ରବିବାର ଅବକାରୀ ଆୟୁକ୍ତ ପ୍ରବୀଣ ବକ୍ସୀ ସମସ୍ତ ଜିଲ୍ଲା ଉପାୟୁକ୍ତଙ୍କୁ ଚିଠି ଲେଖି ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ ।
Trending Photos
)
ଶିଲଙ୍ଗ: ଲକ୍ ଡାଉନକୁ ଆଜି ୨୦ ଦିନ । ଆଉ ଏସବୁ ଭିତରେ ମେଘାଳୟରେ ଖୋଲିଛି ମଦ ଦୋକାନ । ଲୋକଙ୍କ ଦାବି ପରେ ଆଜିଠୁ ମଦ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲେ ମେଘାଳୟ ସରକାର । ରବିବାର ଏନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଶେଷରେ ଆଜି ମଦ ଦୋକାନ ଖୋଲିଛି । ତେବେ ମଦ ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ଯେପରି ବୟାୟ ରହିବ, ସେନେଇ ଗୁରୁତ୍ୱାରୋପ କରାଯାଇଛି ।
ରବିବାର ଅବକାରୀ ଆୟୁକ୍ତ ପ୍ରବୀଣ ବକ୍ସୀ ସମସ୍ତ ଜିଲ୍ଲା ଉପାୟୁକ୍ତଙ୍କୁ ଚିଠି ଲେଖି ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସୂଚନା ଦେଇଥିଲେ । ତେବେ ମଦ ଦୋକାନ ସକାଳ ୯ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡ଼ିଛି । ଏହି ସମୟ ମଧ୍ୟରେ ମଦ ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ଯେପରି ବଜାୟ ରହିବ, ସେନେଇ ଗୁରୁତ୍ୱାରୋପ କରାଯାଉଛି । ଅର୍ଥାତ ଦୋକାନରେ ଯେପରି ଗ୍ରାହକଙ୍କ ଭିଡ଼ ନହେବ ଏବଂ ସାମାଜିକ ଦୂରତ୍ୱ ନିୟମକୁ ସମସ୍ତେ ମାନିବେ, ସେନେଇ ବ୍ୟବସ୍ଥା ହୋଇଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୫ରୁ ଲକ୍ ଡାଉନ୍ ଯୋଗୁଁ ମେଘାଳୟରେ ମଦ ଦୋକାନ ବନ୍ଦ ରହିଥିଲା । ତେବେ ଆସନ୍ତା ୫ଦିନ ପାଇଁ ହିଁ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି ।
ଅନ୍ୟପଟେ ଆଜିଠୁ ଆସାମରେ ମଧ୍ୟ ଖୋଲା ରହିବ ମଦ ଦୋକାନ । ଦିନକୁ ୭ ଘଣ୍ଟା ପାଇଁ ମଦ ଦୋକାନ ଖୋଲା ରଖିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ।