ଭଗବାନଙ୍କ ଅବସ୍ଥିତି ସମ୍ପର୍କରେ ଟ୍ୱିଟ କରି ଟ୍ରୋଲ ହେଲେ ଜଷ୍ଟିସ କାଟଜୁ
Advertisement

ଭଗବାନଙ୍କ ଅବସ୍ଥିତି ସମ୍ପର୍କରେ ଟ୍ୱିଟ କରି ଟ୍ରୋଲ ହେଲେ ଜଷ୍ଟିସ କାଟଜୁ

ଟ୍ୱିଟ କରି ଟ୍ରୋଲ ହେଲେ କାଟଜୁ

ଭଗବାନଙ୍କ ଅବସ୍ଥିତି ସମ୍ପର୍କରେ ଟ୍ୱିଟ କରି ଟ୍ରୋଲ ହେଲେ ଜଷ୍ଟିସ କାଟଜୁ

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ଏବେ ସମଗ୍ର ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟା ସଂଗଠନ ଏହାକୁ ମହାମାରୀ ଭାବେ ମଧ୍ୟ ଘୋଷଣା କରିଛନ୍ତି। ଦେଶରେ ମଧ୍ୟ ଏହି ଭାଇରସର ପ୍ରଭାବ ଧିରେଧିରେ ବଢିବାରେ ଲାଗିଛି। ପାଖାପାଖି ୯ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇ ସାରିଲେଣି। ସେଠାରେ କୋରୋନା ସଂକ୍ରମଣରେ ଅଢେଇ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ଏଭଳି ସଂକଟ ସମୟରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଏକ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଏକ ଟ୍ୱିଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

ସୁଚନା ଅନୁଯାୟୀ କାଟଜୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ କି, ଯଦି ଦୁନିଆରେ ଭଗବାନଙ୍କ ଅବସ୍ଥିତି ରହିଛି, ଯଦି ଭଗବାନ ରହିଛନ୍ତି। ତେବେ ସେ କୋରୋନାକୁ କାହିଁକି ଦୁନିଆରୁ ହଟାଇ ଦେଉନାହାନ୍ତି। କାହିଁକି ମାରି ଦେଉନାହାନ୍ତି ବୋଲି ସେ ଟ୍ୱିଟ କରିଥିଲେ। ଜଷ୍ଟିସ କାଟଜୁଙ୍କ ଏହି ଟ୍ୱିଟର ଉତ୍ତର ମଧ୍ୟ ବେଶ ଦମଦାର ଦେଇଛନ୍ତି। କିଛି ଟ୍ୱିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି ଯେ, ଭଗବାନ ଆମକୁ ଏହା କହିବାକୁ ଚାହୁଁଛନ୍ତି ଯେ, ତାଙ୍କର ଉପସ୍ଥିତି ରହିଛି। ଏହାକୁ ଲୋକମାନେ ଅନୁଭବ କରନ୍ତୁ। ଲୋକମାନେ ଥରେ ଏହାକୁ ଅନୁଭବ କରିପାରିଲେ କୋରୋନା ଦୁନିଆରୁ ଆପଣା ଛାଏଁ ଚାଲିଯିବ ବୋଲି ରିଟ୍ୱିଟ କରି ଲେଖିଥିଲେ।  

 

ସେହିପରି ଆଉ ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ ବେଶ ମଜାଦାର ଉତ୍ତର ଦେଇଥିଲେ। ସେ ଲେଖିଥିଲେ ଭଗବାନ ମଣିଷଙ୍କ ସହିତ ପ୍ରକୃତି ଓ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ରହିଛନ୍ତି। ଏଥର ଭଗବାନ ପଶୁପକ୍ଷୀ ଓ ପ୍ରକୃତିର ଡାକ ଶୁଣିଛନ୍ତି ବୋଲି ଲେଖିଛନ୍ତି। ସେହିଭଳି କିଛି ୟୁଜର୍ସ ଲେଖିଛନ୍ତି ଯେ, ଜଷ୍ଟିସ ଆପଣ କେବେ ଏହା ପୂର୍ବରୁ ଭଗବାନଙ୍କୁ ଡାକିଛନ୍ତି, କେବେ ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ଆପଣ କେବେ ଭଗବାନଙ୍କୁ ପୂଜା କରିଛନ୍ତି ବୋଲି ଟ୍ୱିଟର ହ୍ୟାଣ୍ଡେଲକାରୀ ଲେଖିଛନ୍ତି।  

ସୂଚନା ଯୋଗ୍ୟ ଏହା ପୂର୍ବରୁ ଲକଡାଉନକୁ ବଢାଇବା ପାଇଁ ନିଜର ବିରୋଧ ଦର୍ଶାଇ ସାରିଛନ୍ତି। ତାଙ୍କ କହିବା କଥା ହେଉଛି ଯେ, ଯଦି ଲକଡାଉନକୁ ଆହୁରି ଅଧିକ ସମୟ ପାଇଁ ବୃଦ୍ଧି କରାଯାଏ ତେବେ ଲୋକମାନେ ଭୋକ ଉପାସରେ ପଡ଼ିରହିବେ। ଅନେକ ସମସ୍ୟାର ସମ୍ମୁଖିନ ହେବେ। ସେ ଆହୁରି ମଧ୍ୟ କହିଛନ୍ତି କି, ଲକଡାଉନକୁ ଯଦି ହଟାଇ ଦିଆଯାଏ, ତେବେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲେ ସେଥିପାଇଁ ଦାୟୀ କିଏ ରହିବ। ରାଜନେତାମାନେ ନିଜ ମୁଣ୍ଡକୁ ଦୋଷ ନେବାକୁ ଚାହୁଁନାହାନ୍ତି। ଫଳରେ ଏହି ଲକଡାଉନକୁ ଜାରି ରଖିବା ପାଇଁ ସେ କହିଛନ୍ତି।