)
ନୂଆଦିଲ୍ଲୀ: ଦେଶର ପୁଞ୍ଜିପତି ପଳାତକମାନଙ୍କ ଋଣ ମାଫ ପରେ ମୋଦି ସରକାରଙ୍କୁ ଘେରିଛି କଂଗ୍ରେସ। ପ୍ରଶ୍ନ ବାଣରେ ମୋଦି ସରକାରଙ୍କୁ ଘାଇଲା କରିବାକୁ ଉଦ୍ୟମ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେଓ୍ୱାଲା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଘନ ଘନ ପ୍ରଶ୍ନ କରିଛନ୍ତି।
देश को भटकाने की बजाय @nsitharaman जी को सत्य बताना चाहिए, क्योंकि यही राज धर्म की कसौटी है-:
1. मोदी सरकार ने 2014-15 से 2019-20 के बीच डिफ़ॉल्टरों का ₹6,66,000 करोड़ क़र्ज़ क्यों राइट ऑफ़ किया?
3. मोदी सरकार देश का पैसा ले कर भाग गए घोटालेबाज़ों - नीरव मोदी+मेहुल चोकसी(₹8,048 CR), जतिन मेहता(₹6,038 CR), माल्या(₹1,943 CR) - व अन्य मित्रों का क़र्ज़ क्यों राइट ऑफ़ कर रही है?
4. इतना बड़े ₹6,66,000 CR के बैंक क़र्ज़ राइट ऑफ़ की अनुमति सरकार में किसने दी और क्यों? https://t.co/mjpyvgUVme
— Randeep Singh Surjewala (@rssurjewala) April 29, 2020
2. क्या 95 डिफ़ॉल्टरों का ₹68,607 CR क़र्ज़ माफ़ करने का RBI का RTI जबाब सही है? https://t.co/mjpyvgUVme
— Randeep Singh Surjewala (@rssurjewala) April 29, 2020
କଂଗ୍ରେସର ବରିଷ୍ଠ ନେତା ସୁରଜେଓ୍ୱାଲା ଟ୍ୱିଟ ମାଧ୍ୟମରେ ୪ଟି ପ୍ରଶ୍ନ ପଚାରିଛନ୍ତି। ପ୍ରଥମ ପ୍ରଶ୍ନରେ ସେ କହିଛନ୍ତି କି, ମୋଦି ସରକାର ୨୦୧୪-୧୫ ଏବଂ ୨୦୧୯-୨୦ ମଧ୍ୟରେ ଋଣ ଖିଲାପକାରୀଙ୍କୁ ୬,୬୬,୦୦୦ କୋଟି ଟଙ୍କା ବ୍ୟାଙ୍କ କର୍ଜକୁ କାହିଁକି 'ରାଇଟ ଅଫ' କରିଛନ୍ତି। ସେହିପରି ଦ୍ୱିତୀୟ ପ୍ରଶ୍ନରେ ସେ ୯୫ ଡିଫଲ୍ଟରଙ୍କର ୬୮,୬୦୭ କୋଟି ଟଙ୍କା ଋଣ ଆରବିଆଇ ଛାଡ଼ କରିବା ଖବର କଣ ସତ ? ମୋଦି ସରକାର ଦେଶର ଅର୍ଥକୁ ନେଇ ଫେରାର ହୋଇ ଯାଇଥିବା ପଳାତକ ନୀରବ ମୋଦି, ମେହୁଲ ଚୋକସି, ଜତିନ ମେହତା, ବିଜୟ ମାଲ୍ୟା ଓ ଅନ୍ୟ ପଳାତକଙ୍କୁ ରାଇଟ ଅଫ କାହିଁକି କରୁଛି ବୋଲି ସେ ତାଙ୍କର ତୃତୀୟ ପ୍ରଶ୍ନର ପଚାରିଛନ୍ତି। ସେହିପରି ବଡ଼ ପରିମାଣର ୬,୬୬,୦୦୦ କୋଟି ଟଙ୍କା ଋଣ ଛାଡ଼ କରିବାକୁ ଅନୁମତି କିଏ ଓ କାହିଁକି ଦେଲା ବୋଲି ସୁରଜେଓ୍ୱାଲା ତାଙ୍କର ଚତୁର୍ଥ ପ୍ରଶ୍ନରେ ପଚାରିଛନ୍ତି।
ଜବାବରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଉ ଏକ ପ୍ରଶ୍ନ କରିଛନ୍ତି। ରାହୁଲ ରାଇଟ ଅଫ ସମ୍ପର୍କରେ ଟ୍ୱିଟ କରିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ଏହା ଉପରେ ଆଲୋଚନା କରିଛନ୍ତି କି ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି କି, ଏନପିଏ ପାଇଁ ଆରବିଆଇର କିଛି ନିୟମ ରହିଛି। ଯାହା ଅନୁସାରେ ୪ ବର୍ଷ ପର୍ଯ୍ୟନ୍ତ ତାହାର କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଏହା ଧାର୍ଯ୍ୟ ହେବା ପରେ ବ୍ୟାଙ୍କ ରାଇଟ ଅଫରେ ଋଣ ଖିଲାଫକାରୀଙ୍କୁ ରାଇଟ ଅଫରେ ସାମିଲ କରିଦେଇଥାଏ। ଯାହାକୁ ଓ୍ୱେଭ ଅଫ କୁହାଯାଇ ପାରିବ ନାହିଁ ବୋଲି ସେ କହିଥିଲେ।
