ପତ୍ନୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ସ୍ୱାମୀ; କାରନାମା ଶୁଣିଲେ ଉଡିଯିବ ହୋସ
Advertisement

ପତ୍ନୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ସ୍ୱାମୀ; କାରନାମା ଶୁଣିଲେ ଉଡିଯିବ ହୋସ

ଏଭଳି ଅଭିଯୋଗ ଆସିବା ପରେ କବି ନଗର ସ୍ଥିତ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଆଇପିସି ଧାରା 328 ଏବଂ 120B ଆଧାରରେ ମାମଲା ରୁଜ୍ଜୁ କରିଛି।

ପତ୍ନୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଲେ ସ୍ୱାମୀ; କାରନାମା ଶୁଣିଲେ ଉଡିଯିବ ହୋସ

ନୂଆଦିଲ୍ଲୀ: ଖାଦ୍ୟରେ ପତ୍ନୀ ମାସିକ ଋତୁସ୍ରାବ ସମୟରେ ନିର୍ଗତ ହେଉଥିବା ରକ୍ତ ମିଶାଉଥିବା ନେଇ ଜଣେ ବ୍ୟକ୍ତ ଅଭିଯୋଗ ଆଣିବା ଉପରେ ଏହାର ତଦନ୍ତ କରିବ ଏକ ୪ ଜଣିଆ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ।  

ଗତ ଜୁନ ୧୨ ତାରିଖରେ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଜଣେ ବ୍ୟକ୍ତି ଅଭିଯୋଗ କରି କହିଥିଲେ ଯେ ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର ଲୋକ ଖାଦ୍ୟରେ ମାସିକ ଋତୁସ୍ରାବ ସମୟରେ ନିର୍ଗତ ହେଉଥିବା ରକ୍ତ ମିଶାଇଥିଲେ। ଯାହାକୁ ସେ ଖାଇବା ପରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। 

ଏଭଳି ଅଭିଯୋଗ ଆସିବା ପରେ କବି ନଗର ସ୍ଥିତ ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଆଇପିସି ଧାରା 328 ଏବଂ 120B ଆଧାରରେ ମାମଲା ରୁଜ୍ଜୁ କରିଛି।    

Also Read: ରାସ୍ତାରେ ଲଢିବାରେ ଲାଗିଲେ ଯୁବତୀ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏଭଳି ଅପ୍ରମିଶ୍ରିତ ଖାଦ୍ୟ ଖାଇବା ସେ ଅସୁସ୍ଥ ହୋଇପଡି଼ଥିଲେ ବୋଲି କହିଛନ୍ତି ଅଭିଯୋଗ ଆଣିଥିବା ବ୍ୟକ୍ତି। ଏହା ପରେ ସେ ଡାକ୍ତରୀ ପରୀକ୍ଷା କରିଥିଲେ। ଏହି ପରୀକ୍ଷାରୁ ଜଣାପଡି଼ଥିଲା ଯେ ଏପରି ଖାଦ୍ୟ ଗ୍ରହଣ କରିବା ପରେ ତାଙ୍କ ଶରୀର ସଂକ୍ରମିତ ହେବା ସହ ଫୁଲି ଯାଇଥିଲା। 

ଗତ ୨୦୧୫ ବର୍ଷରେ ଏହି ଦମ୍ପତ୍ତି ବିବାହ କରିଥିଲେ ଆଉ ସେମାନଙ୍କର ଏକ ପୁଅ ଅଛି। ଅଭିଯୋଗ ଆଣିଥିବା ବ୍ୟକ୍ତି କହିଛନ୍ତି ବିବାହ ପରେ ତାଙ୍କ ପତ୍ନୀ ତାଙ୍କୁ ତାଙ୍କ ପିତାମାତାଙ୍କ ଠାରୁ ଅଲଗା ରହିବା ପାଇଁ କହୁଥିଲେ। ମାତ୍ର ସେ ଏଥିପାଇଁ ରାଜି ନଥିଲେ। ଯାହାକୁ ନେଇ ଏହି ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଜାରି ରହିଥିଲା। ଏଭଳି ବିବାଦ ଜାରି ରହିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଭାବକ ତାଙ୍କ ବନ୍ଧୁ ବାନ୍ଧବଙ୍କ ସହ ଅନ୍ୟତ୍ର ରହୁଥିଲେ।  

ପତ୍ନୀଙ୍କ ପିତାମାତା ଏବଂ ତାଙ୍କ ଭାଇ ତାଙ୍କୁ ଏଭଳି ବିଷାକ୍ତ ଖାଦ୍ୟ ଖାଇବାକୁ ଉସକାଇବା ସହ ତାଙ୍କ ବିରୁଦ୍ଧରେ ଗୁଣି ଗାରେଡି କରୁଥିଲେ। ଏହି ବ୍ୟକ୍ତିଙ୍କ ଅଭିଭାବକ ଘର ଛାଡି଼ବା ପରେ ତାଙ୍କ ପତ୍ନୀ ଏଭଳି ବିଷାକ୍ତ ରକ୍ତ ମିଶ୍ରିତ ଖାଦ୍ୟ ଖାଇବାକୁ ଦେଇଥିଲେ। ଏଭଳି ବିଷାକ୍ତ ଖାଦ୍ୟ ଦେବାକୁ ନେଇ ପତ୍ନୀ ଏବଂ ତାଙ୍କ ମାଆଙ୍କ ମଧ୍ୟରେ ଫୋନ ଯୋଗେ ହୋଇଥିବା କଥାବାର୍ତ୍ତାକୁ ସେ ଶୁଣିଥିବା କହିଛନ୍ତି ସମ୍ପୃକ୍ତ ବ୍ୟକ୍ତି।

Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେଟଙ୍କା

ଏ ଘଟଣା ବାବଦରେ ଏହି ବ୍ୟକ୍ତି ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ନିଜେ ଆଣିଥିବା ଅଭିଯୋଗ ବାବଦରେ ଅବଗତ କରାଇଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରିବା ଲାଗି ଏକ ମେଡିକାଲ ବୋର୍ଡ ଗଠନ କରିବା ଲାଗି ସ୍ଥାନୀୟ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ପତ୍ର ଲେଖିଛି। ଏନେଇ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତା ସତ୍ୟ ନା ମିଥ୍ୟା ତାହା ମେଡିକାଲ ଟିମ ଦ୍ୱାରା ହେବାକୁ ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହେବ।