Advertisement
Article Detail0/zeeodisha/odisha687584

ଆଠଗଡ଼ରେ ନିର୍ମମ ହତ୍ୟା, ଶରୀରରୁ ମୁଣ୍ଡକୁ ଅଲଗା କରିଥିଲା ଅଭିଯୁକ୍ତ ପୂଜକ

ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମନ୍ଦିରରେ ଥିବା ଖଣ୍ଡାରେ ସରୋଜ କୁମାର ପ୍ରଧାନ(୫୦)ଙ୍କୁ ହତ୍ୟା କରିଛି ଅଭିଯୁକ୍ତ ପୂଜକ ସଂସାରୀ ଓଝା । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ମନୋରଞ୍ଜନ ମହାନ୍ତି, ଆଠଗଡ଼: ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ଗାଁରେ ନିର୍ମମ ହତ୍ୟା । ମୃତକ ଜଣକ ହେଲେ ଗାଁର ସରୋଜ କୁମାର ପ୍ରଧାନ(୫୦) । ଅଭିଯୁକ୍ତ ମନ୍ଦିର ପୂଜକ ସଂସାରୀ ଓଝା(୭୦) ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ପରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ ପୂଜକ । ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି । ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ, ତେବେ ଏନେଇ ଦୁଇଟି ଦିଗ ସାମ୍ନାକୁ ଆସୁଛି । 

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ମନ୍ଦିରରେ ଥିବା ଖଣ୍ଡାରେ ସରୋଜଙ୍କୁ ହତ୍ୟା କରିଛି ଅଭିଯୁକ୍ତ ପୂଜକ ସଂସାରୀ ଓଝା ।  ହତ୍ୟାକାଣ୍ଡ ଏତେ ନିର୍ମମ ଥିଲା ଥିଲା, ମୃତକଙ୍କ ଶରୀର ଠାରୁ ମୁଣ୍ଡ ଅଲଗା ହୋଇଯାଇଛି । ପରେ ସିଧାସଳଖ ନରସିଂହପୁର ଥାନାକୁ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ । 

fallback

Add Zee News as a Preferred Source

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ହତ୍ୟାକାଣ୍ଡରେ ଦୁଇଟି ଦିଗ ସାମ୍ନାକୁ ଆସୁଛି । ଅଭିଯୁକ୍ତ ପୋଲିସ ଆଗରେ ବାରମ୍ବାର ମତ ବଦଳାଉଥିବା ଜଣାପଡ଼ିଛି । କେତେବେଳେ ଆମ୍ବ ବଗିଚାକୁ ନେଇ ଶତ୍ରୁତା ଥିବାରୁ ଏଭଳି କାଣ୍ଡ ଭିଆଇଥିବା କହୁଛି ଅଭିଯୁକ୍ତ । ଆଉ କେତେବେଳେ କୋରୋନା ପାଇଁ ବଳି ଦେଇଥିବା ମଧ୍ୟ କହୁଛି ! ତେବେ ହତ୍ୟାକାଣ୍ଡର ପ୍ରକୃତ କରାଣ କ'ଣ, ସେନେଇ ପୋଲିସ ତଦନ୍ତ ଜାରିରଖିଛି । ତଦନ୍ତ ପରେ ଏ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟିବ । 

About the Author