କେଉଁ ଦୋକାନ ଖୋଲା ରହିବ, କେଉଁଟା ବନ୍ଦ ? ଭଲ ଭାବେ ଜାଣିନିୟନ୍ତୁ
Advertisement
Article Detail0/zeeodisha/odisha672320

କେଉଁ ଦୋକାନ ଖୋଲା ରହିବ, କେଉଁଟା ବନ୍ଦ ? ଭଲ ଭାବେ ଜାଣିନିୟନ୍ତୁ

ଗୃହ ମନ୍ତ୍ରଣାଳୟ ଅତି ସ୍ପଷ୍ଟ ଭାବେ କହିଛି, ବଜାର, ବଜାର ପରିସରରେ ଥିବା ଦୋକାନ କିମ୍ବା ଶପିଙ୍ଗ ମଲ ଖୋଲିବାକୁ କୌଣସି ଅନୁମତି ନାହିଁ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଲକଡାଉନ୍ ସମୟରେ କିଛି ଦୋକାନ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ମିଳିଛି । ତେବେ କେଉଁ ଦୋକାନ ଖୋଲା ରହିବ ଓ କୋଉଁ ଦୋକାନ ବନ୍ଦ ରହିବ, ସେନେଇ ଆପଣଙ୍କ ମଧ୍ୟରେ ଦ୍ୱନ୍ଦ ଥାଇପାରେ । ଆମେ MHA ଦ୍ୱାରା ଜାରି ହୋଇଥିବା ଗାଇଡଲାଇନକୁ ଆମେ ଅତି ସରଳ ଭାବେ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଠା କରିବୁ । 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ଗାଇନ ଲାଇନ୍ ଜାରିକରିଛି, ତାକୁ ଭଲ ଭାବେ ଆପଣଙ୍କୁ ବୁଝିବାକୁ ପଡ଼ିବ । ଏହି ଗାଇଡ ଲାଇନ୍ ଅନୁସାରେ ଗ୍ରାମୀଣ କ୍ଷେତ୍ରରେ ଶପିଙ୍ଗ ମଲ ବ୍ୟତୀତ ଅନ୍ୟସବୁ ଦୋକାନ ଖୋଲା ରହିବ । ତେବେ ସହରରେ ଏକକ ଦୋକାନ, ଆବାସିକ ପରିସରରେ ଥିବା ଦୋକାନକୁ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । 

ଗୃହ ମନ୍ତ୍ରଣାଳୟ ଅତି ସ୍ପଷ୍ଟ ଭାବେ କହିଛି, ବଜାର, ବଜାର ପରିସରରେ ଥିବା ଦୋକାନ କିମ୍ବା ଶପିଙ୍ଗ ମଲ ଖୋଲିବାକୁ କୌଣସି ଅନୁମତି ନାହିଁ । ସେହିପରି ଆମାଜନ, ଫ୍ଲିପ କାର୍ଡ ଭଳି ଇ-କମର୍ସ କମ୍ପାନୀମାନେ କେବଳ ଅତ୍ୟାବଶ୍ୟକ ଜିନିଷ ସେବା ଯୋଗାଇପାରିବେ । ସବୁ ନୁହେଁ । ଅନ୍ୟପଟେ ମଦ ଦୋକାନ ବନ୍ଦ ହିଁ ରହିବ । କୌଣସି ମାଦକ ଦ୍ରବ୍ୟ ଦୋକାନ ଖୋଲା ରହିବ ନାହିଁ । 

କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ, ଆବାସିକ କଲୋନୀ ପାଖରେ ଥିବା ଦୋକାନ ଖୋଲା ରହିବ । ତେବେ ଖୋଲିବାକୁ ଥିବା ଦୋକାନ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସ୍ଥାପନା ଅଧିନିୟମରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ । ସେହିପରି ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ ହିଁ କାମ କରିବେ । ଦୋକାନରେ ସାମାଜିକ ଦୂରତ୍ୱର ପାଳନ କରାଯିବ । ସେହିପରି କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଲକଡାଉନର ଅନ୍ୟସବୁ ନିୟମ ମଧ୍ୟ ମାନିବାକୁ ପଡ଼ିବ । 

ସେହିପରି ଶପିଙ୍ଗ ମଲ ଏବଂ ଶପିଙ୍ଗ କମ୍ପ୍ଲେକ୍ସ ଉପରେ ପୂର୍ବଭଳି ରୋକ୍ ଲାଗିଛି । ଅର୍ଥାତ ଏସବୁ ବନ୍ଦ ରହିବ । ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କୌଣସି ପ୍ରକାର କଟକଣା କୋହଳ ହେବ ନାହିଁ । ପୌଳପାଳିକ ଅଧିନରେ ଆସୁଥିବା ଦୋକାନ ଆସନ୍ତା ୩ ମେ ପର୍ଯ୍ୟନ୍ତ ବନ୍ଦ ହିଁ ରହିବ । 

;