close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

ନାୟକ ହେଲା ହତ୍ୟାର ଶିକାର। କିଏ ସେ ମାରିଲା ଘଟଣାର ନାୟକକୁ ? ଏ ଘଟଣା ଏବେ ବି ରହସ୍ୟାବୃତ। ପୋଲିସ ଉଠାଇବକି ରହସ୍ୟ ଉପରୁ ପର୍ଦ୍ଦା ?

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଅପରାଧ। କିଛିଦିନ ତଳେ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣା ମନରୁ ନ ଲିଭୁଣୁ ସେହି ଜିଲ୍ଲାରେ ଘଟିଛି ସମାନ ଏକ ଘଟଣା। ହେଲେ ଏଥର ହତ୍ୟାକାଣ୍ଡର ଶିକାର ପ୍ରେମିକା ନୁହେଁ ବରଂ ପ୍ରେମିକ। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୋଲିସକୁ ମିଳିପାରିନି  କିଛି ଠୋସ୍ ପ୍ରମାଣ। 

ଘଟଣାଟି  ଘଟିଛି ଜଗତସଂହପୁର ଜିଲ୍ଲା ବାଲିକୁଦା ଥାନା ଦାଆ ଗାଁ ପ୍ରାଥମିକ ବିଦ୍ୟାଳୟରେ। ଗ୍ରାମବାସୀମାନେ ନିକଟସ୍ଥ ମନ୍ଦିରରେ ପୂଜା କରୁଥିଲେ, ଆଉ ସେତିକିବେଳେ ଶୁଭିଥିଲା ବଞ୍ଚାଅ... ବଞ୍ଚାଅ... ବୋଲି କାହାର ଆର୍ତ୍ତ ଚିତ୍କାର... ପାଟି ଶୁଣି  ଗ୍ରାମବାସୀମାନେ ସ୍କୁଲ ନିକଟରେ ପହଞ୍ଚି ଦେଖନ୍ତି ତ ଜଣେ ବ୍ୟକ୍ତି ସ୍କୁଲ ଛାତ ଉପରେ ଜିଅନ୍ତା ଜଳି ଯାଉଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇ ନ ଥିଲେ ଡାକ୍ତର। ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲା ବାଲିକୁଦା ଥାନା ପୋଲିସ। ଯେଉଁଠାରୁ ମିଳିଥିଲା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର। ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା,  ନାଁ କହିବା ପୂର୍ବରୁ ତାଙ୍କ ପାଟି ବନ୍ଦ ହୋଇ ଯାଇଥିଲା ଆଉ ଦେହରୁ ଉଡ଼ି ଯାଇଥିଲା ପ୍ରାଣବାୟୁ। ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ କିଏ ସେ ମାରିଲା ଘଟଣାର ନାୟକକୁ ? କାହା ହାତରେ ଗଲା ତା'ଙ୍କ ଜୀବନ? ତେବେ କେମିତି ଘଟିଥିଲା , ଆସନ୍ତୁ ଜାଣିବା ପୁରା ଘଟଣା  

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା କାଞ୍ଚନପୁର କୋକରାଇ ଅଞ୍ଚଳର ବାସିନ୍ଦା। ନାଁ ତାଙ୍କର କୃଷ୍ଣଚନ୍ଦ୍ର ଚମ୍ପତିରାୟ। ଗତ ୫ ବର୍ଷ ତଳେ ବିବାହ କରିଥିଲେ କୃଷ୍ଣଚନ୍ଦ୍ର। ତାଙ୍କର ଏକ ୩ ବର୍ଷର ଝିଅ ମଧ୍ୟ ଅଛି । କୃଷ୍ଣଚନ୍ଦ୍ର ଓଡ଼ିଶାରେ ରହୁ ନ ଥିଲେ। ସେ ଅହମ୍ମଦାବାଦରେ ଏକ ସପିଂ ମଲରେ କାମ କରୁଥିଲେ। ତେବେ  ଗତ ପ୍ରାୟ ୧୦ ଦିନ ତଳେ ବାପାଙ୍କ ପିଣ୍ଡ ଦେବାପାଇଁ ଗାଁ'କୁ ଆସିଥିଲେ। ପିଣ୍ଡଦାନ ସରିବା ପରେ ଅହମ୍ମଦାବାଦ ଫେରିଯାଉଛି କହି ଘରୁ ବାହାରି ଥିଲେ, ହେଲେ ସେ ଅହମ୍ମଦାବାଦ ନ ଯାଇ ଜଗତସିଂହପୁର  କାହିଁକି ଯାଇଥିଲେ? ଯଦି ବା ଯାଇଥିଲେ, ସେହି ସ୍କୁଲର ଛାତ ଉପରକୁ କିପରି ପହଞ୍ଚିଲେ? ଛାତ ଉପରେ ତାଙ୍କ ଦେହରେ କେମିତି ଲାଗିଲା ନିଆଁ ? ସେ କ'ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ ? ନା ତାଙ୍କୁ କେହି ହତ୍ୟା କରିବାକୁ ଦେହରେ ଲଗାଇ ଦେଇଥିଲା ନିଆଁ ? ଏମିତି ଅନେକ ଅସମାହିତ ପ୍ରଶ୍ନ । ପୋଲିସ ତଥ୍ୟ ଆଧାରରେ ଆରମ୍ଭ କରିଥିଲା ତଦନ୍ତ ଆଉ ତଦନ୍ତରୁ ମିଳିଲା ଲଭ୍, ସେକ୍ସ ଓ ଧୋକାର ଖିଅ।
  

