ପୂର୍ବରୁ ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ସିକିମ ଗ୍ରୀନ ଜୋନରେ ରହିଥିଲେ । ତେବେ ଅନ୍ୟ ପୂର୍ବୋତ୍ତର ରାଜ୍ୟ ଆସାମା ଏବଂ ତ୍ରିପୁରାରେ ସକ୍ରିୟ କୋରୋନା ଆକ୍ରାନ୍ତ ଅଛନ୍ତି ।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାତ୍ର ଏସବୁ ଭିତରେ ଗୋଟିଏ ରାଜ୍ୟରୁ ଆସିଛି ଆଶ୍ୱସ୍ତିକର ଖବର । ଗୋଆ ପରେ ମିଜୋରାମ ମଧ୍ୟ ସମ୍ପୁର୍ଣ୍ଣ ଭାବେ କୋରୋନା ମୁକ୍ତ ହୋଇପାରିଛି । ମିଜୋରାମରେ ମାତ୍ର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାତ୍ର ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି । ଶନିବାର ତାଙ୍କୁ ଡିସଚାର୍ଜ ମଧ୍ୟ କରାସରିଛି । ଏବେ ମିଜୋରାମ ମଧ୍ୟ ଗ୍ରୀନ ଜୋନରେ ଥିବା ପୂର୍ବତ୍ତୋର ରାଜ୍ୟ ମଧ୍ୟରେ ସାମିଲ ହୋଇଯାଇଛି । ପୂର୍ବରୁ ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ସିକିମ ଗ୍ରୀନ ଜୋନରେ ରହିଥିଲେ । ତେବେ ଅନ୍ୟ ପୂର୍ବୋତ୍ତର ରାଜ୍ୟ ଆସାମା ଏବଂ ତ୍ରିପୁରାରେ ସକ୍ରିୟ କୋରୋନା ଆକ୍ରାନ୍ତ ଅଛନ୍ତି ।
ମିଜୋରାମ ସ୍ୱାସ୍ଥ୍ୟ ମନ୍ତ୍ରୀ ଲଲଥଙ୍ଗଲିଆନା କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଦ୍ୱାରା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ନେଗେଟିଭ ଆସିଛି । ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ ଯେଉଁ ପାଦ୍ରୀ ଜଣକ କୋରୋନା ଆକ୍ରାନ୍ତ ହୋଇଥିଲେ, ଦୀର୍ଘ ୪୫ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡ଼ିଛି । ଗତ ୨୪ ମାର୍ଚ୍ଚରେ ସେ କୋରୋନା ପଜିଟିଭ ବୋଲି ଜଣା ପଡ଼ିଥିଲେ । ତାଙ୍କୁ ତୁରନ୍ତ ଜେଏମସି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ହେବା ପରେ ମିଜୋରାମରେ ଜଣେ ମଧ୍ୟ କୋରୋନା ଆକ୍ରାନ୍ତ ଆଉ ନଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଆଉ ଏଥିପାଇଁ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଶୁଭେଚ୍ଛା ଜଣାଇଥିବା ସେ କହିଛନ୍ତି ।