ନିଆରା ଶିକ୍ଷାଦାନ: ଘୋଡ଼ାରେ ଆସୁଛନ୍ତି ଶିକ୍ଷକ

ଯେଉଁଠି ଦିନେ ପିଲାଙ୍କୁ ଶିକ୍ଷା ପାଇଁ ସଂଘର୍ଷ କରିବାକୁ ପଡୁଥିଲା, ସେଠି ଆଜି ପିଲାଙ୍କୁ ନାଚି ନାଚି ନାଚି ପାଠ ପଢ଼ାଉଛନ୍ତି ଶିକ୍ଷକ। ଡଙ୍ଗାରେ ବସି ଏବଂ ଘୋଡ଼ାରେ ଚଢ଼ି ସ୍କୁଲ ମଧ୍ୟ ଯାଉଛନ୍ତି। ଶିକ୍ଷକମାନଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନ ଯୋଗୁଁ ସେମାନେ ସ୍ୱାଭିମାନ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। 

ନିଆରା ଶିକ୍ଷାଦାନ: ଘୋଡ଼ାରେ ଆସୁଛନ୍ତି ଶିକ୍ଷକ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳ। ଅଞ୍ଚଳଟି ସର୍ବଦା ସମସ୍ୟା ଘେରରେ ଥିବାରୁ ଚର୍ଚ୍ଚାରେ ରହି ଆସୁଥିବା ବେଳେ ବର୍ତ୍ତମାନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ପ୍ରଚେଷ୍ଟା କରିବା ସହ ଚର୍ଚ୍ଚାକୁ ଆସିଛି ଜିଲ୍ଲା ଶିକ୍ଷା ବିଭାଗ। ଯେଉଁଠି ଲୋକେ ଶିକ୍ଷାରୁ ବଞ୍ଚିତ ଥିବା ଅଭିଯୋଗ କରି ଦିନେ ପ୍ରଶାସନକୁ ଦୋଷାରୋପ କରିଥିଲେ ଆଜି ସେହି ଅଞ୍ଚଳରେ ଶିକ୍ଷା ବିଭାଗର ଅଧିକାରୀ ଏବଂ ଶିକ୍ଷକମାନେ ବିଭିନ୍ନ ଅସୁବିଧାକୁ ସାମ୍ନା କରି ସ୍ଵାଭିମାନ ଅଞ୍ଚଳର ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଅତି ଉନ୍ନତ ଏବଂ ନିଆରା ଢଙ୍ଗରେ ପିଲାଙ୍କୁ ଶିକ୍ଷା ଦାନ କରି ସ୍ଵାଭିମାନ ଅଞ୍ଚଳର ଗୋଷ୍ଠୀ ସାଧନ ସହାୟକ ପୁରସ୍କୃତ ମଧ୍ୟ ହୋଇଛନ୍ତି। 

ଦୀର୍ଘ ସାତ ଦଶନ୍ଧି ଧରି ସ୍ଵାଭିମାନ ଅଞ୍ଚଳର ଲୋକେ ଜଳବନ୍ଦୀ ଜୀବନ ଯାପନ କରି ଆସୁଥିବାବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ମୌଳିକ ସୁବିଧାରୁ ବଞ୍ଚିତ ରହି ଆସୁଥିଲେ। ଶିକ୍ଷା ପାଇଁ ତ ବର୍ଷ ବର୍ଷ ଧରି ଦାବି କରି ଆସୁଥିବା ବେଳେ ଅନେକ ଥର ଉଗ୍ର ରୂପ ମଧ୍ୟ ଧାରଣ କରିଛନ୍ତି। ଏହାପର ଠାରୁ ପିଲାଙ୍କୁ ଶିକ୍ଷାଦାନ ପାଇଁ ପ୍ରାଶାସନିକ ସ୍ତରରେ ପଦକ୍ଷେପ ନିଆଯାଇଛି। ସାଧାରଣତଃ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଶିକ୍ଷକମାନେ ଅନେକ ବାହାନା କରି ଶିକ୍ଷାଦାନ ଠାରୁ ଦୂରେଇ ରହୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଅଞ୍ଚଳରେ ଶିକ୍ଷକଙ୍କ ବିଚିତ୍ର ଧରଣର ପାଠପଢାର ଚିତ୍ର ସାମ୍ନାକୁ ଆସିଛି।
malkangiri cut off area

