Advertisement
Article Detail0/zeeodisha/odisha668698
Zee OdishaOther Newsସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଅପର୍ଯ୍ୟାପ୍ତ ସୁଯୋଗ

'ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଅପର୍ଯ୍ୟାପ୍ତ ସୁଯୋଗ'

ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏହି ଅର୍ଥନୈତିକ ସଂକଟ ସମୟରେ ଚୀନ ଏହାର ଫାଇଦା ନେବାକୁ ମଧ୍ୟ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ମାତ୍ର କିଛି ଅର୍ଥନୈତିକ ବିଶେଷଜ୍ଞ କିନ୍ତୁ କିଛି ଭିନ୍ନ ମତ ଦେଇଛନ୍ତି। ବିଶ୍ୱର ସୁପର ପାଓ୍ୱାର ହେବା ପାଇଁ

'ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଅପର୍ଯ୍ୟାପ୍ତ ସୁଯୋଗ'

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏହି ଅର୍ଥନୈତିକ ସଂକଟ ସମୟରେ ଚୀନ ଏହାର ଫାଇଦା ନେବାକୁ ମଧ୍ୟ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି। ମାତ୍ର କିଛି ଅର୍ଥନୈତିକ ବିଶେଷଜ୍ଞ କିନ୍ତୁ କିଛି ଭିନ୍ନ ମତ ଦେଇଛନ୍ତି। ବିଶ୍ୱର ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଏବେ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଅର୍ଥନୈତିଜ୍ଞ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। 

ଆଜି ଆର୍ଥନୈତିକ ବିଶେଷଜ୍ଞ ଅନୀଲ ସିଂଘଓ୍ୱି କହିଛନ୍ତି କି, କୋରୋନାକୁ ନେଇ ଚୀନ ବିରୋଧରେ କୌଣସି ସଠିକ ପ୍ରମାଣ ଉପଲବ୍ଧ ନାହିଁ। କିନ୍ତୁ ଏହି କୋରୋନାକୁ ନେଇ ବିଶ୍ୱବାସୀଙ୍କ ମନରେ ଚୀନ ପ୍ରତି ଏକ ନକରାତ୍ମକ ସନ୍ଦେହ ସୃଷ୍ଟି ହୋଇଛି। ଚୀନକୁ ନେଇ ସମଗ୍ର ବିଶ୍ୱର ପ୍ରମୁଖ ବିତ୍ତଶାଳୀ ରାଷ୍ଟ୍ର ଗୁଡ଼ିକ ଅସନ୍ତୋଷ ଜାହିର କରୁଛନ୍ତି। ସେପଟେ ଚୀନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଏକଜୁଟ ହେଉଛନ୍ତି। ତେବେ ଏହି କୋରୋନା ପାଇଁ ସମଗ୍ର ବିଶ୍ୱରେ ହୋଇଥିବା କ୍ଷତିକୁ ଚୀନ ଭରଣା କରୁ ବୋଲି ଏକ ପ୍ରକାର ଦାବିର ସ୍ୱର ମଧ୍ୟ ଧିରେଧିରେ ଉଠିବାକୁ ଲାଗିଛି ବୋଲି ସେ କହିଥିଲେ।

ସେହିପରି ଆଉ ଜଣେ ବିଶେଷଜ୍ଞ ସିଦ୍ଧାର୍ଥ ସଦାନୀ କହିଛନ୍ତି କି, କିଛି ସମୟ ମଧ୍ୟରେ ଚୀନର ଦୁଇ ପ୍ରମୁଖ ତଥା ବଡ଼ ଶିଳ୍ପ ଉପରେ ଭାରତ କବଜା କରିବାରୁ ସୁଯୋଗ ରହିଛି। ତେବେ ଏହି ଦୁଇଟି ଶିଳ୍ପ ହେଉଛି ଇଲେକଟ୍ରୋନିକ୍ସ ଓ କେମିକାଲ ଶିଳ୍ପ। ସିଦ୍ଧାର୍ଥଙ୍କ କହିବା ମୁତାବକ ଚୀନରେ ଇଲେକ୍ଟ୍ରୋନିକ୍ସ ଓ କେମିକାଲର ବଜାର ବହୁତ ବଡ଼ ରହିଛି। ଏହି ଦୁଇଟି ଶିଳ୍ପରୁ ଚୀନ ଅରବ ଅରବ ଟଙ୍କା ରୋଜଗାର ମଧ୍ୟ  କରୁଛି। ଭାରତ ଯଦି ଏହି ଦୁଇ ଶିଳ୍ପ ଉପରେ ଅଧିକାର ଜାହିର କରିପାରୁଛି ତେବେ ଭାରତ ମଧ୍ୟ ବେଶ କୋଟି କୋଟି ଟଙ୍କା ରୋଜଗାର କରିପାରିବ ବୋଲି ସେ କହିଥିଲେ। 

Add Zee News as a Preferred Source

ସେହିପରି ସେ  ଆହୁରି ମଧ୍ୟ କହିଥିଲେ କି, କୋରୋନାର ପ୍ରଭାବ ସମଗ୍ର ବିଶ୍ୱରୁ କମିଗଲେ, ଅଧିକାଂଶ ରାଷ୍ଟ୍ର ସେମାନଙ୍କର ଶିଳ୍ପକୁ ଚୀନରୁ ହଟାଇବା ଆରମ୍ଭ କରିଦେବେ। ସେମାନଙ୍କ ପାଇଁ ଚୀନ ପରେ ଭାରତ ହିଁ ସବୁଠାରୁ ଉପଯୁକ୍ତ ସ୍ଥାନ ରହିବ। ଯେଉଁଠାରେ ସେମାନେ ବ୍ୟବସାୟ କରିପାରିବ। କାରଣ ଇଲେକ୍ଟ୍ରୋନିକ ଓ କେମିକାଲ ପାଇଁ ଭାରତ ଏକ ବଡ ବଜାର ଭାବେ ଉଭା ହେବ। ସେହିପରି ଏଠାରେ କମ ମଜୁରୀରେ ଶ୍ରମିକ ମିଳିବା ସହିତ ଭୌଗୋଳିକ ଦୃଷ୍ଟି କୋଣରୁ ବି ବେଶ ଉପଯୁକ୍ତ ହୋଇ ପାରିବ ବୋଲି ସେ କହିଥିଲେ। 

ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି କି, କୋରୋନା ପାଇଁ ସମଗ୍ର ବିଶ୍ୱର ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେବ। କିନ୍ତୁ ଏହି ସମୟରେ ସତର୍କତାର ସହ କାର୍ଯ୍ୟ କରିପାରିଲେ ଭାରତର ଅର୍ଥବ୍ୟବସ୍ଥା ବେଶ ଉପରକୁ ଉଠିପାରିବ। ଏପରିକି ସମଗ୍ର ବିଶ୍ୱରେ ଏକ ସୁପର ପାଓ୍ୱାର ଭାବେ ଉଭା ହୋଇ ପାରିବ। ଭାରତରେ ଏକ ପ୍ରକାର ସକରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। 

About the Author