ଠିକ ସମୟରେ ମିଳିଲାନି ଏମ୍ବୁଲାନ୍ସ, ଅଭିନେତା-ନବଜାତ ଶିଶୁର ମୃତ୍ୟୁ
topStories0hindi588125

ଠିକ ସମୟରେ ମିଳିଲାନି ଏମ୍ବୁଲାନ୍ସ, ଅଭିନେତା-ନବଜାତ ଶିଶୁର ମୃତ୍ୟୁ

ଆମ୍ବୁଲାନ୍ସ ନ ମିଳିବାରୁ କୌଣସି ରୋଗୀ ବା ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଦେଶରେ ପ୍ରାୟଦିନ ଦେଖା ଦେଇଥାଏ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ମହାରାଷ୍ଟ୍ର । ଯେଉଁଠି ଜଣେ ଗର୍ଭବତୀ ମରାଠୀ ଅଭିନେତ୍ରୀଙ୍କୁ ଠିକ ସମୟରେ ଆମ୍ବୁଲାନ୍ସ ସୁବିଧା ନ ମିଳିବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ପ୍ରସବ ବେଳେ ନବଜାତ ଶିଶୁର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।  

ଠିକ ସମୟରେ ମିଳିଲାନି ଏମ୍ବୁଲାନ୍ସ,  ଅଭିନେତା-ନବଜାତ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଆମ୍ବୁଲାନ୍ସ ନ ମିଳିବାରୁ କୌଣସି ରୋଗୀ ବା ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହେବା ଘଟଣା ଦେଶରେ ପ୍ରାୟଦିନ ଦେଖା ଦେଇଥାଏ । ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ହେଉଛି ମହାରାଷ୍ଟ୍ର । ଯେଉଁଠି ଜଣେ ଗର୍ଭବତୀ ମରାଠୀ ଅଭିନେତ୍ରୀଙ୍କୁ ଠିକ ସମୟରେ ଆମ୍ବୁଲାନ୍ସ ସୁବିଧା ନ ମିଳିବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ପ୍ରସବ ବେଳେ ନବଜାତ ଶିଶୁର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।  

ଅଭିନେତ୍ରୀଙ୍କ ନାଁ ହେଉଛି ପୂଜା ଝୁଞ୍ଜର । ଘଟଣାଟି ମହାରାଷ୍ଟ୍ରର ହିଙ୍ଗୋଲୀ ଜିଲ୍ଲାରେ ଘଟିଥିଲା । ଗତ ରବିବାରରେ ୨୫ ବର୍ଷୀୟ ପୂଜାଙ୍କୁ ଠିକ୍ ସମୟରେ ଆମ୍ବୁଲାନ୍ସ ମିଳି ନଥିଲା । ଅଭିନେତ୍ରୀଙ୍କ ପରିବାର ଲୋକଙ୍କ କହିବାନୁସାରେ, ଯଦି ଠିକ ସମୟରେ ଆମ୍ବୁଲାନ୍ସ ମିଳିଯାଇଥାଆନ୍ତା ତେବେ ଅଭିନେତ୍ରୀଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା । ପୂଜା ଦୁଇଟି ମରାଠୀ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପରେ ପ୍ରେଗନେନ୍ସି ପାଇଁ ସେ କାମରୁ ବିରତି ନେଇଥିଲେ।

ପୋଲିସଙ୍କ କହିବାନୁସାରେ, ରାତି ୨ଟାରେ ଅଭିନେତ୍ରୀ ପୂଜାଙ୍କର ପ୍ରସବପୀଡ଼ା ହେବା କାରଣରୁ ତୁରନ୍ତ ତାଙ୍କୁ ଗୋରେଗାଁଓ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ପ୍ରସବର କିଛି ମିନିଟ୍ ପରେ ତାଙ୍କ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଡାକ୍ତରମାନେ ପରିବାର ଲୋକଙ୍କୁ ପୂଜାଙ୍କୁ ହିଙ୍ଗୋଲିର ସିଭିଲ୍ ହସ୍ପିଟାଲକୁ ନେଇ ଯିବାକୁ କହିଥିଲେ । ଏହା ଗୋରେଗାଁଓଠୁ ପାଖାପାଖି ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏପରି ପରିସ୍ଥିତିରେ ତାଙ୍କ ପରିବାର ଲୋକେ ଦୀର୍ଘ ସମୟ ଯାଏଁ ଆମ୍ଭୁଲାନ୍ସ ଖୋଜିଥିଲେ। କୌଣସି ମତେ ପରିବାର ଲୋକେ ଏକ ପ୍ରାଇଭେଟ୍ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ କିନ୍ତୁ ପୂଜା ଅଧା ରାସ୍ତାରେ ଆଖି ବୁଜି ଦେଇଥିଲେ।

 

Trending news