ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏଭଳି କିଛି ପଦକ୍ଷେପ ହାତକୁ ନେଇଛନ୍ତି

ଖରାଦିନେ ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ନେଇଛି ଏଭଳି କିଛି ପଦକ୍ଷେପ 

ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏଭଳି କିଛି ପଦକ୍ଷେପ ହାତକୁ ନେଇଛନ୍ତି
ଖରାଦିନେ ଜଳକଷ୍ଟ ଦୂର କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ନେଇଛି ଏଭଳି କିଛି ପଦକ୍ଷେପ

ମାଲକାନଗିରି: ଆଉ ରହିବନି ଜଳକଷ୍ଟ । ଗ୍ରୀଷ୍ମଦିନେ ଦେଖା ଯାଉଥିବା ଜଳକଷ୍ଟ ଦୂର କରିବ ବର୍ଷାଜଳ ପୁନଃ ସଂରକ୍ଷଣ ପ୍ରକଳ୍ପ ।ଏଭଳି କିଛି ପଦକ୍ଷେପ ହାତକୁ ନେଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଗଡିଆଳି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ଏହି ପ୍ରକଳ୍ପ । ମାତ୍ର ଏକ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଜଳସ୍ତର ବଢାଇବା ସହ ବର୍ଷାଦିନେ ନଷ୍ଟ ହେଉଥିବା ଅତିରିକ୍ତ ଜଳକୁ ଏହି ପ୍ରକଳ୍ପ ମାଧ୍ୟମରେ ସଂରକ୍ଷଣ କରଯାଇ ମାଟିର ଜଳସ୍ତରକୁ ବୃଦ୍ଧି କରାଯାଇ ପାରିବ ବୋଲି ପରୀକ୍ଷାମୂଳକ ଭାବେ ଏହି ପ୍ରକଳ୍ପ କରାଯାଇଛି । ପୂର୍ବରୁ ଏଭଳି ପ୍ରକଳ୍ପ ମହରାଷ୍ଟ୍ରରେ କରି ଜଳ ସଂରକ୍ଷଣ କରଯାଉଥିବା ହେତୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହାକୁ ନିର୍ମାଣ କରିଛି ।

ଗ୍ରାମରେ ଏହି ପ୍ରକଳ୍ପ ନିର୍ମାଣ ପରେ ପ୍ରକଳ୍ପରେ ଥିବା ପିଟ୍ ଗୁଡିକ ବର୍ଷାଦିନେ ଅପଚୟ ହେଉଥିବା ଜଳକୁ ସଂରକ୍ଷିତ କରିବା ସହ ଏହାର ଶହେ ମିଟର ପରିସରରେ ଥିବା ନଳକୂପ ଏବଂ ମାଟିରେ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ରଖାଯାଇଛି । ପ୍ରକଳ୍ପ ଦ୍ଵାରା ଭୂତଳ ଜଳ ସଂରକ୍ଷିତ ହେବା ସହ ଭବିଷ୍ୟତରେ ଜଳକଷ୍ଟକୁ ଦୂର କରାଯାଇ ପାରିବ । ପ୍ରକଳ୍ପ ଯୋଗୁଁ ବର୍ତ୍ତମାନ ଗଡ଼ିଆଳି ଗ୍ରାମରେ ଥିବା ନଳକୂପର ଜଳସ୍ତରକୁ ବୃଦ୍ଧି କରୁଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ । ସେହିପରି ଅଞ୍ଚଳରେ ପୂର୍ବରୁ ଖରାଦିନେ ଜଳକଷ୍ଟ ଭୋଗୁଥିବା ଲୋକଙ୍କ ପାଇଁ ଅନ୍ୟ ବିକଳ୍ପ ନଥିବା ବେଳେ ଏହି ଜଳ ସଂରକ୍ଷଣ ପ୍ରକଳ୍ପ ଭବିଷ୍ୟତରେ ସହାୟକ ହେବ ବୋଲି ଆଶା କରାଯାଉଛି । ଦିନକୁ ଦିନ ଜଳସ୍ତର କମିବାରେ ଲାଗିଥିବା ବେଳେ ଏଭଳି ପ୍ରକଳ୍ପ ଯଦି ସଫଳ ହୁଏ, ତେବେ ଆଗାମୀ ଦିନରେ ଜଳ ଅଭାବକୁ ଅନେକ ମାତ୍ରାରେ ରୋକା ଯାଇପାରିବ .