କନ୍ଧମାଳରେ ଚାଞ୍ଚଲ୍ୟ: ଜୁଆ ପାଇଁ ସ୍ତ୍ରୀକୁ ଜାଳିଦେଲା ଯୁବକ
Advertisement

କନ୍ଧମାଳରେ ଚାଞ୍ଚଲ୍ୟ: ଜୁଆ ପାଇଁ ସ୍ତ୍ରୀକୁ ଜାଳିଦେଲା ଯୁବକ

ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ କତରିଭଟ୍ଟା ଗାଁର   ଆଶାକର୍ମୀଙ୍କୁ ହତ୍ୟା ଅଭିଯୋଗ । ମୃତକଙ୍କ ନାଁ ମଞ୍ଜୁଲତା ନାଗ । ଖୋଦ୍ ତାଙ୍କ ସ୍ୱାମୀ ଭୁଲେଶ୍ୱର ଗୌଡ଼ ହିଁ ଏହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମଞ୍ଜୁଲତାଙ୍କ ପରିବାର । 

man murdered his wife

ଚିତ୍ତରଞ୍ଜନ ନାୟକ, କନ୍ଧମାଳ: ବାଲିଗୁଡା ଥାନା ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ କତରିଭଟ୍ଟା ଗାଁର   ଆଶାକର୍ମୀଙ୍କୁ ହତ୍ୟା ଅଭିଯୋଗ । ମୃତକଙ୍କ ନାଁ ମଞ୍ଜୁଲତା ନାଗ । ଖୋଦ୍ ତାଙ୍କ ସ୍ୱାମୀ ଭୁଲେଶ୍ୱର ଗୌଡ଼ ହିଁ ଏହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମଞ୍ଜୁଲତାଙ୍କ ପରିବାର । ଝିଅକୁ କିରୋସିନିରେ ଜାଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୁକ୍ତ ସ୍ୱାମୀ ଭୁଲେଶ୍ୱରକୁ ଗିରଫ କରିଛି ପୋଲିସ । ଏହାସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । 

ମୃତ ମହିଳା ମଞ୍ଜୁଲତା ନାଗଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ମଞ୍ଜୁଲତାଙ୍କ ସ୍ୱାମୀ ଭୁଲେଶ୍ୱର ଗୌଡ଼ ସବୁବେଳେ ଜୁଆ ଖେଳୁଥିଲା । ଏନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା । ଜୁଆଖେଳର ନିଶା ଭୁଲେଶ୍ୱରଙ୍କୁ ଏମିତି ଘାରିଥିଲା ଯେ, ସ୍ତ୍ରୀ ପାଖରୁ ଟଙ୍କା ନେଇ ଜୁଆ ଖେଳୁଥିଲା । ତେବେ ଘଟଣା ଦିନ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡା ଉଗ୍ରରୂପ ନେଇଥିଲା । କାହିଁକିନା ସ୍ତ୍ରୀ ପାଖରୁ ଟଙ୍କା ନେଇ ଜୁଆଖେଳରେ ସବୁତକ ହରାଇ ଦେଇଥିଲା ଭୁଲେଶ୍ୱର । 

ସ୍ୱାମୀଙ୍କ ଏପ୍ରକାର ଜୁଆଖେଳକୁ ନେଇ ପ୍ରବଳ ବିରୋଧ କରିଥିଲେ ମଞ୍ଜୁଲତା । ଅନ୍ୟପଟେ ସ୍ତ୍ରୀ ଉପରେ ପ୍ରବଳ ରାଗିଯାଇ କିରୋସିନି ଢାଳି ନିଆ ଲଗାଇ ଦେଇଥିଲା ଅଭିଯୁକ୍ତ ସ୍ୱାମୀ । ଚିତ୍କାର ଶୁଣି ପରିବାର ଲୋକେ ମଞ୍ଜୁଲତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ନେଇଥିଲେ । ସ୍ଥିତି ସଙ୍କଟାପନ୍ନ ହେବାରୁ ପରେ ଫୁଲବାଣୀ ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମଞ୍ଜୁଲତାଙ୍କ ମୃତଦେହକୁ ଗାଁକୁ ଅଣାଯାଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରହିଛି ।