ପୁଣି ଥରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ mitron app |
Trending Photos
)
ନୂଆଦିଲ୍ଲୀ: ଚୀନ ଆପ୍ଲିକେସନ ବହିଷ୍କାର କରିବା ନେଇ ଚାଲିଥିବା ଆନ୍ଦୋଳନ ସମୟରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଥିବା Mitron ଆପ୍ଲିକେସନର ଗୁଗୁଲ ପ୍ଲେ ଷ୍ଟୋରକୁ ହୋଇପାରେ ଘରବାହୁଡା | ନିୟମ ଉଲଂଘନ କରିବା ଅଭିଯୋଗରେ ଅଚାନକ ଏହି ଆପକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା | ଆଣ୍ଡ୍ରଏଡ ଏବଂ ଗୁଗୁଲ ପ୍ଲେ ଉପାଧ୍ୟକ୍ଷ ସମୀର ସମତ ନିଜ ବ୍ଲଗରେ ଲେଖିଥିଲେ ଯେ, ଗୁଗୁଲ ଡେଭଲପର୍ସଙ୍କ ସହ କାମ କରିବାର ପ୍ରକିୟା ରହିଛି | ଯାହା ଫଳରେ ବୈଷୟିକ ସମସ୍ୟାର ସମାଧାନ କରାଯାଇ ପାରିବ |
ଚୀନ ଆପ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ବେଳେ ଏହାକୁ ଭାରତୀୟ ଆପ ଭାବେ ଗ୍ରହଣ କରାଯାଇଥିଲା | ଯେଉଁଥି ପାଇଁ ଏହାର ଡାଉନଲୋଡ ବେଶ ଅଧିକ ମାତ୍ରାରେ ଚାଲିଥିଲା | ପରେ ଏହା ଏକ ପାକିସ୍ତାନୀ ଆପ ବୋଲି ଜଣା ପଡିଥିଲା | mitron ଆପର ଗୁଗୁଲ ପ୍ଲେ ଷ୍ଟୋରକୁ ଘର ବାହୁଡା ହେବା ଉପରେ ପ୍ରତିକ୍ରିୟା ରଖି ଆଣ୍ଡ୍ରଏଡ ଏବଂ ଗୁଗୁଲ ପ୍ଲେ ଉପାଧ୍ୟକ୍ଷ ଆମେ ଡେଭଲପର୍ସଙ୍କୁ ଏଥିରେ ସୁଧାର ଆଣିବାକୁ ଜଣାଇ ଦେଇଛୁ | ଯେତେବେଳ ଏହି କାମ ସରିବ ସେତେବେଳେ ଏହାର ପ୍ଲେ ଷ୍ଟୋରକୁ ଘରବାହୁଡା ହେବ |
ରିମୁଭ ଚାଇନା ଆପ୍ସ(remove china apps)କୁ ମଧ୍ୟ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା | ଯାହା ବିଭିନ୍ନ ପ୍ରକାର ଚାଇନିଜ ଆପକୁ ଡିଲିଟ କରିବାରେ ସହଯୋଗ କରୁଥିଲା | ଏହି ଆପ ପୁନର୍ବାର ପ୍ଲେ ଷ୍ଟୋରକୁ ଆସିବା ସମ୍ଭବ ନୁହେଁ | ଏପରି ଧରଣର ଆପକୁ ଗୁଗୁଲ ପ୍ଲେ ଷ୍ଟୋରରେ ସ୍ଥାନ ଦିଆଯାଏ ନାହିଁ ଯାହା ଅନ୍ୟ ଅନ୍ୟ ଆପକୁ ଟାର୍ଗେଟ କରିଥାଏ | ଯଦି କୌଣସି ଆପ, ଅନ୍ୟ ଆପକୁ ଟାର୍ଗେଟ କରୁଥାଏ ତାହା କୌଣସି ଗ୍ରାହକ କିମ୍ବା ସମ୍ପ୍ରଦାୟ ବିରୋଧି ହୋଇଥାଏ | ଯାହାକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥାଏ ବୋଲି ଜଣାଇଛନ୍ତି ସମୀର ସମତ |