ଅଧିକ ପଢନ୍ତୁ: ୬୮ ହଜାର କୋଟି ଟଙ୍କା ଋଣ ମାଫ
ସୀତାରମଣ ଆହୁରି ମଧ୍ୟ କହିଥିଲେ କି, କୌଣସି ପ୍ରକାର ଋଣକୁ ଛାଡ଼ କରାଯାଇନାହିଁ। ବରଂ ତାକୁ ରାଇଟ ଅଫ ବର୍ଗରେ ସାମିଲ କରାଯାଇଛି। ଯାହାକୁ କେବଳ ରାଇଟ ଅଫ କୁହାଯାଉଛି, ଓ୍ୱଭ ଅଫ ନୁହେଁ। ତେବେ ମେହୁଲ ଚୋକସି ବାବଦରେ ଯଦି କୁହାଯାଏ, ତେବେ ତାଙ୍କର ୧୯୩୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସେଥିମଧ୍ୟରେ ୬୭।୯ କୋଟି ଟଙ୍କାର ବୈଦେଶିକ ସମ୍ପତ୍ତି ମଧ୍ୟ ରହିଛି। ତାଙ୍କୁ ଗିରଫ ପାଇଁ ଆଣ୍ଟିଗୁଆ ସରକାରଙ୍କ ସହିତ ଆଲୋଚନା କରାଯାଉଛି। ଏହା ସହିତ ତାଙ୍କୁ ପଳାତକ ଘୋଷଣା କରିବାକୁ ସରକାରଙ୍କ ତରଫରୁ ପ୍ରୟାସ ମଧ୍ୟ କରାଯାଉଛି ବୋଲି ସେ କହିଥିଲେ।
Nirav Modi Case : Immovable and movable properties worth more than Rs 2387 Crore attached/seized.( Attachment Rs 1898 Crore and Seizure Rs 489.75 Crore) . This includes foreign attachments of Rs 961.47 Crore. Auction of luxury items for Rs 53.45 Crore. He is in prison in the UK.
— Nirmala Sitharaman (@nsitharaman) April 28, 2020
ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୮୦୪୦ କୋଟି ଟଙ୍କା ସଂଲଗ୍ନ ହୋଇଛି। ଏହାର ୧୬୯୩ କୋଟି ଟଙ୍କା ମୂଲ୍ୟର ସେୟାର ମଧ୍ୟ ଜବତ କରାଯାଇଛି। ତାଙ୍କୁ ମଧ୍ୟ ପଳାତକ ଘୋଷିତ କରାଯାଇଛି। ଏହା ବ୍ୟତୀତ ସରକାର ନୀରବ ମୋଦିଙ୍କ ୨୩୮୭ କୋଟି ଟଙ୍କାର ସମ୍ପତ୍ତି ସଂଲଗ୍ନ କରିଛନ୍ତି କିମ୍ବା ଜବତ କରିଛନ୍ତି। ଏଥିରେ ୯୬୧।୪୭ କୋଟି ଟଙ୍କା ମୂଲ୍ୟର ବିଦେଶୀ ସମ୍ପତ୍ତି ମଧ୍ୟ ଅନ୍ତର୍ଭୁକ୍ତ | ସୀତାରମଣ କହିଛନ୍ତି ଯେ ସେ ବର୍ତ୍ତମାନ ବ୍ରିଟେନର ଜେଲରେ ଅଛନ୍ତି।
ସେ ସୂଚନା ଦେଇଛନ୍ତି ଯେ ଏପର୍ଯ୍ୟନ୍ତ ୩୫୧୫ଟି ମାମଲା ପଞ୍ଜିକୃତ ହୋଇଛି। ରାହୁଲ ଗାନ୍ଧୀ ମଧ୍ୟ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରିବାରେ ସହଯୋଗ କରିବାରେ ବିଫଳ ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଏ ବିଷୟରେ ଅନୁଧ୍ୟାନ କରିବା ଉଚିତ୍। ଉଭୟ କ୍ଷମତାରେ କିମ୍ବା ବିରୋଧୀ ଦଳ ଦୁର୍ନୀତି ଏବଂ କ୍ରୋନିଜିମର ଇକୋସିଷ୍ଟମକୁ ଭାଙ୍ଗିବା ପାଇଁ କଂଗ୍ରେସ କୌଣସି ପ୍ରତିବଦ୍ଧତା ପ୍ରଦର୍ଶନ କରିବାରେ ଅସମର୍ଥ ବୋଲି ସୀତାରମଣ ଅଭିଯୋଗ କରିଛନ୍ତି।