ବଲିଉଡରେ ପାଦ ଥାପିଲେ ମାନୁଷୀ ଚିଲର, ଜାଣନ୍ତୁ କେଉଁ ହିରୋଙ୍କ ସହ କରିବେ ସ୍କ୍ରିନ ସେୟାର

ବଲିଉଡରେ ଦେଖିବାକୁ ମିଳିବ ମାନୁଷୀଙ୍କ ଯାଦୁ

ବଲିଉଡରେ ପାଦ ଥାପିଲେ ମାନୁଷୀ ଚିଲର, ଜାଣନ୍ତୁ କେଉଁ ହିରୋଙ୍କ ସହ କରିବେ ସ୍କ୍ରିନ ସେୟାର
ସୌଜନ୍ୟ: ସୋସିଆଲ ମିଡିଆ

ନିବେଦିତା ମହାନ୍ତି, ଭୁବନେଶ୍ୱର: ବଡପରଦାରେ ଅକ୍ଷୟଙ୍କ ସହ ମିସ୍ ୱାର୍ଲ୍ଡ ମାନୁଷୀ ଚିଲର ନଜର ଆସିବେ । ଆଉ ଏହି ଯୋଡିକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା । ଅକ୍ଷୟଙ୍କ ସହ ମାନୁଷୀ ଚିଲର ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଫିଲ୍ମ ପୃଥ୍ୱୀରାଜରେ ମିସ୍ ୱାର୍ଲ୍ଡ ମୁଖ୍ୟ ଭୂମିକାରେ ନଜର ଆସିବେ । ପୂଜା ପାଠ ସହ ଫିଲ୍ମର ଶୁଭାରମ୍ଭ ହୋଇ ସାରିଲାଣି । କିନ୍ତୁ ଏହି ଫିଲ୍ମକୁ ନେଇ ଏକ ନୂଆ ଚର୍ଚ୍ଚା ସୋସିଆଲ ମିଡିଆରେ ଶୁଣିବା ପାଇଁ ମିଳୁଛି । ଆଜ୍ଞା ହଁ ମାନୁଷୀ ଚିଲର ଯେଉଁ ଦିନ ମିସ୍ ଓାର୍ଲ୍ଡ ହୋଇଥିଲେ ସେବେଠୁ ହିଁ ମିସ୍ ୱାର୍ଲ୍ଡଙ୍କର ବଲିଉଡର ସଫର ଆରମ୍ଭ ହୋଇଥିଲା ।

ମିଡିଆ ରିପୋର୍ଟ ମୁତାବକ ନଭେମ୍ବର ୧୮ ତାରିଖ ୨୦୧୭ ମସିହାରେ ମାନୁଷୀ ମିସ୍ ୱାର୍ଲ୍ଡ ହୋଇଥିଲେ ଆଉ ଚଳିତବର୍ଷ ନଭେମ୍ୱର ୧୮ରେ ହିଁ ମାନୁଷୀ ନିଜ ପ୍ରଥମ ଫିଲ୍ମ ପୃଥ୍ୱୀରାଜରେ ପାଦ ଦେଇଥିଲେ । ତେବେ ମାନୁଷୀଙ୍କ ଜୀବନର ଦୁଇଟି ଖାସ୍ କାମ ଗୋଟିଏ ଡେଟରେ ହିଁ ପୂରଣ ହୋଇଛି । ମାନୁଷୀ ଚିଲ୍ଲର ନିଜର ଫିଲ୍ମରେ ବଲିଉଡର ଖିଲାଡି କୁମାରଙ୍କ ସହ ନଜର ଆସିବେ । କେଶରୀରେ ଏକ ଐତିହାସିକ ଭୂମିକାରେ ନଜର ଆସିବେ ପରେ ପୁଣି ଅକ୍ଷୟ ପୃଥ୍ୱୀରାଜରେ ନିଜ ଜଲୱା ଦେଖାଇବା ପାଇଁ ଯାଉଛନ୍ତି । ତେବେ କେଶରୀରେ ଅକ୍ଷୟଙ୍କ ଅଭିନୟ କଳାକୁ ଦେଖି ଦର୍ଶକମାନେ ଏବେ ବେସ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫିଲ୍ମ ପୃଥ୍ୱୀରାଜରେ ତାଙ୍କ ଅଭିନୟର ଯାଦୁ ଦେଖିବା ପାଇଁ ।