close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

'ମୋ ଫୋନ ଟେପ୍ କରୁଛନ୍ତି ମୋଦି ସରକାର, ମୋ ପାଖରେ ଅଛି ପ୍ରମାଣ'

ମୋଦି ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଜେନ୍ସି ତାଙ୍କ ଫୋନ ଟେପିଂ କରୁଛି । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ଦାବି କରିଛନ୍ତି ସେ । ହ୍ୱାଟସଆପ ଗୁଇନ୍ଦାଗିରି ମାମଲାରେ ସେ ଟିପ୍ପଣୀ କରି କହିଛନ୍ତି ଯେ ମୋଦି ସରକାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ କରୁଛନ୍ତି ।

'ମୋ ଫୋନ ଟେପ୍ କରୁଛନ୍ତି ମୋଦି ସରକାର, ମୋ ପାଖରେ ଅଛି ପ୍ରମାଣ'
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ମୋଦି ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏଜେନ୍ସି ତାଙ୍କ ଫୋନ ଟେପିଂ କରୁଛି । ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ଦାବି କରିଛନ୍ତି ସେ । ହ୍ୱାଟସଆପ ଗୁଇନ୍ଦାଗିରି ମାମଲାରେ ସେ ଟିପ୍ପଣୀ କରି କହିଛନ୍ତି ଯେ ମୋଦି ସରକାର ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଙ୍ଘନ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମୟରେ କିଛି ମଧ୍ୟ ସୁରକ୍ଷିତ ନାହିଁ, ହ୍ୱାଟସଆପ ମଧ୍ୟ ନୁହଁ । ପ୍ରଥମେ ଆମେ ଚିନ୍ତା କରିଥିଲୁ ହ୍ୱାଟସଆପରୁ ଗୁଇନ୍ଦାଗିରି କରି ହେବନାହିଁ । କିନ୍ତୁ ବର୍ତ୍ତମାନ ହ୍ୱାଟସଆପକୁ ମଧ୍ୟ ଏଥିରୁ ବାଦ ଦିଆଯାଇ ନାହିଁ । ମୁଁ ଚାହୁଁଛି ପିଏମ ମୋଦି ଏହି ମାମଲାର ତଦନ୍ତ କରନ୍ତୁ ।

ଅନ୍ୟପକ୍ଷେ ଶନିବାର ହ୍ୱାଟସଆପ ଗୁଇନ୍ଦାଗିରି ମାମଲାକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ଯେ ମୋଦି ସରକାର ଇସ୍ରାଇଲୀ ସଫ୍ଟୱେୟର ପେଗାସୁସ ସାହାଯ୍ୟରେ ସମସ୍ତଙ୍କ ଗୁଇନ୍ଦାଗିରି କରାଇଛନ୍ତି । ଏପରି କରିବା ନା କେବଳ ଅସାମ୍ୱିଧାନିକ ବରଂ ଏହା ମଧ୍ୟ ଏକ ଲଜ୍ଜାଜନକ ଘଟଣା । ଏପରି ଖୁଲାସା ବହୁତ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଦଳର ନେତାଙ୍କୁ ସମ୍ୱୋଧନ କରି ସେ କହିଛନ୍ତି । 
    
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଗୁଇନ୍ଦାଗିରି କରିବା ମାମଲାରେ ହ୍ୱାଟସଆପ ଠାରୁ ଜବାବ ମାଗିଛି କେନ୍ଦ୍ର ସରକାର । ସୂଚନା ପ୍ରସାରଣ ମନ୍ତ୍ରାଳୟ ନଭେମ୍ୱର ୪ ମଧ୍ୟରେ ଏହି ଜବାବ ଦେବାକୁ କହିଛି । ଗୁଇନ୍ଦାଗିରି କରିବା କଥା ହ୍ୱାଟସଆପ ମଧ୍ୟ ସ୍ୱୀକାର କରିଛି । ଇସ୍ରାଇଲୀ ସଫ୍ଟୱେୟର ଭାରତରେ ଏକ୍ଟିଭ ଥିଲା । ଏହା ସାହାଯ୍ୟରେ ହ୍ୱାଟସଆପ ୟୁଜର୍ସଙ୍କ ଉପରେ ଗୁଇନ୍ଦାଗିରି କରିଛି । ଇସ୍ରାଇଲ ଏଜେନ୍ସି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପେଗାସୁସ ନାମକ ସ୍ୱାଇୱେୟର ମାଧ୍ୟମରେ ସାମ୍ୱାଦିକ ଓ ଏକ୍ଚିଭିଟିସଙ୍କୁ ଉପରେ ଗୁଇନ୍ଦାଗିରି କରିଛି ହ୍ୱାଟସଆପ । ଅନ୍ୟପକ୍ଷେ କମ୍ପାନୀ ଏହା ସ୍ପଷ୍ଟ କରି ନାହିଁ ଯେ ସ୍ୱାଇୱେୟର ମାଧ୍ୟମରେ କେତେ ଜଣ ଭାରତୀୟଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି ।

ପେଗାସୁସର ବ୍ୟବହାର କୌଣସି ସାଧାରଣ ବ୍ୟକ୍ତି କରି ପାରନ୍ତି ନାହିଁ । ଏହାର ବ୍ୟବହାର ଏନଏସଓ ଗ୍ରୁପ ସରକାରଙ୍କ ବ୍ୟବହାର ପାଇଁ ନିର୍ମାଣ କରିଛି । ତେବେ ପ୍ରଶ୍ନ ଉଠୁଛୁ ଯେ, ଏହାକୁ ଭାରତୀୟ ସାମ୍ବାଦିକ ଓ ମାନବାଧିକାର ଏକ୍ଟିଭିଟିସଙ୍କ ଗୁଇନ୍ଦା ପାଇଁ କିପରି ବ୍ୟବହାର କରାଯାଇଛି । ଏହାର ଗୁଇନ୍ଦାଗିରି କରିବା ପାଇଁ କିଏ ଅନୁମତି ଦେଇଥିଲେ?   

ମିଳୁଥିବା ସୂଚନାନୁସାରେ, ଏନଏସଓ ଗ୍ରୁପ ଭାରତ ସମେତ ୨୦ଟି ଦେଶର ପ୍ରାୟ ୧୪ ଶହ ରାଜଦୂତ, ନେତା, ସାମ୍ୱାଦିକ, ମାନବାଧିକାର କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରାଯାଇଛି । ଏନଏସଓ ଗ୍ରୁପ ଗୁଇନ୍ଦାଗିରି କରିବା ପାଇଁ ପେଗାସୁସ ସଫ୍ଟୱେୟରର ବ୍ୟବହାର କରାଯାଇଛି । ହ୍ୱାଟସଆପ କହିଛି ଯେ ଯେଉଁ ବ୍ୟକ୍ତିଙ୍କ ଗୁଇନ୍ଦାଗିରି କରାଯାଇଛି, ସେମାନଙ୍କୁ ଆଲର୍ଟ କରଯାଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ହ୍ୱାଟସଆପ ଏହି ବ୍ୟକ୍ତିଙ୍କ ନାଁର ଖୁଲାସା କରି ନାହିଁ ।