ଆମେରିକା ମାଟିରୁ ତାଜର ପ୍ରଶଂସା କଲେ ମେଲାନିଆ
Advertisement

ଆମେରିକା ମାଟିରୁ ତାଜର ପ୍ରଶଂସା କଲେ ମେଲାନିଆ

ଟ୍ରମ୍ପ ଦମ୍ପତିଙ୍କୁ ତାଜ୍ ମହଲ ବୁଲାଇଥିଲେ ଗାଇଡ ନିତିଶ କୁମାର ସିଂହ । ତାଜ୍ ମହଲର ଇତିହାସ ଏବଂ ସୌନ୍ଦର୍ଯ୍ୟ ବିଷୟରେ ଉଭୟଙ୍କୁ ଅତି ସୁନ୍ଦର ଭାବେ ବୁଝାଇଥିଲେ ନିତିଶ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ତାଜ୍ ପ୍ରେମରେ ଆମେରିକାର ପ୍ରଥମ ମହିଳା । ତାଜ୍ ମହଲ ସୌନ୍ଦର୍ଯ୍ୟକୁ ଆମେରିକା ଫେରିବା ପରେ ମନେ ପକାଇଲେ ମେଲାନିଆ ଟ୍ରମ୍ପ । ତାଜ୍ ମହଲ ବୁଲିବା ସମୟର ଭିଡିଓ ସେ ଟ୍ୱିଟ କରିଛନ୍ତି । ଯେଉଁ ଭିଡିଓରେ ମେଲାନିଆ ସ୍ୱାମୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ନଜର ଆସିଛନ୍ତି । ଭାରତ ଗସ୍ତ ବେଳେ ଗତ ୨୪ତାରିଖରେ ଆଗ୍ରା ଯାଇ ତାଜ୍ ମହଲ ବୁଲିଥିଲେ ଟ୍ରମ୍ପ ଦମ୍ପତି । 

ତେବେ ଟ୍ରମ୍ପ ଦମ୍ପତିଙ୍କୁ ତାଜ୍ ମହଲ ବୁଲାଇଥିଲେ ଗାଇଡ ନିତିଶ କୁମାର ସିଂହ । ତାଜ୍ ମହଲର ଇତିହାସ ଏବଂ ସୌନ୍ଦର୍ଯ୍ୟ ବିଷୟରେ ଉଭୟଙ୍କୁ ଅତି ସୁନ୍ଦର ଭାବେ ବୁଝାଇଥିଲେ ନିତିଶ । ଗାଇଡ ନିତିଶଙ୍କ ଉପରେ ଆମେରିକା ରାଷ୍ଟ୍ରପତି ମଧ୍ୟ ଖୁସ୍ ହୋଇଯାଇଥିଲେ । ସେଲଫି ମଧ୍ୟ ନେଇଥିଲେ । ତେବେ ଆଜି ମେଲାନିଆ ସେୟାର କରିଥିବା ଭିଡିଓରେ ଗାଇଡ ନିତିଶ ମଧ୍ୟ ନଜର ଆସିଛନ୍ତି । 

ତାଜ୍ ବୁଲିବା ପରେ ଭିଜିଟର ବୁକରେ ଡୋନାଲ୍ଡ ଟ୍ରମ୍ପ ଲେଖିଥିଲେ, ''ସମୟକୁ ପଛରେ ପକାଇଛି ଏହି କଳାକୃତି । ଏହା ଭାରତର ସମୃଦ୍ଧ ସଂସ୍କୃତିର ପ୍ରତୀକ ଅଟେ ।''  

ଆହୁରି ପଢ଼ନ୍ତୁ; ଗ୍ରାଉଣ୍ଡ ଜିରୋରେ Zee ଟିମ୍, କେମିତି ଥିଲା ଦିଲ୍ଲୀ ହିଂସା ?