)
ନୂଆଦିଲ୍ଲୀ: ଜଣେ ୮୨ ବର୍ଷୀୟ କୋରୋନା ଆକ୍ରାନ୍ତ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀ ଲୋକ ନାୟକ ଜୟନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ଖୁବଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ମନମୋହନ ସିଂହ ।
ସାଧାରଣତଃ ବୟସ୍କ ବ୍ୟକ୍ତି କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଲେ ବିପଦ ବଢ଼ିଯାଇଥାଏ । ହେଲେ ମନମୋହନ ସିଂହ ନାମକ ଏହି ବ୍ୟକ୍ତି ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ମନମୋହନ । ଦୀର୍ଘ ଦିନ ଧରି ଡାକ୍ତରଖାନାରେ କୋରୋନା ଭାଇରସ୍ ସହ ଲଢ଼େଇ ପରେ ଏବେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କୁ ଘରକୁ ଏବେ ଡିସଚାର୍ଜ କରାଯିବ ବୋଲି ଜଣାପଡ଼ିଛି ।
#WATCH Manmohan Singh, an 82-year-old COVID19 patient at Delhi's Lok Nayak Jai Prakash Narayan hospital who has now fully recovered; he will be discharged soon. pic.twitter.com/R3BcI15sUc
— ANI (@ANI) April 7, 2020
ଏଠାରେ ଆପଣଙ୍କୁ ସ୍ପଷ୍ଟ କରିଦେଉଛି, ବ୍ୟକ୍ତିଙ୍କ ନାଁ ମନମୋହନ ସିଂହ ହୋଇଥିବାରୁ ଆପଣଙ୍କ ଭିତରେ ଦ୍ୱନ୍ଦ ଆସିବା ସ୍ୱାଭାବିକ । କିନ୍ତୁ ଆମେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କହୁନାହିଁ । ଦିଲ୍ଲୀ ଲୋକ ନାୟକ ଜୟନାରାୟଣ ହସ୍ପିଟାଲରେ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ ବିଷୟରେ କହୁଛୁ ।