'ଯିଏ ବାହାରୁ ଆସିଛି, ତାକୁ ବାହାର କରିବା ଉଚିତ'
Advertisement
Article Detail0/zeeodisha/odisha613616

'ଯିଏ ବାହାରୁ ଆସିଛି, ତାକୁ ବାହାର କରିବା ଉଚିତ'

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଏହି ଆଇନକୁ ଦେଶର ବିଭିନ୍ନ ପ୍ରାନ୍ତରେ କଡା ବିରୋଧ କରାଯାଉଛି । ଦେଶର ସମ୍ବିଧାନକୁ ଏହି ଆଇନ ଉଲଙ୍ଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଏହି ଆଇନକୁ ଦେଶର ବିଭିନ୍ନ ପ୍ରାନ୍ତରେ କଡା ବିରୋଧ କରାଯାଉଛି । ଦେଶର ସମ୍ବିଧାନକୁ ଏହି ଆଇନ ଉଲଙ୍ଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ । 

ବାଲା ସାହେବ ଠାକରେଙ୍କ ପରି ସବୁବେଳେ ରୋକଠୋକ କଥା କହି ବେଶ ଚର୍ଚ୍ଚିତ ରହିଥାନ୍ତି ରାଜ୍ ଠାକରେ । ତେବେ ସିଏଏକୁ ନେଇ ମଧ୍ୟ ସେ ସ୍ପଷ୍ଟ ପ୍ରତିକ୍ରିୟା ରଖିଛନ୍ତି । ଯିଏ ବାହାରୁ ଆସିଛି, ତାକୁ ବାହାରକୁ ପଠେଇଦେବା ଦରକାର ବୋଲି କହିଛନ୍ତି ରାଜ ଠାକରେ । ସିଏ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି, ଯଦି ବାହାରୁ ଆସିଛନ୍ତି ତେବେ ବାହାରକୁ ପଠେଇଦେବା ଦରକାର । କେବଳ ମୁସଲିମ ମୁସଲିମ କାହିଁକି, ଅଣମୁସଲିମ ଅବୈଧ ଶରଣାର୍ଥୀଙ୍କୁ ମଧ୍ୟ ଦେଶରୁ ତଡିଦେବା ଦରକାର ବୋଲି କହିଛନ୍ତି ରାଜ୍ ଠାକରେ । ଅର୍ଥାତ ପାକିସ୍ତାନ ଓ ବାଂଲାଦେଶର ସମସ୍ତ ଅବୈଧ ଶରଣାର୍ଥୀଙ୍କୁ ବାହାର କରିଦେବା ଉଚିତ ବୋଲି ସେ କହିଛନ୍ତି ।  

ତାଙ୍କ କହିବା କଥା ହେଲା ନାଗରିକତା ସଂଶୋଧନ ଆଇନ ଦେଶର ବୋଝ ବଢାଇବ । ଯାହା ଫଳରେ ଆମ ଦେଶର ଲୋକଙ୍କ ଆବଶ୍ୟକତାକୁ ମଧ୍ୟ ସରକାର ପୁରା କରିପାରିବେ ନାହିଁ । ଆମେ ଦେଶ ଧର୍ମଶାଳା ନୁହେଁ ବୋଲି କହି ସିଏଏକୁ ବିରୋଧ କରିଛନ୍ତି ରାଜ୍ ଠାକରେ । 

ସେପଟେ ସିଏଏ ଓ ଏନଆରସି ଆଇନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ସାରା ଦେଶରେ ଏକ ହଜାର ରାଲି ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି । ୨୫୦ ଗଣମାଧ୍ୟମରେ ବାର୍ତ୍ତା ଦେବା ସହ  ୧୦ ଦିନ ମଧ୍ୟରେ ୩ କୋଟି ପରିବାରକୁ ନୂଆ ଆଇନ ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ନାଗରିକତା ଆଇନ୍ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଜମ୍ମୁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଜମ୍ମୁର ମୁସଲିମ୍ ସମ୍ପ୍ରଦାୟର ଲୋକେ ଦେଶବାସୀଙ୍କୁ ଶାନ୍ତି ସନ୍ଦେଶ ବାଣ୍ଟିବା ସହ  ନାଗରିକତା ଆଇନ ଦ୍ୱାରା ଦେଶବାସୀଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି । ଏପରି ଆଇନର ଆବଶ୍ୟକତା ଥିଲା ବୋଲି ମୁସଲିମ ପ୍ରଦର୍ଶନକାରୀ ମତ ରଖିଛନ୍ତି ।

ଅନ୍ୟପଟେ ଜମ୍ମୁବାସୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଦେଶର ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଶିକ୍ଷାବିତ । ଦୀର୍ଘ ବର୍ଷ ଧରି ଦେଶରେ ଶରଣାର୍ଥୀ ନିର୍ଯ୍ୟାତିତ ଜୀବନ ବିତାଉଥିବାରୁ ସେମାନଙ୍କୁ ସରକାର ନ୍ୟାୟ ଦେବା ପାଇଁ ପ୍ରୟାସ କରିଛନ୍ତି ବୋଲି ପ୍ରଦର୍ଶନକାରୀମାନେ ମତ ରଖିଛନ୍ତି । ଦିଲ୍ଲୀରେ ଏକାଠି ହୋଇଥିବା ହଜାରେରୁ ଅଧିକ ଶିକ୍ଷାବିତ ନାଗରିକତା ଆଇନକୁ ସମର୍ଥନ କରିଛନ୍ତି । ଭାରତରେ ଶରଣାର୍ଥୀଙ୍କୁ ସ୍ଥାନ ମିଳିଲେ ମାନବାଧିକାର ମିଳିବ ବୋଲି ସେମାନେ କହିଛନ୍ତି । ଆସାମ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ନାଗରିକତା ଆଇନ ବିରେୋଧରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଜମ୍ମୁବାସୀଙ୍କ ଶାନ୍ତି ପ୍ରଦର୍ଶନ ଦେଶବାସୀଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛି । ଜମ୍ମୁ, ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ସପକ୍ଷବାଦୀଙ୍କ ରାଲି ଦେଖିବାକୁ ମିଳିଛି । ଦିଲ୍ଲୀର କର୍ଣ୍ଣାଟ ପ୍ଲେସରେ ମଧ୍ୟ ନାଗରିକତା ଆଇନ ସପକ୍ଷରେ ଶୋଭାଯାତ୍ରା କରାଯାଇଛି । କିଛି ଲୋକ ଜାଣିଶୁଣି ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରି ଉତ୍ତେଜନା ସୃଷ୍ଟି କରୁଛନ୍ତି ବୋଲି ସେମାନେ କହିଛନ୍ତି ।

ଆହୁରି ପଢନ୍ତୁ; ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