ପତ୍ନୀଙ୍କ ଅଭିଯୋଗ ଅନୁସାରେ ପତି କୃଷ୍ଣଚନ୍ଦ୍ର ପଡ଼ିଥିଲେ ପ୍ରେମରେ। ନିଜର ଜଣେ ବାଲ୍ୟବନ୍ଧୁ କହୁଥିବା ସେ ଅଜଣା ଯୁବତୀଙ୍କ ପାଖକୁ ଗତ କିଛିଦିନ ହେବ, କରୁଥିଲେ ଘନ ଘନ କଲ୍ ଆଉ ତାଙ୍କ ମୋବାଇଲରେ ସାଇତି ରଖିଥିଲେ ଏମିତି କିଛି ଫଟୋ,  ପୋଲିସକୁ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ମଧୁ ନାମକ ଉକ୍ତ ଯୁବତୀଙ୍କ ସହ ତାଙ୍କ ସ୍ୱାମୀର ଯେଉଁ ଫଟୋସବୁ ଦେଇଛନ୍ତି, ସେଥିରେ କୃଷ୍ଣଚନ୍ଦ୍ର ଉକ୍ତ ଯୁବତୀଙ୍କୁ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁସବୁ ଫଟୋ ମିଳିଛି, ସେସବୁ ତମାମ ଫଟୋରେ କୃଷ୍ଣଚନ୍ଦ୍ରଙ୍କ ଫଟୋ ଉପରେ ନାଲିକାଳିରେ ଛକି ମରା ହୋଇଛି। ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ପୋଲିସ। ତେବେ ତାଙ୍କୁ ଯେ ହତ୍ୟା କରାଯାଇଛି, ଏକଥା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।  କାରଣ ନାଲି ଛକି ପକାଇ ଅପରାଧୀ ହୁଏତ ତାଙ୍କୁ ରାସ୍ତାରୁ ସାଫ୍ କରିଦେବାର ସଙ୍କେତ ଦେଇଛି। ତେବେ ଏ ଛକି କିଏ ମାରିଲା ଓ କାହିଁକି ମାରିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ମଧୁ ନାମକ ସମ୍ପକ୍ତ ଯୁବତୀ ହିଁ ତାଙ୍କୁ ଡକାଇ ହତ୍ୟା କରିଥିବା  ଅଭିଯୋଗ ହୋଇଛି।

ଦଶହରା ପାଇଁ ସ୍କୁଲ ଛୁଟି ଥିବାବେଳେ  କୃଷ୍ଣଚନ୍ଦ୍ର  ସ୍କୁଲ ଛାତ ଉପରକୁ କିପରି ଆସିଲେ ତାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।  ଏପରିକି ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ବାବଦରେ ମଧ୍ୟ ପୋଲିସ ଅନ୍ଧାରରେ।  ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୋଲିସକୁ ମିଳି ଯାଇଛି ମଧୁ ନାମକ ଉକ୍ତ ସନ୍ଦିଗ୍ଧ ଯୁବତୀଙ୍କ ଫୋନ୍ ନମ୍ବର।  ଏହାରି ଆଧାରରେ ପୋଲିସ ତଦନ୍ତ ଚଳାଇଛି। ଏ ହତ୍ୟା ଘଟଣା ଉପରୁ ପରଦା ହଟିବ  ବୋଲି କହିଛନ୍ତି ବିଭାଗୀୟ ପୋଲିସ ଅଧିକାର। ଏତିକିବେଳେ ପୁଣି ଲଭ, ସେକ୍ସ ଓ ଧୋକାକୁ ନେଇ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।   ଆଶା,ପୋଲିସ ଖୁବଶୀଘ୍ର ଏ ମୃତ୍ୟୁ ରହସ୍ୟର ଖୁଲାସା କରିବ।