ସିଏଏକୁ ସମର୍ଥନ କଲେ ବୋଲି...
Trending Photos
ନୂଆଦିଲ୍ଲୀ: ବିଏସପି ବିଧାୟିକାଙ୍କୁ ମହଙ୍ଗା ପଡିଲା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ । ଦଳରୁ ନିଲମ୍ବନ ହେଲେ ମଧ୍ୟପ୍ରଦେଶ ପଥେରିଆ ବିଧାୟକ ରାମବାଇ ପରିହାର । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ବିଏସପି ମୁଖ୍ୟ ମାୟାବତୀ । କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ଭାଗ ନେଇ ପାରିବେ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବିଏସପି ସୁପ୍ରିମୋ ।
ଟ୍ୱିଟ କରି ମାୟାବତୀ ସ୍ପଷ୍ଟ କରିଛନ୍ତି, ''ବିଏସପି ଏକ ଅନୁଶାସିତ ଦଳ । ଯଦି କୌଣନସି ଦଳୀୟ ବିଧାୟକ କିମ୍ବା ସାଂସଦ ଦଳ ବିରୁଦ୍ଧ କାମ କରନ୍ତି, ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଏହି କ୍ରମରେ ମଧ୍ୟପ୍ରଦେଶ ପଥେରିଆ ବିଧାୟିକାଙ୍କୁ ସିଏଏକୁ ସମର୍ଥନ କରିଥିବାରୁ ନିଲମ୍ବିତ କରାଯାଇଛି ।''
1. BSP अनुशासित पार्टी है व इसे तोड़ने पर पार्टी के MP/MLA आदि के विरूद्ध भी तुरन्त कार्रवाई की जाती है। इसी क्रम में MP में पथेरिया से BSP MLA रमाबाई परिहार द्वारा CAA का समर्थन करने पर उनको पार्टी से निलम्बित कर दिया है। उनपर पार्टी कार्यक्रम में भाग लेने पर भी रोक लगा दी गई है
— Mayawati (@Mayawati) December 29, 2019
ସାରା ଦେଶରେ ସିଏଏକୁ ନେଇ ଯେତେବେଳେ ପ୍ରତିବାଦ କରାଯାଉଥିଲା, ସେତେବେଳେ ବିଏସପିକୁ ଅଡୁଆ ସାଜିଥିଲେ ଦଳୀୟ ବିଧାୟିକା । କାହିଁକିନା ମାୟାବତୀ ଏହି ଆଇନକୁ ବିରୋଧ କରୁଥିବା ବେଳେ ଦଳୀୟ ବିଧାୟିକା ରାମବାଇ ପରିହାର ଆଇନକୁ ସମର୍ଥନ ଜଣାଇଥିଲେ । ଏପରିକି ଏହି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ରାମବାଇ । କହିଥିଲେ, ଏପରି ପଦକ୍ଷେପ ବହୁ ଆଗରୁ ନେବାର ଥିଲା । ମାତ୍ର କେହି ମଧ୍ୟ ସାହାସ ଜୁଟାଇ ପାରିନଥିଲେ । ଯାହା ମୋଦି ଆଉ ଶାହ କରି ଦେଖାଇଛନ୍ତି । ଶେଷରେ ତାଙ୍କୁ ଦଳ ନିଲମ୍ବିତ କରିଛି ।
ଆହୁରି ପଢ଼ନ୍ତୁ; ମୁଁ ଅମିତ ଶାହ କହୁଛି...! ୩ କୋଟି ଦେଲେ ତୁମ କ୍ଷମତା ବଢ଼ିବ