close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଉଡାଜାହାଜରେ ବସି ପାଠ ପଢୁଛନ୍ତି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ

 ଉଡାଜାହାଜରେ ବସି ପାଠ ପଢୁଛନ୍ତି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରଛାତ୍ରୀ

ଉଡାଜାହାଜରେ ବସି ପାଠ ପଢୁଛନ୍ତି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ
ଉଡାଜାହାଜରେ ବସି ପାଠ ପଢୁଛନ୍ତି ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ

ଅଶୋକ ମିଶ୍ର, ମାଲକାନଗିରି: ଉଡାଜାହଜରେ ବସି ବୁଲିବା ପାଇଁ ସମସ୍ତଙ୍କ ଇଛା ଥାଏ, ହେଲେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଉଡାଜାହାଜରେ ବସି ପାଠ ପଢୁଛନ୍ତି । ଏହା ହେଉଛି ମାଲକାନଗିରି ସଦର ମହକୁମା ଠାରୁ ୧୦କିଲୋମିଟର ଦୂରରେ ଥିବା ଚାଲାଣଗୁଡ଼ା ଗ୍ରାମର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ। ଏହି ବିଦ୍ୟାଳୟ ଟି ଦେଖିବାକୁ ଅନ୍ୟ ବିଦ୍ୟାଳୟ ପରି ନୁହେଁ, ବିଦ୍ୟାଳୟର କାନ୍ଥରେ ଅଙ୍କିତ ହୋଇଛି ଉଡାଜାହାଜର ଚିତ୍ର । ମନରେ ଉଡାଜାହାଜର ଭ୍ରମ ସୃଷ୍ଠି କରୁଥିବା ଏହି ଉଡାଜାହାଜ କୌଣସି ରନୱେରେ ଉଡେ ନାହିଁ ବରଂ ଶିକ୍ଷା ବ୍ୟବସ୍ଥାର ପଥରେ ଚାଲିଥାଏ। ଶିକ୍ଷକ, ଶିକ୍ଷୟିତ୍ରୀମାନେ ଏହି ଉଡାଜାହାଜ ଭିତରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତି । ଉଡ଼ାଜାହାଜ ଦେଖି ନ ଥିବା ଏହି ଗାଉଁଲି, ସରଳ ଓ ନିରିହ ପିଲାମାନେ ଏଭଳି ପାଠ ପଢ଼ିବା ଯୋଗୁଁ ଏବେ ପାଇଲଟ ହେବାର ସ୍ୱପ୍ନ ଦେଖୁଛନ୍ତି ।

ରାଜ୍ୟରେ ଉପାନ୍ତ ଜିଲ୍ଲା ରୂପେ ପରିଚିତ ମାଲକାନଗିରି, ଯେଉଁଠିକାର ଅଧିକାଂଶ ଅଧିବାସୀ ଆଜି ଯାଏ ଉଡାଜାହାଜ ଦେଖି ନାହାନ୍ତି କିମ୍ବା ବସି ନାହାନ୍ତି ସେଠାରେ ଗତ କିଛିଦିନ ପୂର୍ବରୁ ଜଣେ ଆଦିବାସୀ ଯୁବତୀ ଉଡାଜାହାଜ ଉଡାଉଥିବା ଖବର ଜିଲ୍ଲା ପାଇଁ ଗର୍ବ ଆଣିଥିଲା । ଏଭଳି ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଉଡାଜାହାଜ ବାବଦରେ ସଚେତନତା କରିବା ପାଇଁ ଶ୍ରେଣୀଗୃହରେ ଉଡାଜାହଜ ସହ ଅନେକ ବିଷୟରେ ଚିତ୍ରଣ କରାଯାଇଛି । ରାଜ୍ୟ ସରକାରଙ୍କ ସର୍ବଶିକ୍ଷା ଅଭିଯାନର ବାଲ୍ ଏକଟିଭିଟି ଯୋଜନା ମାଧ୍ୟମରେ ଏହି ଉଦଜାହାଜ କକ୍ଷ ପ୍ରସ୍ତୁତ ହୋଇଛି  ଏହି ଉଡାଜାହାଜ ଛବି ଦେଖି ଛାତ୍ରଛାତ୍ରୀମାନେ ସମ୍ୟକ ଧାରଣା ପାଇ ପାରିବେ ଏବଂ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ଆସିବାକୁ ମନ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମତ ରଖିଛନ୍ତି ।