• ଟିକାକରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଭିଡ଼ିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୋଦି
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • ଆଜି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ।
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା
  • ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜର୍ଦ୍ଦାର ପଡା ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ହେଉଥିବା ବେଳେ ବିଜେନ ଗ୍ରାମବାସୀଙ୍କ ଲାଗି ରୋଷେଇ କରୁଥିଲେ । ସେ ସମୟରେ ବିଜେନ କୌଣସି କାରଣରୁ ବିଦ୍ୟୂତ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ ଆଘାତରେ ଯୁବକ ମୃତ

ପାରାଦୀପ: ପାରାଦୀପ ଉପକଣ୍ଠ ଦୋ ଛକି ନିକଟ ଜର୍ଦ୍ଦାର ପଡାରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବିଜେନ ରାୟ ( ୪୫) ।

ସୂଚନା ମୁତାବକ, ଜର୍ଦ୍ଦାର ପଡା ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ହେଉଥିବା ବେଳେ ବିଜେନ ଗ୍ରାମବାସୀଙ୍କ ଲାଗି ରୋଷେଇ କରୁଥିଲେ । ସେ ସମୟରେ ବିଜେନ କୌଣସି କାରଣରୁ ବିଦ୍ୟୂତ ତାର ସଂସ୍ପର୍ଶରେ ଆସିଥିଲେ । ଗ୍ରାମବାସୀ ମାନେ ତୁରନ୍ତ ଅଠରବାଙ୍କୀ ବିଜୁ ମେମୋରିଆଲ ହସପିଟାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏ ସଂକ୍ରାନ୍ତରେ ପାରାଦୀପ ଲକ୍ ଥାନାରେ ଏତଲା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଘଟଣାର ତଦନ୍ତ କରୁଛି ।