ଜିଲ୍ଲା ଶିକ୍ଷା ବିଭାଗର ବିଚିତ୍ର ନୀତି: କମ ପିଲା ଥିବା ସ୍କୁଲ ଖୋଲା, ଅଧିକ ପିଲା ଥିବା ସ୍କୁଲ ବନ୍ଦ !
Advertisement

ଜିଲ୍ଲା ଶିକ୍ଷା ବିଭାଗର ବିଚିତ୍ର ନୀତି: କମ ପିଲା ଥିବା ସ୍କୁଲ ଖୋଲା, ଅଧିକ ପିଲା ଥିବା ସ୍କୁଲ ବନ୍ଦ !

କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରାଯିବା ପାଇ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନୂତନ ନିଦ୍ଦେଶ ଜାରୀ କରିଛନ୍ତି । 

ଜିଲ୍ଲା ଶିକ୍ଷା ବିଭାଗର ବିଚିତ୍ର ନୀତି: କମ ପିଲା ଥିବା ସ୍କୁଲ ଖୋଲା, ଅଧିକ ପିଲା ଥିବା ସ୍କୁଲ ବନ୍ଦ !

ଅଜୟ ନାଥ, ସମ୍ବଲପୁର: ରାଜ୍ୟ ଶିକ୍ଷା ବିଭାଗର ଅଜବ ନୀତି। କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ନ କରି ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେଉଛି। ସମ୍ବଲପୁର ଜିଲ୍ଲା ବାହାମ ସ୍କୁଲ ଓ ଖଲିଆପାଲି ସ୍କୁଲରେ ଏଭଳି କଥା ସାମ୍ନାକୁ ଆସିଛି। ସେପଟେ ଛାତ୍ରଛାତ୍ରୀ କିଭଳି ଦୂର ସ୍ଥାନକୁ କୁନି କୁନି ପିଲାମାନେ ପାଠ ପଢିବାକୁ ଯିବେ ତାକୁ ନେଇ ଚିନ୍ତାରେ ଅଭିଭାବକ।

ଅଧିକ ପଢନ୍ତୁ: ୬ ଜେଡିୟୁ ବିଧାୟକଙ୍କୁ ଦଳରେ ମିଶାଇବା ବିହାରରେ ବିଜେପିକୁ ପଡ଼ିବ ମହଙ୍ଗା?

କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରାଯିବା ପାଇ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନୂତନ ନିଦ୍ଦେଶ ଜାରୀ କରିଛନ୍ତି । ତେଵେ ସମ୍ବଲପୁର ଜିଲ୍ଲା ବାହାମ ପ୍ରାଥମିକ ବିଦ୍ୟାଳୟରେ ୨୯ ଜଣ ଛାତ୍ରୀଛାତ୍ରୀ ରହିଥିବା ବେଳେ ଏହା ବନ୍ଦ ହେବାକୁ ଯାଉଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କୁଲ ବନ୍ଦ କରାଯିବା ପାଇ ଚିଠି ମଧ୍ୟ କରାଯାଇଛି । ତେଵେ ଏହି ସ୍କୁଲ ୧୮୯୨ ମସିହାରୁ ସ୍ଥାପିତ ହୋଇଥିଵାରୁ ବନ୍ଦକୁ ବିରୋଧ କରୁଛନ୍ତି ଗ୍ରାମବାସୀ। ତେଵେ ଏହି ସ୍କୁଲ ବନ୍ଦ ହେଲେ ନିକଟରେ ଥିବା ସ୍କୁଲମାନଙ୍କୁ ଏଠାକାର ପିଲାମାନେ ପାଠ ପଢିବା ପାଇ ଯିବେ। ହେଲେ ଦୂର ରାସ୍ତା ସହ ନାଲା ଓ ଜଙ୍ଗଳ ରାସ୍ତା ତଥା ହାତୀ ଭୟ ଯୋଗୁ ଅଭିଭାବକମାନେ ଭୟଭୀତ ହେଉଛନ୍ତି। ଏହାକୁ ନେଇ ସ୍କୁଲ ବନ୍ଦ ନ କରାଯାଉ ବୋଲି ସାଧାରଣରେ ଦାବୀ କରାଯାଇଛି । 

ଅଧିକ ପଢନ୍ତୁ: କିଏ ସେହି ନାଗା ସାଧୁ ବୈଷ୍ଣବ ପୁରୀ? ଜାଣିଲେ ଉଡିଯିବ ହୋସ

ଅନ୍ୟପଟେ ବାହାମ ନିକଟଥିବା ସ୍କୁଲରେ ୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ହେଲେ ଏହି ସ୍କୁଲ ବନ୍ଦ ପାଇ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ହୋଇନାହିଁ କି ବନ୍ଦ ମଧ୍ୟ ହେବ ନାହି। ଏହାକୁ ନେଇ ବାହାମ ଗ୍ରାମବାସୀ ସରକାରଙ୍କ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି । କିଭଳି ସରକାରଙ୍କ ନିର୍ଦେଶ ଅନୁସାରେ କମ ପିଲା ଥିବା ସ୍କୁଲ ବନ୍ଦ ନ କରି ଅଧିକ ଥିବା ସ୍କୁଲ ବନ୍ଦ କରାଯାଉଛି ବୋଲି କହିଛନ୍ତି । ତା'ସହ ସରକାରଙ୍କ ଅଜବ ନୀତି ପ୍ରତି ପ୍ରଶ୍ନ କରିଛନ୍ତି। ପୂର୍ବରୁ ଗୋଟିଏ ପ୍ରାଥମିକ ସ୍କୁଲରେ ୪ରୁ ୫ ଜଣ ଶିକ୍ଷକ ନିଯୁକ୍ତ ହେଉଥିବା ବେଳେ ଏବେ ଗୋଟିଏ କିମ୍ବା ଦୁଇଟି ଶିକ୍ଷକ ଦେଉଛନ୍ତି। ତା ପୁଣି ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ। ସେମିତି ହେଲେ କେମିତି ହେବ ପାଠ ପଢା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ତୁରନ୍ତ ରାଜ୍ୟ ସରକାର ୧୮୯୨ ମସିହାର ପୁରାତନ ସ୍କୁଲ ଏବଂ କମ ପିଲା ଥିବା ସ୍କୁଲ ଖୋଲା ରଖୁଥିବା ବେଳେ ଅଧିକ ପିଲା ଥିବା ସ୍କୁଲକୁ ବନ୍ଦ କରିଦେଉଛନ୍ତି । ଯାହା ଉପରେ ଦୃଷ୍ଟି ରଖି ପଦକ୍ଷେପ ନିଅନ୍ତୁ ବୋଲି ବାହାମ ଗ୍ରାମବାସୀ ଦାବି ଜଣାଇଛନ୍ତି ।