ମଧ୍ୟସ୍ଥତାର କଥା କହୁଥିବା UNର ମୁହଁ ବନ୍ଦ କରିଦେଲା ଭାରତ

କାଶ୍ମୀର ପ୍ରସଙ୍ଗରେ ସଂଯୁକ୍ତ ରାଷ୍ଟ୍ରକୁ ଭାରତର କଡ଼ା ଜବାବ

ମଧ୍ୟସ୍ଥତାର କଥା କହୁଥିବା UNର ମୁହଁ ବନ୍ଦ କରିଦେଲା ଭାରତ
ଫାଇଲ ଫଟୋ

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ରକୁ ଭାରତର କଡ଼ା ଜବାବ । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିୟୋ ଗୁତରେସଙ୍କ ପ୍ରସ୍ତାବକୁ ଖାରଜ କଲା ଭାରତୀୟ ବିଦେଶ ମନ୍ତ୍ରାଳୟ । ୪ ଦିନିଆ ପାକ୍ ଗସ୍ତରେ ଥିବା ଗୁତରେସ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ଇଚ୍ଛୁକ ବୋଲି କହିବା ପରେ କଡ଼ା ଜବାବ ରଖିଛି ଭାରତ । କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର । 

6

ରବିବାର ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ରବୀଶ କୁମାର କହିଥିଲେ, ''ଭାରତ ନିଜ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବ ନାହିଁ । ଜମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଛି, ଆଗକୁ ମଧ୍ୟ ରହିବ । ଯଦି କୌଣସି ମୁଦ୍ଦାର ସମାଧାନର ଆବଶ୍ୟକତା ଅଛି, ତେବେ ତାହା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ ହୋଇଥିବା ଅଞ୍ଚଳ । ପାକ୍ ଏହାକୁ ତୁରନ୍ତ ଖାଲି କରିବା ମୁଦ୍ଦାର ହିଁ ସମାଧାନ ହେବ । ଅନ୍ୟ ସମସ୍ତ ପ୍ରସଙ୍ଗରେ କେବଳ ଦ୍ୱିପାକ୍ଷିକ ଆଲୋଚନା ହେବ । କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାର ଆବଶ୍ୟକତା ନାହିଁ ।'' 

ରବୀଶ କୁମାର ଆହୁରି ମଧ୍ୟ କହିଛନ୍ତି, ''ଭାରତ ଉପରେ ସୀମାପାର ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ପାକିସ୍ତାକୁ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ତାଗିତ କରିବେ ବୋଲି ଆମର ଆଶା । କାହିଁକିନା ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପ କାଶ୍ମୀର ସମେତ ଭାରତୀୟ ଲୋକଙ୍କ ମାନବାଧିକାର ଏବଂ ଜୀବନ ଅଧିକାର ଉପରେ ବିପଦ ସୃଷ୍ଟି କରୁଛି ।'' ଅର୍ଥାତ ଭାରତ ଗୋଟିଏ ପ୍ରକାର ସ୍ପଷ୍ଟ କରିଦେବାକୁ ଚାହିଁଛି, ଯଦି କେହି ଭାରତ-ପାକିସ୍ତାନର କୌଣସି ବିଷୟ ଉପରେ ମୁଣ୍ଡ ପୁରାଇବାକୁ ଚାହୁଁଛି, ତେବେ ତାହା ହେଉଛି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପିଓକେ । 

ଆହୁରି ପଢ଼ନ୍ତୁ; କେସିଆର ବି ମୁହଁ ମୋଡ଼ିଦେଲେ...