• ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ଉପସ୍ଥାପନ
  • ବଜେଟ-୨୦୨୦ ଉପରେ ରାଜ୍ୟବାସୀଙ୍କ ନଜର
  • ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ କାର୍ ଦୁର୍ଘଟଣା
  • ୪ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ଇଷ୍ଟାଗ୍ରାମରେ କୋହଲିଙ୍କ ବିରାଟ ରେକର୍ଡ
  • ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫଲୋୟର୍ସ

ଆଧାର ସହ ଲିଙ୍କ ନ ହେଲେ ଖାରଜ ହେବ ପାନ୍ କାର୍ଡ

ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ କାର୍ଡ ସହିତ ଆଧାର ଲିଙ୍କ କରିବାକୁ ଆୟକର ବିଭାଗ ନିର୍ଦ୍ଦେଶ ଦେଇଛି। ଯଦି କେହି ନ କରିଛନ୍ତି ତେବେ ଏହାକୁ ଖୁବ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛି ଆୟକର ବିଭାଗ। କାରଣ ଆଧାର ଲିଙ୍କ ନ କରିଲେ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଅଟକି ଯିବାର ସମ୍ଭାବନା ରହିଛି।  

ଆଧାର ସହ ଲିଙ୍କ ନ ହେଲେ ଖାରଜ ହେବ ପାନ୍ କାର୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ କାର୍ଡ ସହିତ ଆଧାର ଲିଙ୍କ କରିବାକୁ ଆୟକର ବିଭାଗ ନିର୍ଦ୍ଦେଶ ଦେଇଛି। ଯଦି କେହି ନ କରିଛନ୍ତି ତେବେ ଏହାକୁ ଖୁବ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଛି ଆୟକର ବିଭାଗ। କାରଣ ଆଧାର ଲିଙ୍କ ନ କରିଲେ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଅଟକି ଯିବାର ସମ୍ଭାବନା ରହିଛି।  

ଆୟକର ବିଭାଗ କହିଛି ଯେ, ଆଧାର ଓ ପାନ କାର୍ଡ ଲିଙ୍କ ପାଇଁ ଧାର୍ଯ୍ୟ ସମୟସୀମାକୁ ବାରମ୍ବାର ବୃଦ୍ଧି କରାଯାଇଛି। ତେବେ ଏହା ପାଇଁ ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩୧ ତାରିଖକୁ ଧାର୍ଯ୍ୟ କରାଯାଇଛି। ଏହି ଧାର୍ଯ୍ୟ ସମୟସୀମା ମଧ୍ୟରେ ଯଦି କେହି ଏହାକୁ ଲିଙ୍କ କରୁନାହାନ୍ତି, ତେବେ ତାଙ୍କର ପାନ କାର୍ଡ ଖାରଜ ହୋଇ ଯାଇଛି।  

ସାଧାରଣ ଭାବେ ଆୟକର ଟ୍ୟାକ୍ସ ଦାଖଲ କରିବା ପାଇଁ ପ୍ୟାନ କାର୍ଡର ଆବଶ୍ୟକ ପଡ଼ିଥାଏ। ଏଭଳି ସ୍ଥଳରେ ଉଭୟ ଆଧାର ଓ ପ୍ୟାନ କାର୍ଡ ଲିଙ୍କ ନ ହେବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ସେପଟେ ଉଭୟ ଆଧାର ଓ ପ୍ୟାନ କାର୍ଡ ଲିଙ୍କ କରିବା ପାଇଁ ବିଭାଗ ତାର ଓ୍ୱେବସାଇଟରେ ଅନଲାଇନ ସୁବିଧା ମଧ୍ୟ ଯୋଗାଇ ଦେଇଛି। ସେହିଭଳି କାର୍ଡ ଲିଙ୍କ ହୋଇଛି କି ନାହିଁ ତାହା ଦେଖିବା ପାଇଁ ମଧ୍ୟ ଏଠାରେ ସୁବିଧା ଉପଲବ୍ଧ ହୋଇଛି।