ଓଡିଆଙ୍କ ହାତ ମୁଠାରେ ଆରବିଆଇ
Advertisement

ଓଡିଆଙ୍କ ହାତ ମୁଠାରେ ଆରବିଆଇ

ଏଣିକି ଓଡ଼ିଆ ଅଫିସରଙ୍କ ହାତ ମୁଠାରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ। ଆରବିଆଇରେ ଆଉ ଜଣେ ଓଡିଆଙ୍କୁ ମିଳିଛି ଡେପୁଟି ଗଭର୍ଣ୍ଣର ପଦ। ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାଶ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଆଜି ଆଉ ଜଣେ ଓଡିଆ ଡେପୁଟି ଗଭର୍ଣ୍ଣର ପଦରେ ନିଯୁକ୍ତି ପାଇଛନ୍ତି। ସେ ହେଉଛନ୍ତି ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର। ଆସନ୍ତା ୩ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। 

ଓଡିଆଙ୍କ ହାତ ମୁଠାରେ ଆରବିଆଇ

ନୂଆଦିଲ୍ଲୀ: ଏଣିକି ଓଡ଼ିଆ ଅଫିସରଙ୍କ ହାତ ମୁଠାରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ। ଆରବିଆଇରେ ଆଉ ଜଣେ ଓଡିଆଙ୍କୁ ମିଳିଛି ଡେପୁଟି ଗଭର୍ଣ୍ଣର ପଦ। ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାଶ କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଆଜି ଆଉ ଜଣେ ଓଡିଆ ଡେପୁଟି ଗଭର୍ଣ୍ଣର ପଦରେ ନିଯୁକ୍ତି ପାଇଛନ୍ତି। ସେ ହେଉଛନ୍ତି ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର। ଆସନ୍ତା ୩ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। 

ଗତ ଜୁଲାଇ ମାସରେ ଡେପୁଟି ଗଭର୍ଣ୍ଣର ଥିବା ବିରଳ ଆଚାର୍ଯ୍ୟ ଇସ୍ତଫା ଦେବା ପରେ ଉକ୍ତ ସ୍ଥାନଟି ଖାଲି ରହିଥିଲା। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ବିରଳଙ୍କ ବଦଳରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଦେବବ୍ରତ ବର୍ତ୍ତମାନ ୬ ଜଣିଆ ମୁଦ୍ରାନୀତି କମିଟିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। 

ଦେବବ୍ରତଙ୍କ ଏହି ନିଯୁକ୍ତି ସମ୍ପର୍କରେ ଖବର ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ବେଶ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। 

ସୂଚନା ଯୋଗ୍ୟ ମୋଦିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିବା ଶକ୍ତିକାନ୍ତ ଦାସଙ୍କୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତାଙ୍କ ପରେ ଆଜି ଦେବବ୍ରତ ଅନ୍ୟତମ ଓଡ଼ିଆ ଭାବେ ଏହି ସମ୍ମାନ ଜନକ ପଦରେ ନିଯୁକ୍ତି ପାଇଥିଲେ।