close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳି ଦିନ ସିଏମ ପଦର ଶପଥ ନେବେ ଖଟ୍ଟର

ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ମନୋହର ଲାଲ ଖଟ୍ଟର । ଆସନ୍ତାକାଲି(ରବିବାର) ଦୀପାବଳି ଅବସରରେ ସେ ଶପଥ ଗ୍ରହଣ କରିବେ । ଏହା ହେବ ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଶନିବାର ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି । 

ଦୀପାବଳି ଦିନ ସିଏମ ପଦର ଶପଥ ନେବେ ଖଟ୍ଟର
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପୁଣିଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ମନୋହର ଲାଲ ଖଟ୍ଟର । ଆସନ୍ତାକାଲି(ରବିବାର) ଦୀପାବଳି ଅବସରରେ ସେ ଶପଥ ଗ୍ରହଣ କରିବେ । ଏହା ହେବ ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଶନିବାର ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି । 

ଅନ୍ୟପକ୍ଷେ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଓ ରବିଶଙ୍କର ପ୍ରସାଦଙ୍କ ସହ ଖଟ୍ଟର ରାଜ୍ୟପାଳ ଭବନରେ ପହଞ୍ଚି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଏହାସହ ଆଗାମୀ ସରକାର ଗଢିବା ପାଇଁ ଦାବି ଉପସ୍ଥାପନ ମଧ୍ୟ କରିଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ଫର୍ମୁଲା ଅନୁସାରେ ବିଜେପିରୁ ମୁଖ୍ୟମନ୍ତ୍ରୀ ହେବ ଓ ଜେଜେପିକୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିବ । 

କହିରଖୁଛୁ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ୬ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଚୌଟାଲା ଘୋଷଣା କରିଥିଲେ । ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଥିବା ଜଣାପଡିଛି । 

ସେପଟେ ବିଜେପି-ଜେଜେପି ମେଣ୍ଟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ନିକଟରେ ଜେଜେପିରେ ସାମିଲ ହୋଇଥିବା ବିଏସଏଫର ପୂର୍ବତନ ଯବାନ ତେଜ ବାହାଦୁର । ସେ ଦଳ ଛାଡିଛନ୍ତି । ହରିୟାଣା ବିଧାନସଭା ନିର୍ବାଚନର ଠିକ କିଛି ଦିନ ପୂର୍ବରୁ ଜେଜେପିରେ ସାମିଲ ହୋଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ କରନାଲ ବିଧାନସଭା ଆସନରୁ ନିର୍ବାଚନ ବି ଲଢିଥିଲେ । ଅବଶ୍ୟ ଏହି ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।    

ଦଳ ଛାଡିବା ପରେ ସେ କହିଛନ୍ତି, ହରିୟାଣାର ଜନତାଙ୍କୁ ଧୋକା ଦେଇଛି ଜେଜେପି । ଦଳକୁ ବିରୋଧୀ ଆସନରେ ବସିବାର ଆବଶ୍ୟକତା ଥିଲା । ଯେତେବେଳେ ବିଜେପି ସ୍ୱାଧୀନ ବିଧାୟକଙ୍କ ସହ ମିଶି ରାଜ୍ୟରେ ସରକାର ଗଢୁଥିଲା, ସେହି ସମୟରେ ଜେଜେପି ଆସି ସେମାନଙ୍କ ସହ ମେଣ୍ଟ କରିଛି । ଯାହା ରାଜ୍ୟର ଜନତାଙ୍କ ସହ ଏକ ପ୍ରକାରର ଧୋକା କହିଲେ ଅତୁକ୍ତି ହେବ ନାହିଁ । ଏହି ମେଣ୍ଟ ଠିକ ନୁହଁ ବୋଲି ସେ କହିଛନ୍ତି ।