି ମକର ମେଳା
Advertisement

ପାଣ୍ଡବଘେରାରେ ଧୁମଧାମରେ ଚାଲିଛି ମକର ମେଳା

ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଏଠାକୁ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ ଛୁଟି ଆସନ୍ତି ।

ପାଣ୍ଡବଘେରାରେ ଧୁମଧାମରେ ଚାଲିଛି ମକର ମେଳା

ଦେବେନ୍ଦ୍ର କୁମାର ନାୟକ, ସୋରୋ:  ବାଲେଶ୍ୱର ଜିଲା ଔପଦା ବ୍ଳକରେ ରହିଛି ପୁରାଣ ବର୍ଣ୍ଣିତ ପାଣ୍ଡବଘେରା । ଏଠାରେ  ପାଣ୍ଡବମାନେ ଅଜ୍ଞାତବାସ କିଛିଦିନ କରିଥିବା ବିଶ୍ୱାସ ରହିଛି ।

ପାଣ୍ଡବଘେରାକୁ ଯିବାକୁ ହେଲେ ଔପଦା ବ୍ଲକର ଅଗିରାପଦା ଗ୍ରାମରୁ ଦେବଗିରୀ ପହାଡର ୮ଶହ ଫୁଟ ଚଢିଲେ ଶୀର୍ଷରେ ପହଞ୍ଚିଲେ ପାଣ୍ଡବଘେରା ପଡିବ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଏଠାକୁ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ ଛୁଟି ଆସନ୍ତି । ପାହାଡଘେରା ମନୋରମ ଦୃଶ୍ୟ ସହିତ ଶ୍ରଦ୍ଧାଳୁ ମାନେ ପୂଜା ଉତ୍ସବ ମେଳାରେ ଯୋଗ ଦିଅନ୍ତି । ମକର ସଂକ୍ରାନ୍ତିରେ ଏହି ପର୍ବ ୩ ଦିନ ଧରି ପାଳନ କରାଯାଇଥାଏ । ଏଠାରେ ପଞ୍ଚୁ ପାଣ୍ଡଵଙ୍କ ବ୍ୟବହାର କରୁଥିବା ସମସ୍ତ ଅସବାପତ୍ର ସ୍ମୃତି ଭାବେ ରହିଛି । 

ଏହି ଠାରେ ବଡ ସୁଡ଼ଙ୍ଗ ରହିଛି । ଏହି ସୁଡଙ୍ଗରେ ପୁରାଣ ବର୍ଣ୍ଣିତ ପଞ୍ଚୁପାଣ୍ଡବ ଅଜ୍ଞାତ ବେଳେ କିଛିଦିନ ରହିଥିଲେ । ଶ୍ରୀକୃଷ୍ଣ ଅସୁରମାନଙ୍କୁ ଏଠାରେ ଦେବତାଙ୍କ ଠାରେ ଦାସତ୍ୱ କରାଇଥିଲେ । ହଜାର ହଜାର ପାହାଡରେ ଶ୍ରଦ୍ଧାଳୁ ମାନେ ଚଢି ଯାଉଥିଲା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଥିଲା । ମନ୍ଦିରକୁ ଗୁରୁ ଆଶ୍ରମ ନାମରେ ନାମିତ କରାଯାଇଛି । ଏହାକୁ ପରିଚାଳନା କରୁଛି ପାଣ୍ଡବ ଘେରା ସଦାଚାର ସମିତି । ଦେବଗିରି ପାହାଡ ଉପରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଶ୍ରୀକୃଷ୍ଣଙ୍କ ପୂଜା ଅର୍ଚ୍ଚନା କରାଯାଇ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଭଜନ କୀର୍ତ୍ତନ ଓ ଧାର୍ମିକ ପୂରାଣ ବିହୟରେ ପର୍ବତନ ସଭାର ଆୟୋଜନ ହୋଇଥାଏ । ଏହି ୩ ଦିନ ଚାଲୁଥିବା ମକର ମେଳା ଭିତରେ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି । ବିଶେଷ କରି ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏହି ମେଳାଟି ବର୍ଷର ଥରେ ବଡ ପର୍ବଭଳି ମନାଯାଏ ।

ପ୍ରାକୃତିକ ସୈାନ୍ଦର୍ଯ୍ୟ ଭିତରେ ଅବସ୍ଥିତ ଏହି ପାଣ୍ଡବ ଘେରାର ଇତିହାସକୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ଦେଖିବା ପାଇଁ ଲୋକେ ଆସିଥାନ୍ତି । ଏଠାରେ ପାଣ୍ଡବ ମାନଙ୍କର ରୋଷେଇଶାଳା,ପୋଡପିଠା ,ଖଡି ଓ ଶ୍ରୀକୃଷ୍ଣଙ୍କ ଠାରୁ ଯୁଧ୍ୟ  ଶିକ୍ଷା ପାଣ୍ଡବ ମାନେ ନେଇଥିବା ସ୍ମରଣିକା ଲୋକଙ୍କ ଅଚମ୍ବିତ ସହିତ ଆଶ୍ଚର୍ଯ୍ୟ କରିଥାଏ । ମାନସିକ ରଖିଥିବା ଶ୍ରଦ୍ଧାଳୁ ମାନେ କଷ୍ଟ କରି ୮ଶହ ମିଟର ପାହାଡ ଉପରେ ଚାଲି ଚାଲି ଯାଇଥାନ୍ତି । ପ୍ରଶାସନ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ବିଭିନ୍ନ ସ୍ଵେଚ୍ଛାସେବୀ  ଓ ପ୍ରଶାସନ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପ୍ରଶାସନ ଦ୍ୱାରା ଏହି ସ୍ଥାନ ର ବିକାଶ କରାଯିବ ବୋଲି ବିଜେଡି ନେତା ସନ୍ତୋଷ ମଲ୍ଲିକ  କହିଛନ୍ତି ।