ଯେଉଁଠି ଦିନେ ପିଲାଙ୍କୁ ଶିକ୍ଷା ପାଇଁ ସଂଘର୍ଷ କରିବାକୁ ପଡୁଥିଲା, ସେଠି ଆଜି ପିଲାଙ୍କୁ ନାଚି ନାଚି ନାଚି ପାଠ ପଢ଼ାଉଛନ୍ତି ଶିକ୍ଷକ। ଏହାସହ ଡଙ୍ଗାରେ ବସି ଏବଂ ଘୋଡ଼ାରେ ଚଢ଼ି ସ୍କୁଲ ମଧ୍ୟ ଯାଉଛନ୍ତି। ପାପରମେଟଲା ପଞ୍ଚୟତର ଜନ୍ତାପାଇ, ବଡଡୂରାଲ, ଧୂଳିପୁଟ ଭଳି ବହୁ ବିଦ୍ୟାଳୟର ଶିକ୍ଷକ ଏବେ ନିତିଦିନ ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିବା ସହ ପିଲାଙ୍କୁ ବିଭିନ୍ନ ଶାରୀରିକ ବିକାଶ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି। ଶିକ୍ଷକମାନଙ୍କ ଏଭଳି ଉଦ୍ୟମ ଓ ଶିକ୍ଷାଦାନ ଯୋଗୁଁ ସେମାନେ ସ୍ୱାଭିମାନ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। 

ପୂର୍ବରୁ ଏହି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ ଆସୁ ନ ଥିବା ଓ ପଢାପଢି ହେଉ ନ ଥିବା ଅଭିଯୋଗ କରି ଆଦିବାସୀ ମେଳି କରାଯାଇଥିଲା। ହେଲେ ଏବେ ଏଭଳି ଚିତ୍ର ସ୍ୱାଭିମାନ ଅଞ୍ଚଳରୁ ସାମ୍ନାକୁ ଆସିବାରୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଠିକୁ ରାସ୍ତା ନାହିଁ, ସେଠି ନିଜେ ଶିକ୍ଷକ ଡଙ୍ଗାରେ, ଘୋଡାରେ ଯାଇ ଶିକ୍ଷାଦାନ କରୁଛନ୍ତି। କେବଳ ପିଲାଙ୍କୁ ନୁହେଁ ସେଠାକାର ସାଧାରଣ ଜନତାଙ୍କୁ ମଧ୍ୟ ଶିକ୍ଷାପାଇଁ ସଚେତନ କରାଉଛନ୍ତି। ଶିକ୍ଷାର ଭିତ୍ତିଭୂମି ବିକାଶ ନିମନ୍ତେ ଲୋକଙ୍କ ସହ ବିଭିନ୍ନ ବୈଠକ କରି ପିଲାଙ୍କୁ ଶିକ୍ଷାଦାନ କରାଇବାକୁ ଆବାହନ ଦେଇଛନ୍ତି। ଅପହଞ୍ଚ ଅଞ୍ଚଳର ନଦୀନାଳ ଡେଇଁ ପାଦଚଲା ରାସ୍ତାରେ ଯାଇ ଏହାର ତଦାରଖ କରୁଛନ୍ତି ଶିକ୍ଷା ବିଭାଗର ଗୋଷ୍ଠୀ ସାଧନ ସହାୟକ। ଆଉ ତାଙ୍କର ଏଭଳି କାର୍ଯ୍ୟ ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରଶଂସା ମଧ୍ୟ କରିଛି।