• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଭାରତ ଫେରିବେ ପ୍ରବାସୀ, ବଢିପାରେ ସଙ୍କଟ !

ଭାରତ ଫେରିବେ ପ୍ରବାସୀ, ବଢିପାରେ ସଙ୍କଟ !

ବିପଦ ଆଣିବେ ପ୍ରବାସୀ...

Edited ByZee Odisha Desk
Published: May 07, 2020, 04:30 PM IST|Updated: May 07, 2020, 04:30 PM IST
joinshare
ଭାରତ ଫେରିବେ ପ୍ରବାସୀ, ବଢିପାରେ ସଙ୍କଟ !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: ୧୪ଜଣ OAS ଅଫିସରଙ୍କୁ ପଦନ୍ନୋତି, କାଲି ମିଳିବ ସିଏମ୍-କିଷାନ ଟଙ୍କା ଓ ଅନ୍ୟ ଖବର

    Top 10 News: ୧୪ଜଣ OAS ଅଫିସରଙ୍କୁ ପଦନ୍ନୋତି, କାଲି ମିଳିବ ସିଏମ୍-କିଷାନ ଟଙ୍କା ଓ ଅନ୍ୟ ଖବର

    2

    ସରକାରୀ ପାଣ୍ଠି ଆତ୍ମସାତ କରି ପୂର୍ବତନ ପିଇଓ ଏବଂ ପୂର୍ବତନ ସରପଞ୍ଚ ଗିରଫ !

    3

    ୱାର୍ଲ୍ଡ କପ୍ ୨୦୨୭ ଖେଳିବେ ରୋହିତ ଶର୍ମା! BCCI ଲଗାଇଲା ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ...

    4

    Janmashtami 2026: ଜନ୍ମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି

    5

    କକରୋଚ୍ ଜନତା ପାର୍ଟିରେ ଫାଟ! ଗଠନ ହେଲା ‘CJP-ଡେମୋକ୍ରାଟିକ୍’, କମିଟି ଚୟନକୁ ନେଇ ମନୀଷ ବ୍ରହ୍ମଭଟ

    ନୂଆଦିଲ୍ଲୀ, ସୌମ୍ୟ ରଞ୍ଜନ ନାୟକ : କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଜାରି ରହିଥିବାବେଳେ ବିଶ୍ଵ ଏକପ୍ରକାର ବନ୍ଦ ହୋଇ ରହିଛି । ବିଭିନ୍ନ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ବି ଫସି ରହିଛନ୍ତି । ପ୍ରବାସୀ ଭାରତୀୟଙ୍କୁ ଭାରତ ଆଣିବା ପାଇଁ  କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବିମାନ ଓ ପାଣି ଜାହାଜରେ ଆସିବେ ପ୍ରବାସୀ । ହଜାର ହଜାର ପ୍ରବାସୀ ଭାରତୀୟଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଅଭିଯାନର ମୁକାବିଲା ପାଇଁ ବୈଦେଶିକ ମନ୍ତ୍ରାଳୟ ବୁଧବାର ବୈଠକ କରିଥିଲା । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ୨୦୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆବୁଧାବିରୁ ଭାରତ ଆସିବ ।

    ସୂତ୍ର ଅନୁସାରେ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି, ‘ବନ୍ଦେ ଭାରତ ମିଶନ’ ନାମରେ ଏହି ଅଭିଯାନକୁ ସଫଳ କରାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ବିଭିନ୍ନ ପ୍ରକାର ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବଙ୍କ ସହିତ ଭିଡିଓ ବାର୍ତ୍ତା କରାଯାଇଛି । ଯୋଜନା ଅନୁସାରେ ଗୁରୁବାର ବିଭିନ୍ନ ଦେଶରୁ ବିମାନ ଉଡାନ ଆରମ୍ଭ ହେବ । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏହି ମିଶନର ତଦାରଖ କରିଛନ୍ତି । ବିଦେଶ ମନ୍ତ୍ରୀଙ୍କ ବୈଠକରେ ଗୃହ ମନ୍ତ୍ରାଳୟ, ବିଭିନ୍ନ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ରାଜ୍ୟ ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରିଛନ୍ତି । ବିଦେଶ ମନ୍ତ୍ରାଳୟ ଏହି କାମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଅଧିକାଂଶ ରାଜ୍ୟରେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି । 

    ଏହି ମିଶନରେ ତଟୀୟ ଦେଶ ଯେପରି ମାଲେଶିଆ, ବ୍ରିଟେନ, ଆମେରିକା ଯାଏଁ ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଅଣାଯିବ । ଏୟାର ଇଣ୍ଡିଆ ବିମାନରେ ୧୨ଟି ଦେଶରୁ ପାଖାପାଖି ୧୫ ହଜାର ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଭାରତ ଫେରାଇ ଅଣାଯିବ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ମେ୧୩ ତାରିଖ ପର୍ଯ୍ୟନ୍ତ ୬୪ଟି ବିମାନରେ ଭାରତ ଫେରିବେ ପ୍ରବାସୀ ଭାରତୀୟ । ପ୍ରଥମ ଦିନରେ ୧୦ଟି ବିମାନବନ୍ଦର ପରିଚାଳନ ହେବ । କୋଝିକୋଡ, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଅହମଦାବାଦ ଓ ଶ୍ରୀନଗରକୁ ବିଦେଶରୁ ବିମାନବନ୍ଦରେ  ଆସିପହଞ୍ଚିବେ ପ୍ରବାସୀ ଭାରତୀୟ । ଏହା ପରେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଆହୁରି ଭାରତରେ ସ୍ଥିତ ଗମ୍ଭୀର । ସେ ନେଇ ଭାରତ ସରକାର ପ୍ରସ୍ତୁତ ହେବା ଜରୁରୀ ।

    Add Zee News as a Preferred Source
    TAGS:
    Migrant Indian
    Foreign Country
    Corona Crisis