Trending Photos
)
ଶାନ୍ତିସ୍ୱରୂପ ରାଉତ, ଭୁବନେଶ୍ୱର: ୨୪ ଘଣ୍ଟାରେ ଲଘୁଚାପ । ସକ୍ରିୟ ହେବ ମୌସୁମୀ ବାୟୁ । ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ବଳୟର ରୂପ ନେବାର ସମ୍ଭାବନା ରହିଛି । । ତେବେ ଏହାର ପ୍ରଭାବରେ ୧୦ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାର ପ୍ରଭାବରେ ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ଆଡଭାନ୍ସ ହୋଇ ଓଡିଶା ଛୁଇଁବାର ସମ୍ଭାବନା ରହିଛି ।
ଆସୁଛି ଲଘୁଚାପ, ଆସିବ ମୌସୁମୀ । ପ୍ରବଳ ବର୍ଷିବ ଆଉ ବହିବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସଗରେ ଏକ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହ ଲଘୁଚାପ ବଳୟ ଭାବେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁକୁ ଆସନ୍ତା ୨ ଦିନ ମଧ୍ୟରେ ଅଧିକ ସକ୍ରିୟ କରି ଓଡିଶା ଆଣିବାରେ ପାଗ ଅନୂକୁଳ କରିବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ପାଗରେ ପରିବର୍ତ୍ତନ ହେବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କେଉଁଝର, ମୟୂରଭଂଜ ଓ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗର ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
ସେପଟେ କୃଷି ବିଶେଷଜ୍ଞଙ୍କ ମତରେ ଆସନ୍ତା ପାଂଚ ଦିନ ମଧ୍ୟରେ ଅତି ପ୍ରବଳ ବର୍ଷା ର ସମ୍ଭାବନା କମ୍ ଥିବା ସତ୍ତ୍ବେ ଚାଷୀ ମାନଙ୍କୁ ସତର୍କ ରହିବାକୁ ପଡିବ । ଚାଷୀ ମାନେ ଖାଲ ଜମିରେ ବୁଣା ବୁଣି ପାରିବେ ହେଲେ ଢିପ ଜମିରେ ବୁଣା ଓ ତଳି ନ ପକାଇବାକୁ ପରାମର୍ଶ ଦେଇଛନ୍ତି କୃଷି ବିଶେଷଜ୍ଞ ।
ଏହାସହ ସମୁଦ୍ର ଅଶାନ୍ତ ହେତୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୦ ତାରିଖରୁ ୧୨ ତାରିଖ ମଧ୍ୟରେ ମସ୍ତ୍ରଜିବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ଗଭୀର ସମୁଦ୍ର ଭିତରେ ଥିବା ଧୀବର ମାନଙ୍କୁ ୯ ତାରିଖ ସୁଦ୍ଧା ଉପକୂଳ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।