close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେନ୍ଦ୍ର ସୁରକ୍ଷା ବଳ ଓ ପୋଲିସ କାର୍ଯ୍ୟାଳୟରେ ପଟେଲଙ୍କ ଫଟୋ ଲଗାଇବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

କେନ୍ଦ୍ର ସୁରକ୍ଷା ବଳ ଓ ପୋଲିସକୁ ନିଜ ନିଜ କାର୍ଯ୍ୟାଳୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ପଟେଲଙ୍କ ଏହି ଫଟୋରେ 'ଭାରତର ସୁରକ୍ଷା ଓ ଏକତାକୁ ଆମେ ସର୍ବଦା ଅକ୍ଷୁର୍ଣ୍ଣ ରଖିବୁ' ବୋଲି ସନ୍ଦେଶ ଲେଖି ଲଗାଇବାକୁ ପଡିବ ବୋଲି ଗୃହ ମନ୍ତ୍ରାଳୟ କହିଛି । 

କେନ୍ଦ୍ର ସୁରକ୍ଷା ବଳ ଓ ପୋଲିସ କାର୍ଯ୍ୟାଳୟରେ ପଟେଲଙ୍କ ଫଟୋ ଲଗାଇବାକୁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର ସୁରକ୍ଷା ବଳ ଓ ପୋଲିସକୁ ନିଜ ନିଜ କାର୍ଯ୍ୟାଳୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ପଟେଲଙ୍କ ଏହି ଫଟୋରେ 'ଭାରତର ସୁରକ୍ଷା ଓ ଏକତାକୁ ଆମେ ସର୍ବଦା ଅକ୍ଷୁର୍ଣ୍ଣ ରଖିବୁ' ବୋଲି ସନ୍ଦେଶ ଲେଖି ଲଗାଇବାକୁ ପଡିବ ବୋଲି ଗୃହ ମନ୍ତ୍ରାଳୟ କହିଛି । 

ଏଥର ପଟେଲ ଜୟନ୍ତି ଅର୍ଥାତ ଅକ୍ଟୋବର ୩୧ରେ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯିବ । ଏହି ଅବସରରେ ଗୃହ ମନ୍ତ୍ରାଳୟ ପକ୍ଷରୁ ବହୁ ବଡ ବଡ ଆୟୋଜନ କରାଯାଉଛି ।ଧାରା ୩୭୦ର ଉଚ୍ଛେଦ ହେବା ପରେ ଜମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଂଶ ହେବା ପରେ ଗୃହ ମନ୍ତ୍ରାଳୟ ଷ୍ଟେଚ୍ୟୁ ଅଫ ୟୁନିଟି କାର୍ଯ୍ୟକ୍ରମର ଆୟୋଜନ କରୁଛି । 

ଗୃହ ମନ୍ତ୍ରାଳୟ ତରଫରୁ ଏକତା ଦିବସର ଆୟୋଜନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ହଜାର ହଜାର ଲୋକେ ସାମିଲ ହେବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଏହି କାର୍ଯ୍ୟରେ ଉପସ୍ଥିତ ରହିବେ । 

ଦେଶରେ ପ୍ରଥମଥର ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଲି ଏକତା ଦିବସର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର ମଧ୍ୟ ବିତରଣ କରାଯିବ । ଗତ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ପୋଲିସ ମହାନିର୍ଦ୍ଦେଶଙ୍କ ସମ୍ମିଳନୀରେ ପଦ୍ମ ପୁରସ୍କାର ପରି ରାଷ୍ଟ୍ରୀୟ ଏକତା ପାଇଁ ସର୍ଦ୍ଦାର ପଟେଲଙ୍କ ନାଁରେ ରାଷ୍ଟ୍ରୀୟ ପୁରସ୍କାର ଆରମ୍ଭ କରିବାର ଘୋଷଣା କରିଥିଲେ .  

ସର୍ଦ୍ଦାର ପଟେଲ ନ୍ୟାଶନାଲ ୟୁନିଟ ପୁରସ୍କାର ଦେଖିବାକୁ ପଦ୍ମ ପତ୍ର ପରି ହେବ । ଯାହାର ଲମ୍ବତା ୬ ସେଣ୍ଟି ମିଟିର ଓ ଚଉଡା ୨ ରୁ ୬ ସେଣ୍ଟି ମିଟିର ହେବ । ଏହା ରୂପା ଓ ସୁନାରେ ଗଢା ହେବ .  ଏଥିରେ ହିନ୍ଦୀରେ ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର ଲେଖା ହେବ ।