ନିର୍ଭୟା ମାମଲା: ମାସେ ଘୁଞ୍ଚିଲା ଫାଶୀ ତାରିଖ !
Advertisement

ନିର୍ଭୟା ମାମଲା: ମାସେ ଘୁଞ୍ଚିଲା ଫାଶୀ ତାରିଖ !

ଆଇନର ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡ଼ିଛି ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ମାମଲା। ଫାଶୀ ପାଇବା ପାଇଁ ପଟିଆଲା ହାଉସ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ମଧ୍ୟ ଆଇନର ଗଳିଦେଇ ଖସିଯିବାକୁ ବସିଛନ୍ତି ଅଭିଯୁକ୍ତମାନେ। ଅଭିଯୁକ୍ତ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିବା ପରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଫାଶୀର ତାରିଖ ଘୁଞ୍ଚି ପାରେ। ଏପରିକି ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି।  

ମାସେ ଘୁଞ୍ଚିଲା ଫାଶୀ ତାରିଖ

ନୂଆଦିଲ୍ଲୀ: ଆଇନର ବୁଢିଆଣୀ ଜାଲରେ ଛନ୍ଦି ହୋଇ ପଡ଼ିଛି ନିର୍ଭୟା ଅଭିଯୁକ୍ତଙ୍କ ଫାଶୀ ମାମଲା। ଫାଶୀ ପାଇବା ପାଇଁ ପଟିଆଲା ହାଉସ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ ମଧ୍ୟ ଆଇନର ଗଳିଦେଇ ଖସିଯିବାକୁ ବସିଛନ୍ତି ଅଭିଯୁକ୍ତମାନେ। ଅଭିଯୁକ୍ତ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିବା ପରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଫାଶୀର ତାରିଖ ଘୁଞ୍ଚି ପାରେ। ଏପରିକି ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି।  

ଅଧିକ ପଢନ୍ତୁ: ଟିକେଟ କଟିଥିବା ବିଧାୟକଙ୍କୁ କ୍ଷମତା ଲୋଭ ଦେଖାଇଲା ଆପ !

ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଷ୍ଟ୍ରପତିଙ୍କ ରାଜକ୍ଷମା ଯାଚିକା ଖାରଜ ହେବା ପରେ ମଧ୍ୟ ହାଇକୋର୍ଟ ଓ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ପାରିବେ ଦୋଷୀ। ଥରେ ରାଜକ୍ଷମା ଖାରଜ ହେବା ପରେ ମଧ୍ୟ ପୁନର୍ବାର ରାଜକ୍ଷମା ପାଇ ଅପିଲ କରି ପାରିବେ। ଏଥିପାଇଁ ରାଜକ୍ଷମା ପରେ ଜେଲ ପ୍ରଶାସନକୁ ୧୪ ଦିନର ସମୟ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସୂଚନା ଦେଇଥିଲେ। ସେପଟେ ନିର୍ଭୟା ଦୋଷୀମାନେ ଫାଶୀରୁ ନିଜକୁ ବଞ୍ଚାଇବା ପାଇଁ ସତ ଚେଷ୍ଟା କରୁଛନ୍ତି। ସେମାନଙ୍କ ର ସବୁ ଚେଷ୍ଟା ବିଫଳ ହେବ। ଲମ୍ବିତ ନ୍ୟାୟିକ ପ୍ରକ୍ରିୟା ରୁ ବଞ୍ଚିବାକୁ ହେଲେ  ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ରେ ବହୁତ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।

ଅଧିକ ପଢନ୍ତୁ: ଫାଶୀ ବେଳେ ଜଲ୍ଲାଦ ଯଦି ଅଚେତ ହୁଅନ୍ତି...

ସେପଟେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପୂର୍ବରୁ କେବେ ତିହାର ଜେଲରେ ଏକା ଥରେ ଚାରି ଜଣଙ୍କୁ ଫାଶୀ ଦିଆଯାଇନାହିଁ। ସେଥିପାଇଁ ଜେଲରେ ଅନେକ ବ୍ୟବସ୍ଥା ହୋଇଛି। ଥରେ ଡମି ଫାଶୀ ମଧ୍ୟ ହୋଇ ସାରିଛି। ଫାଶୀ ପଟା ଠାରୁ ତଳ ୧୫ ଫୁଟର ସୁଡଙ୍ଗ ଖୋଳାସରିଛି ।

 ସମସ୍ତ ପ୍ରସ୍ତୁତି ମଧ୍ୟ ତିହାର ଜେଲ ପକ୍ଷରୁ ଶେଷ ହୋଇଛି। ଜଲ୍ଲାଦ ମଧ୍ୟ ଆସି ସାରିଛି। ଅପେକ୍ଷା କେବଳ ଆଇନକଳର ନିର୍ଦ୍ଦେଶକୁ। ଚୁଡ଼ାନ୍ତ ନିର୍ଦ୍ଦେଶ ଆସିଲେ ହିଁ ଫାଶୀ ଖୁଣ୍ଟରେ ଝୁଲିବେ ।