ଏକାନ୍ତବାସରେ ମୌଲାନା ସାଦ, କ୍ରାଇମବ୍ରାଞ୍ଚର ନୋଟିସ ଜାରି
Advertisement

ଏକାନ୍ତବାସରେ ମୌଲାନା ସାଦ, କ୍ରାଇମବ୍ରାଞ୍ଚର ନୋଟିସ ଜାରି

ଦେଶରେ କୋରୋନା ସଂକଟ ସମୟରେ ନିଜାମୁଦ୍ଦିନ ମରକଜରେ ହୋଇଥିବା ତବଲିଗି ଜମାତର ମୁଖ୍ୟ କୁହାଯାଉଥିବା ମୌଲାନା ମହମ୍ମଦ ସାଦ ଏବେ ଏକାନ୍ତବାସରେ ଥିବା ଜଣାପଡ଼ିଛି। ସେ ତାଙ୍କର ଏକ ବନ୍ଧୁଙ୍କ ଘରେ ଦକ୍ଷିଣ ପୂର୍ବ ଦିଲ୍ଲୀ ଅଞ୍ଚଳରେ ଥିବା ସୂଚନା ରହିଛି। ସରକାରଙ୍କ ନିଷେଧାଦେଶ ସତ୍ତ୍ୱେ ସେ ତବଲିଗି ଜମାତ କାର୍ଯ୍ୟକ୍ରମର ଆୟୋଜନ କରି ବିବାଦରେ ରହି ଆସିଛନ୍ତି

ଏକାନ୍ତବାସରେ ମୌଲାନା ସାଦ, କ୍ରାଇମବ୍ରାଞ୍ଚର ନୋଟିସ ଜାରି

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟ ସମୟରେ ନିଜାମୁଦ୍ଦିନ ମରକଜରେ ହୋଇଥିବା ତବଲିଗି ଜମାତର ମୁଖ୍ୟ କୁହାଯାଉଥିବା ମୌଲାନା ମହମ୍ମଦ ସାଦ ଏବେ ଏକାନ୍ତବାସରେ ଥିବା ଜଣାପଡ଼ିଛି। ସେ ତାଙ୍କର ଏକ ବନ୍ଧୁଙ୍କ ଘରେ ଦକ୍ଷିଣ ପୂର୍ବ ଦିଲ୍ଲୀ ଅଞ୍ଚଳରେ ଥିବା ସୂଚନା ରହିଛି। ସରକାରଙ୍କ ନିଷେଧାଦେଶ ସତ୍ତ୍ୱେ ସେ ତବଲିଗି ଜମାତ କାର୍ଯ୍ୟକ୍ରମର ଆୟୋଜନ କରି ବିବାଦରେ ରହି ଆସିଛନ୍ତି। 

ମିଳିଥିବା ସୂଚନା ମୁତାବକ ମୌଲାନା ସାଦ ଅଧିକାଂସ ସମୟ ମରକଜ ନିବାସ କିମ୍ବା ନିଜ ପୈତୃକ ଘରେ ରହିଥିବା ନେଇ ଜଣାପଡ଼ିଛି। ଏହା ପୂର୍ବରୁ ମୌଲାନା ବିବାଦରେ ରହିଆସିଛନ୍ତି। ତବଲିଗି ଜମାତକୁ ବିଭାଜନ କରି ବିବାଦରେ ରହିଥିଲେ ମୌଲାନା ସାଦ। ତେବେ ତାଙ୍କ ଓକିଲଙ୍କ କହିବା କଥା ହେଉଛି ଯେ ଦିଲ୍ଲୀର କ୍ରାଇମ ବ୍ରାଞ୍ଚ ସିଆରପିସି ଧାରା ୯୧ ଆଧାରରେ ମୌଲାନା ସାଦଙ୍କୁ ଦ୍ୱିତୀୟ  ନୋଟିସ ଜାରି କରିଛି। ମାତ୍ର ଉକ୍ତ ନୋଟିସରେ ତାଙ୍କର ବ୍ୟକ୍ତିଗତ ସ୍ତରରେ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ଦେଇନାହିଁ। 

ମୋଲାନାଙ୍କ ଓକିଲ ଫୁଜୈଲ ଅହମ୍ମଦ ଆୟୁବିଙ୍କ କହିବା ମୁତାବକ ପୋଲିସ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ମରକଜ ସମର୍ଥନ କରି ଆସିଛି। ଏହା ସହିତ ଆଗାମୀ ଦିନରେ ହେବାକୁ ଥିବା ଯାଞ୍ଚ ପ୍ରକ୍ରିୟାରେ ମରକଜ ସମ୍ପୂର୍ଣ୍ଣ ଭାବରେ ପୋଲିସକୁ ସମର୍ଥନ କରିବେ ବୋଲି ସେ କହିଥିଲେ। 

ଦେଶରେ କୋରୋନାକୁ ନେଇ ଏକ ସଂକଟମୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମରକଜରେ ଏଭଳି ଏକ ଜନବହୁଳ କାର୍ଯ୍ୟକ୍ରମ  ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। କାରଣ ଏହି କାର୍ଯ୍ୟକ୍ରମରେ ପ୍ରାୟ ସହସ୍ରାଧିକ ଲୋକେ ସାମିଲ ହୋଇଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଶତାଧିକ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଫଳରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ପ୍ରାୟ ୨୫୦୦୦ ତବଲିଗି ଜମାତମାନଙ୍କୁ ଏକାନ୍ତବାସରେ ରଖିଛି। ଏହା ପରେ ମଧ୍ୟ ଆହୁରି ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। 

ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ତେଜିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ମଧ୍ୟ ଉଠାଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ କହିଛନ୍ତି କି, ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଏହି ଘଟଣାର ଯାଞ୍ଚ କରିବାର ଆବଶ୍ୟକ ରହିଛି। ଏହି ଯାଞ୍ଚ ଫଳରେ ଘଟଣାର ସତ୍ୟତା ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକତା କରି ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।