ମାନଚିତ୍ର ଜାରି ମାମଲା: ଭାରତ ପକ୍ଷରୁ ନେପାଳକୁ ମିଳିଲା ଜୋରଦାର ଜବାବ
Advertisement

ମାନଚିତ୍ର ଜାରି ମାମଲା: ଭାରତ ପକ୍ଷରୁ ନେପାଳକୁ ମିଳିଲା ଜୋରଦାର ଜବାବ

ନେପାଳ ପକ୍ଷରୁ ଜାରି ହୋଇଥିବା ନୂତନ ମାନଚିତ୍ର ପ୍ରସଙ୍ଗରେ ଭାରତ ପକ୍ଷରୁ ଦିଆଯାଇଛି ଜବାବ | 

ମାନଚିତ୍ର ଜାରି ମାମଲା: ଭାରତ ପକ୍ଷରୁ ନେପାଳକୁ ମିଳିଲା ଜୋରଦାର ଜବାବ

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଭାରତ ଏବଂ ନେପାଳ ମଧ୍ୟରେ ବିବାଦ | ସୀମାକୁ ନେଇ ମୁହାଁମୁହାଁ ହୋଇଛନ୍ତି ଉଭୟ ଦେଶ | ବୁଧବାର ନେପାଳ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ମାନଚିତ୍ରକୁ ନେଇ ଏହି ବିବାଦର ଉତ୍ପତ୍ତି ହୋଇଛି | ଲିପୁଲେଖ, କାଲାପାନି, ଲିମ୍ପିଆଧୁରା ଭଳି ଭାରତୀୟ ଅଞ୍ଚଳକୁ ନିଜ ଅଧିକୃତ ଅଞ୍ଚଳ ବୋଲି ଦର୍ଶାଇଥିଲା ନେପାଳ | ଏପରି ନକ୍ସା ଜାରି କରିଥିଲା ନେପାଳ ଭୂ-ପ୍ରବନ୍ଧନ ଏବଂ ଦାରିଦ୍ର୍ୟ ଦୂରୀକରଣ ବିଭାଗ | ଯାହାକୁ ନେଇ ଆପତ୍ତି ଉଠାଇଥିଲା ଭାରତ |          

ଚଳିତ ମାସ ପ୍ରାରମ୍ଭରୁ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ନେପାଳ ସଂସଦକୁ ସମ୍ବୋଧିତ କରି କହିଥିଲେ ଖୁବ ଶୀଘ୍ର ଦେଶର ନୂତନ ନକ୍ସା ପ୍ରକାଶ କରାଯିବ | ଯେଉଁଥିରେ ଦେଶର ସୀମା ମଧ୍ୟରେ ଆସୁଥିବା ସମସ୍ତ ଅଞ୍ଚଳକୁ ଦର୍ଶାଯିବ | ଲିପୁଲେଖ, କାଲାପାନି, ଲିମ୍ପିଆଧୁରା ପ୍ରଭୂତି ଅଞ୍ଚଳ ନେପାଳ ଅଧିକୃତ ଅଞ୍ଚଳ | ଏହାକୁ ପୁନର୍ବାର ଦେଶରେ ସାମିଲ କରାଯିବାକୁ ରାଜନୈତିକ ପ୍ରୟାସ କରାଯିବ | ଦେଶର ସମସ୍ତ ଅଞ୍ଚଳକୁ ସାମିଲ କରାଯାଇ ନୂତନ ସରକାରୀ ମାନଚିତ୍ର ପ୍ରକାଶିତ ହେବ | ନେପାଳ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖି ରାଷ୍ଟ୍ରପତି କହିଥିଲେ ଯେ, ଦେଶର ଅନ୍ତର୍ଜାତୀୟ ସୀମାର ସୁରକ୍ଷା ଲାଗି ସରକାର ପ୍ରତିବନ୍ଧ | ଭାରତ ସହ ରହିଥିବା ସୀମା ବିବାଦର ସମାଧାନ ଲାଗି ଐତିହାସିକ ସନ୍ଧି, ମାନଚିତ୍ର, ତଥ୍ୟ ଏବଂ ସାକ୍ଷ୍ୟ ଆଧାରରେ ରାଜନୈତିକ ପ୍ରକ୍ରିୟାରେ ଏହାର ସମାଧାନ କରାଯିବ |       

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଚାରଚୁଲାରୁ ଲିପୁଲେଖ ପର୍ଯ୍ୟନ୍ତ ଏକ ସଡକ ଉଦଘାଟନ କରାଯିବା ପରେ ଏହି ପ୍ରସଙ୍ଗ ଉଠାଇଥିଲା ନେପାଳ | ଏହି ମାର୍ଗ ଦ୍ୱାରା କୈଳାସ ମାନସରୋବର ତୀର୍ଥ ଯାତ୍ରା ପାଇଁ ଲାଗୁଥିବା ସମୟକୁ କମ କରାଯାଇ ପାରିବ | ଏହି ଅଞ୍ଚଳ ଉପରେ ନିଜର ଅଧିକାରୀ ଥିବା ଦର୍ଶାଇ  ବିବାଦ ଆରମ୍ଭ କରିଥିଲା ନେପାଳ | ଏ ପ୍ରସଙ୍ଗରେ କାଠମାଣ୍ଡୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରାଙ୍କ ନିକଟରେ ବିରୋଧ ଦର୍ଶାଇଥିଲେ ନେପାଳ ବିଦେଶ ମନ୍ତ୍ରୀ  ପ୍ରଦୀପ କୁମାର ଗ୍ୱାବଲି |       

