ନୂଆଦିଲ୍ଲୀ: ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ବଢି ବଢି ଚାଲିଛି । ପ୍ରାୟ ଦିନ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟଦିନ ଦୁଷ୍କର୍ମ, ହତ୍ୟା, ଯୌତୁକ ନିର୍ଯାତନା ପରି ଘଟଣା ସାମ୍ନାକୁ ଆସିଥାଏ । ବର୍ତ୍ତମାନର ରେକର୍ଡ ଅନୁସାରେ ଚଳିତ ବର୍ଷ ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷେତ୍ରରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୭ରେ ସମଗ୍ର ଦେଶରେ ମହିଳାଙ୍କ ବିରୋଧରେ ଅପରାଧର ୩ ଲକ୍ଷ ୫୯ ହଜାର ୮୪୯ ମାମଲା ରୁଜୁ ହୋଇଥିଲା ।
ସେହିପରି ୨୦୧୬ରେ ମଧ୍ୟ ଏହି ମାମଲା ୩ ଲକ୍ଷ ୩୮ ହଜାର ୯୫୪ ଥିଲା । ଏହି ସବୁ ଆପରାଧିକ ରେକର୍ଡ ଦେଖି ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ମହିଳାଙ୍କ ବିରୋଧରେ ଅପରାଧ ହ୍ରାସ ଘଟିବା ପରିବର୍ତ୍ତେ ବର୍ଷକୁ ବର୍ଷ ଆପରାଧିକ ମାମଲା ବଢି ଚାଲିଛି । ସରକାର ଓ ପ୍ରଶାସନର ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏହି ଆପରାଧିକ ମାମଲାରେ କୌଣସି କମି ଦେଖିବାକୁ ମିଳୁନାହିଁ ।
ମହିଳାଙ୍କ ବିରୋଧରେ ସର୍ବାଧିକ ଅପରାଧର ୫୬ ହଜାର ୧୧ଟି ମାମଲା ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ଦାଖଲ କରାଯାଇଛି । ଏହା ସମଗ୍ର ଦେଶର ଅପରାଧର ୧୫.୬ ପ୍ରତିଶତ ହେବ । ଏହାର ଖୁଲାସା ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁର(ଏନସିଆରବି) ୨୦୧୭ର ରିପୋର୍ଟରୁ ମିଳିଛି ।
ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ୫ଟି ରାଜ୍ୟ
୧. ଉତ୍ତର ପ୍ରଦେଶ: ୫୬,୦୧୧ଟି ମାମଲା
୨.ମହାରାଷ୍ଟ୍ର: ୩୧,୯୭୯ଟି ମାମଲା
୩.ପଶ୍ଚିମବଙ୍ଗ: ୩୦,୯୯୨ଟି ମାମଲା
୪.ମଧ୍ୟପ୍ରଦେଶ: ୨୯,୭୮୮ଟି ମାମଲା
୫.ରାଜସ୍ଥାନ: ୨୫,୯୯୩ଟି ମାମଲା
ମହିଳାଙ୍କ ପାଇଁ ସବୁଠାରୁ ଅଧିକ ସୁରକ୍ଷିତ ୫ଟି ରାଜ୍ୟ
୧.ଲକ୍ଷ୍ୟଦ୍ୱୀପ: ୬ଟି ମାମଲା
୨: ଦାଦର-ନଗର ହାବେଲୀ: ୨୦ଟି ମାମଲା
୩: ଦାମନ-ଡିଉ: ୨୬ଟି ମାମଲା
୪. ନାଗାଲାଣ୍ଡ: ୭୯ଟି ମାମଲା
୫: ପଣ୍ଡିଚେରୀ: ୧୪୭ଟି ମାମଲା
ମହିଳାଙ୍କ ସହ ଦୁଷ୍କର୍ମ ଓ ଗଣଦୁଷ୍କର୍ମ, ପୁଣି ହତ୍ୟା ମାମଲା
୧.ଉତ୍ତର ପ୍ରଦେଶ: ୬୪
୨.ଆସାମ: ୨୭
୩: ମହାରାଷ୍ଟ୍ର: ୨୧
୪.ମଧ୍ୟପ୍ରଦେଶ: ୨୧
୫: ଓଡ଼ିଶା: ୦୯
ଯୌତୁକ ନିର୍ଯାତନାର ମାମଲା
୧. ଉତ୍ତର ପ୍ରଦେଶ: ୨୫୨୪
୨.ବିହାର: ୧୦୮୧
୩: ମଧ୍ୟପ୍ରଦେଶ: ୬୩୨
୪.ପଶ୍ଚିମବଙ୍ଗ: ୪୯୯
୫.ରାଜସ୍ଥାନ: ୪୫୭
ଆତ୍ମହତ୍ୟା ପାଇଁ ଉସୁକାଇବାର ମାମଲା
୧. ମହାରାଷ୍ଟ୍ର: ୯୫୧
୨.ମଧ୍ୟପ୍ରଦେଶ: ୭୦୭
୩.ଆନ୍ଧ୍ରପ୍ରଦେଶ: ୫୯୭
୪: ତେଲେଙ୍ଗାନା: ୫୦୧
୫.ପଶ୍ଚିମବଙ୍ଗ: ୪୪୩