Advertisement
Article Detail0/zeeodisha/odisha672735
Zee OdishaOther Newsକୋରୋନା ମୁକାବିଲାରେ ଶୀଘ୍ର ସଫଳ ହେଲେ ଇଦ୍ ଖୁସିରେ ମନାଇବା...

କୋରୋନା ମୁକାବିଲାରେ ଶୀଘ୍ର ସଫଳ ହେଲେ ଇଦ୍ ଖୁସିରେ ମନାଇବା...

ଭାରତ ପରି ବଡ ଦେଶ ବିକାଶ ପାଇଁ ପ୍ରଯତ୍ନଶୀଳ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆଜି 'ମନ କି ବାତ'ରେ ମୋଦି କୋରୋନା ମୁକାବିଲା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଦେଶବାସୀ ଉଚିତ ଢଙ୍ଗରେ ଏହାର ମୁକାବିଲା କରୁଛନ୍ତି । ଏଭଳି ମୁହୂର୍ତ୍ତରେ ଜଣେ ଅନ୍ୟ ଜଣଙ୍କ ସହାୟତା ପାଇଁ ଆଗକୁ ଆସୁଛନ୍ତି । କୋରୋନା ବିରୋଧରେ ଲଢ଼େଇ ଦେଶର ଜନତା ଲଢ଼ୁଛନ୍ତି । ଜନତାଙ୍କ ସହ ଶାସକ ଓ ପ୍ରଶାସକ ମଧ୍ୟ ଲଢ଼ୁଛନ୍ତି । ଭାରତ ପରି ବଡ ଦେଶ ବିକାଶ ପାଇଁ ପ୍ରଯତ୍ନଶୀଳ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ ସ୍ଥାନରେ ଦେଶର ଲୋକେ ଜଣେ ଅନ୍ୟଜଣଙ୍କୁ ସହାୟତା କରୁଛନ୍ତି । ଗରିବଙ୍କ ପାଇଁ ଖାଦ୍ୟ ଓ ରାଶନର ବ୍ୟବସ୍ଥା କରୁଛନ୍ତି । ଲକଡାଉନ୍ ପାଳନ କ୍ଷେତ୍ରରେ ହେଉ, ମେଡିକାଲ ବ୍ୟବସ୍ଥା ହେଉ, ମେଡିକାଲ ଉପକରଣକୁ ଦେଶରେ ହିଁ ତିଆରି କରିବା ହେଉ, ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ଦେଶ ଏକ ଲକ୍ଷ, ଏକ ଦିଶାରେ କାମ କରୁଛି । 

 ସେହିପରି ତାଳି, ଥାଳି, ମହମବତୀ ଜଳାଇବା ନେଇ ମଧ୍ୟ ମୋଦି ପ୍ରତିକ୍ରିୟା ରଖିଛନ୍ତି । ଦେଶବାସୀ କିଛି କରିବା ପାଇଁ ଆସିଥିବା ସକରାତ୍ମକ ଭାବନା କ୍ଷେତ୍ରରେ ଏହାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କୋରୋନା ସଙ୍କଟ ସମୟରେ ମଧ୍ୟ ଦେଶର କୃଷକ ବିଲରେ କାମ କରୁଛନ୍ତି । ଦିନ ରାତି ଏକ କରି ଦେଶବାସୀଙ୍କୁ ଆହାର ଯୋଗାଉଛନ୍ତି । ତେଣୁ କୃଷକଙ୍କ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । 

Add Zee News as a Preferred Source

ଦେଶର କୋଣ ଅନୁକୋଣରେ ଔଷଧ ପହଞ୍ଚାଇବା ପାଇଁ ଲାଇଫ ଲାଇନ ଉଡାଣ ନାମକ ଏକ ବିଶେଷ ଅଭିଯାନ କାମ କରୁଛି । ବହୁ କମ ସମୟ ମଧ୍ୟରେ ୩ଲକ୍ଷ କିଲୋମିଟର ଉଡାଣ ଭରି ଦେଶବାସୀଙ୍କ ପାଖରେ ଔଷଧ ପହଞ୍ଚାଇଛନ୍ତି ଏହି ଅଭିଯାନରେ କାମ କରୁଥିବା କର୍ମଚାରୀ । ଫଳରେ ୫ଶହ ଟନରୁ ଅଧିକ ଔଷଧ ଏବଂ ମେଡିକାଲ ସାମଗ୍ରୀ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଛି । 

ସେହିପରି ଅନ୍ୟ ଦେଶକୁ ଭାରତ ଔଷଧ ଯୋଗାଇବା ଉପରେ ମଧ୍ୟ ମୋଦି ପ୍ରତିକ୍ରିୟା ରଖିଛନ୍ତି । ଯଦି ଅନ୍ୟ ଦେଶଗୁଡିକୁ ଭାରତ ଔଷଧ ରପ୍ତାନି କରିନଥାନ୍ତି, ତେବେ ମଧ୍ୟ କେହି ଆମକୁ ଦୋଷୀ ଭାବିନଥାନ୍ତେ । କାହିଁକିନା ନିଜ ଦେଶର ଲୋକଙ୍କୁ ପ୍ରଥମେ ପ୍ରଥମିକତା ଦେବା ପ୍ରତ୍ୟେକ ଦେଶର କାମ । ମାତ୍ର ଆମେ ଆମ ସଂସ୍କୃତି ଯାହା କୁହେ, ସେ ହିସାବରେ କାମ କରିଛୁ । ବିଶ୍ୱର ବିଭିନ୍ନ ଦେଶକୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଔଷଧ ଦେଉଛୁ । 

ଆଜି ଅକ୍ଷୟ ତୃତୀୟ । ତେଣୁ ଏହି ଅବସରରେ ଆମେ ଆମ ଧରିତ୍ରୀକୁ ଅକ୍ଷୟ ରଖିବା ପାଇଁ ଶପଥ ନେବା ଦରକାର ବୋଲି ମୋଦି କହିଛନ୍ତି । ସେହିପରି ରମଜାନକୁ ମଧ୍ୟ ମନେପକାଇଥିଲେ ମୋଦି । ଗତବର୍ଷ ରମଜାନ ପାଳନ ବେଳେ କେହି ମଧ୍ୟ ଭାବିନଥିବେ, ଆସନ୍ତା ବର୍ଷ କୋରୋନା ମହାମାରୀ ଏଭଳି ସ୍ଥିତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି କୋରୋନା ମୁକାବିଲାରେ ଶୀଘ୍ର ସଫଳ ହୋଇ ଇଦକୁ ଖୁସିର ସହ ମନାଇବାକୁ ଆଶାବ୍ୟକ୍ତ କରିଛନ୍ତି । 

ମୋଦି କହିଛନ୍ତି, ଆମର ସାମାନ୍ୟ ଅସାବଧାନତା ଯୋଗୁ କୋରୋନା ଆମ ଗଳି, ଆମ ଘରକୁ ପହଞ୍ଚିଯାଇପାରେ । ତେଣୁ ଏକ୍ଷେତ୍ରରେ ଆମେ ବିଶ୍ୱର ଅନ୍ୟ ଦେଶର ଘଟଣାରୁ ଶିକ୍ଷାଲାଭ କରିବା ଉଚିତ । ଶେଷରେ 'ଦୋ ଗଞ୍ଜ ଦୁରେ, ବହୁତ ହେ ଜରୁରୀ' କହି ନିଜ ବକ୍ତବ୍ୟ ଶେଷ କରିଥିଲେ ପ୍ରଧାନମନ୍ତ୍ରୀ । 

About the Author