• ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବାତିଲ
  • ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମକୁ ବାତିଲ
  • ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଅକ୍ଟୋବର ୧୮ରେ ପୁରୀ ଯାଇଥାନ୍ତେ ନବୀନ
  • ୨୪ ଘଣ୍ଟା ମଧ୍ୟରେ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ୧୫ ଗିରଫ
  • ୮୬୩ଟି ଗାଡ଼ି ଜବତ ଓ ୨୮,୬୧,୯୦୦/- ଫାଇନ ଆଦାୟ କରିଛି ଓଡ଼ିଶା ପୋଲିସ
  • ପାର୍ବଣରେ ବଢ଼ୁଛି ରାଜ୍ୟର ଦୈନିକ ସଂକ୍ରମଣ
  • ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା
  • ରାଜ୍ୟରେ କୋରୋନା ନେଲା ଆଉ ୬ ଜଣଙ୍କ ଜୀବନ
  • ରାଜ୍ୟରେ ଦିନକରେ ଆଉ ୬୧୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୨୬ ଜଣଙ୍କ ଜୀବନ

ରାଜ ଉଆସରେ ରହିବେ ମନ୍ତ୍ରୀ ! ଘରଭଡା ପାଇଁ ମିଳିବ ମାସିକ ଲକ୍ଷେ ଟଙ୍କା

ରାଜ ଉଆସରେ ରହିବେ ମନ୍ତ୍ରୀ ! ଘରଭଡା ବାବଦରେ ମିଳିବ ମାସକୁ ୮୦ ହଜାର ଟଙ୍କା । ଏହା ବ୍ୟତୀତ ପାଣି ବାବଦରେ ୨୦ ହଜାର ଟଙ୍କା । ଅର୍ଥାତ ଘରଭଡା ପାଇଁ ମନ୍ତ୍ରୀଙ୍କୁ ରାଜକୋଷକୁ ମିଳିବ ସମୁଦାୟ ଲକ୍ଷେ ଟଙ୍କା । ମନୋହର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 

ରାଜ ଉଆସରେ ରହିବେ ମନ୍ତ୍ରୀ ! ଘରଭଡା ପାଇଁ ମିଳିବ ମାସିକ ଲକ୍ଷେ ଟଙ୍କା
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ରାଜ ଉଆସରେ ରହିବେ ମନ୍ତ୍ରୀ ! ଘରଭଡା ବାବଦରେ ମିଳିବ ମାସକୁ ୮୦ ହଜାର ଟଙ୍କା । ଏହା ବ୍ୟତୀତ ପାଣି ବାବଦରେ ୨୦ ହଜାର ଟଙ୍କା । ଅର୍ଥାତ ଘରଭଡା ପାଇଁ ମନ୍ତ୍ରୀଙ୍କୁ ରାଜକୋଷକୁ ମିଳିବ ସମୁଦାୟ ଲକ୍ଷେ ଟଙ୍କା । ମନୋହର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 

ମନ୍ତ୍ରୀଙ୍କ ପାଇଁ ମନୋହର ଲାଲ ଖଟ୍ଟର ସରକାରଙ୍କ ବଡ ନିଷ୍ପତ୍ତି । ଘରଭଡା ବାବଦରେ ଏଥର ଲକ୍ଷେ ଟଙ୍କା ପାଇବେ ହରିୟାଣା ମନ୍ତ୍ରୀ । ପୂର୍ବରୁ ଏହା ୫୦ ହଜାର ଟଙ୍କା ଥିଲେ । ଭାରତୀୟ ଜନତା ପାର୍ଟି-ଜନନାୟକ ଜନତା ପାର୍ଟି ସରକାର ଏହାକୁ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ଲାଗିଛି ।  

ଗତ ଅକ୍ଟୋବର ୨୪ରେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ହେଲେ କୌଣସି ଦଳକୁ ମଧ୍ୟ ବହୁମତ ମିଳିନଥିବାରୁ ଭାରତୀୟ ଜନତା ପାର୍ଟି-ଜନନାୟକ ଜନତା ପାର୍ଟି ମିଶି ସରକାର ଗଢିଥିଲେ । କିଛି ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେଇଥିଲେ । ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଆସନରେ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲାଙ୍କୁ ମିଳିଛି । 

ଆହୁରି ବି ପଢନ୍ତୁ; ପାୱାରଙ୍କୁ ପମ୍ପ୍