ଏହା ଉପରେ ପ୍ରତିକ୍ରିୟା ରଖି ଭାରତ ପକ୍ଷରୁ କୁହାଯାଇଥିଲା, ଉତ୍ତରଖଣ୍ଡର ପିଥୋରଗଡ ଜିଲ୍ଲାର ଯେଉଁ ସଡକ ଉପରେ ନେପାଳ ନିଜର ଅଧିକାର ଥିବା ନେଇ ଦାବି ଉଠାଇଛି ତାହା ଭାରତୀୟ ଅଞ୍ଚଳ | ନୂଆଦିଲ୍ଲୀକୁ ଅନୁଭବ ହେଉଛି ଯେ ବର୍ତ୍ତମାନ କାଠମାଣ୍ଡୁର ଆଭିମୁଖ୍ୟ ନେପାଳର ବଢୁଥିବା ଚୀନର ଉପସ୍ଥିତିର ପ୍ରଭାବ | ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଶୁକ୍ରବାର ଲିପୁଲେଖ ପ୍ରସଙ୍ଗରେ ନେପାଳ ସହ ଆଲୋଚନା କରିବା ନେଇ ଜଣାଇଛନ୍ତି |    

ଥିଙ୍କ ଟ୍ୟାଙ୍କ ଆଇଡିଏସଏ(IDSA) ପକ୍ଷରୁ ଅନଲାଇନ ମିଟରେ ନେପାଳ ସହ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ସେନା ମୁଖ୍ୟ କହିଥିଲେ,"ମୋତେ ଏହା ଜଣା ନାହିଁ ନେପାଳ କେଉଁ ପ୍ରସଙ୍ଗକୁ ନେଇ ବିରୋଧ କରୁଛି | ଅତୀତରେ କେବେ ଏଭଳି ସମସ୍ୟା ହୋଇନାହିଁ | କୌଣସି ଦ୍ୱିତୀୟ ପକ୍ଷର ଇସାରରେ ଏପରି କାମ ହେଉଥାଇ ପାରେ | " ଯଦିଓ ଆର୍ମି ଜେନେରାଲ ନରୱଣେ ଦ୍ୱିତୀୟ ପକ୍ଷର ନାଁ ନେଇନାହାଁନ୍ତି, ଏହା ସ୍ପଷ୍ଟ ଯେ ହିମାଲୟ ଦେଶ ନେପାଳରେ ଦିନକୁ ଦିନ ଚୀନର ଉପସ୍ଥିତି ବଢିବାରେ ଲାଗିଛି | 

ବର୍ତ୍ତମାନ ସମୟରେ ଭାରତ ସହ ନେପାଳର କୌଣସି ବିବାଦ ନାହିଁ | ୧୮୧୬ ମସିହାରେ ହୋଇଥିବା ସୁଗୌଲି ସନ୍ଧି ଅନୁସାରେ ତତ୍କାଳୀନ ନେପାଳର ରାଜା  କାଲାପାନି, ଏବଂ ଲିପୁଲେ୍ଖ ସମେତ ଅନ୍ୟ କେତେକ ଅଞ୍ଚଳକୁ ସେତେବେଳେ ଭାରତ ବର୍ଷରେ ଶାସନ କରୁଥିବା ବ୍ରିଟିଶ ସରକାରଙ୍କୁ ହସ୍ତାନ୍ତର କରିଥିଲେ |   

ବର୍ତ୍ତମାନର ସୀମା ବିବାଦ ପ୍ରସଙ୍ଗରେ ନେପାଳ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଛି ଏପରି ନୂତନ ମାନଚିତ୍ର ଜାରି କରିବା କାର୍ଯ୍ୟକୁ ଗ୍ରହଣ କରାଯିବ | ଭାରତର ସାର୍ବଭୌମତ୍ୱକୁ ନେପାଳ  ସମ୍ମାନ ଜଣାଇବା ଦରକାର | ପରସ୍ପର ମଧ୍ୟରେ ଚାଲିଥିବା ବିବାଦର ସମାଧାନ ଉଭୟ ଦେଶ କରିବା ଦରକାର | ଏନେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ନେପାଳ ପକ୍ଷରୁ ଏକତରଫା ଦେଶର ମାନଚିତ୍ର ଜାରି କରାଯାଇଛି | ଯାହା ଐତିହାସିକ ତଥ୍ୟ ଆଧାରିତ ନୁହେଁ | ଭାରତ-ନେପାଳ ମଧ୍ୟରେ ଚାଲିଥିବା ସୀମା ବିବାଦର ଦ୍ୱିପାକ୍ଷିକ ଏବଂ କୂଟନୈତିକ ସ୍ତରରେ କରାଯିବା ଆବଶ୍ୟକ |