ଅବସର ନେଲେ ସାରାପୋଭା
Advertisement

ଅବସର ନେଲେ ସାରାପୋଭା

ଟେନିସରୁ ସାରାପୋଭାଙ୍କ ଅବସର ...

ଅବସର ନେଲେ ସାରାପୋଭା

ନୂଆଦିଲ୍ଲୀ: ୫ ଥର ଗ୍ରାଣ୍ଡସ୍ଲାମ ଚାମ୍ପିଆନ ମାରିଆ ସାରାପୋଭା ଅନ୍ତର୍ଜାତୀୟ ଟେନିସରୁ ଅବସର ଗ୍ରହଣ କରିଛନ୍ତି। ୩୨ ବର୍ଷିୟ ସାରାପୋଭା ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେବା ପରେ ଏହି ଘୋଷଣା କରିଛି।  

ସାରାପୋଭା କହିଛନ୍ତି କି, ଏବେ ମୋତେ ଟେନିସ ବିନା ହିଁ ବଞ୍ଚିବାକୁ ହେବ। ଯେତେବେଳେ ମୁଁ ଖେଳ ଆରମ୍ଭ କରିଥିଲେ, ସେବେଠାରୁ ହିଁ ଟେନିସ ମୋର ଜୀବନ ବୋଲି କହୁଥିଲି। ମୁଁ ଯେତେବେଳେ ଜଣେ ଛୋଟ ଝିଅ ଥିଲି, ସେବେଠାରୁ ହିଁ ମୁଁ ଟେନିସ କୋର୍ଟ ଦେଖିଆସୁଛି। ମାତ୍ର ଏବେ ଠାରୁ ଆଉ ଏହି କୋର୍ଟକୁ ଦେଖିବାକୁ ପାଇବି ନାହିଁ। ଟେନିସ ମୋତେ ଅନେକ ଖୁସି ଦେଇଛି। ଅନେକ ଲୁହ ମଧ୍ୟ ଦେଇଛି ବୋଲି ସେ କହିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି ଏହି ଖେଳରୁ ହିଁ ମୋତେ ପୁରା ପରିବାର ମିଳିଛି। ଦୀର୍ଘ ୨୮ ବର୍ଷର ସମ୍ପର୍କକୁ ଏହିଠାରୁ ହିଁ ଭାଙ୍ଗିବାକୁ ପଡ଼ୁଛି। ସେ ଏକ ମାଗାଜିନରେ ଲେଖିଛନ୍ତି କି, ଏବେ ମୋତେ ତୁମକୁ ଗୁଡ଼ବୟ କହିବାକୁ ପଡ଼ୁଛି।  

ସୂଚନା ଯୋଗ୍ୟ ସାରାପୋଭା ୨୦୦୪ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଓ୍ୱିମ୍ବଲଡ଼ନ ଚାମ୍ପିଅନ ହୋଇ ରାତାରାତି ଟେନିସ ଷ୍ଟାର ହୋଇଯାଇଥିଲେ। ସେହିପରି ୨୦୦୮-୦୯ ମସିହାରେ ମାତ୍ର ୨୦ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନସିପ ଜିତିଥିଲେ। ସେହିପରି ୨୦୧୨ ଓ ୨୦୧୪ ମସିହାରେ ଫ୍ରେଞ୍ଚ ଓପନ ଜିତିଥିଲେ।  

ସେହିପରି ୨୦୦୩ ରୁ ୨୦୧୫ ମସିହା ମଧ୍ୟରେ ଏକ ମାତ୍ର ସିଙ୍ଗଲ୍ସ ଟାଇଟଲ ଜିତି ରେକର୍ଡ କରିଥିଲେ। ଏହି ରେକର୍ଡରେ ଷ୍ଟେଫି ଗ୍ରାଫ, ମାର୍ଟିନା ନଓ୍ୱାରାତିଲୋଓ୍ୱା ଏବଂ କିର୍ସ ଏୱର୍ଟଙ୍କ ନାମ ସାମିଲ ରହିଛି। ସେହିଭଳି ୨୦୧୨ ଓ ୨୦୧୪ ମସିହାରେ ଫ୍ରେଞ୍ଚ ଓପନର ଟାଇଟଲ ମଧ୍ୟ ହାସଲ କରିଥିଲେ।  

ତେବେ ସାରାପୋଭାଙ୍କ ସଫଳତାର ତାଲିକା ଯେତିକି ଲମ୍ବା ବିବାଦ ମଧ୍ୟ ସେତିକି ଗୁରୁତର ରହିଛି। ଡ୍ରଗ୍ସ ସେବନ ମାମଲାରେ ସାରାପୋଭା ପ୍ରାୟ ୧୭ ମାସ ଟେନିସରୁ ଦୁରେଇ ରହିଥିଲେ। ୧୫ ମାସ ଦୁରେଇ ରହିବା ପରେ ୨୦୧୭ ମସିହାରେ କୋର୍ଟ କୁ ଫେରିଥିଲେ। ସେହିପରି ମାଷ୍ଚର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଚିହ୍ନି ନଥିବା କହି ମଧ୍ୟ ବିବାଦ ଘେରକୁ ଆସିଥିଲେ ସାରାପୋଭା।