ନଡ଼ା ପୋଡିର ସୂଚନା ଦେଲେ ମିଳିବ ୧୦ ହଜାର
Advertisement

ନଡ଼ା ପୋଡିର ସୂଚନା ଦେଲେ ମିଳିବ ୧୦ ହଜାର

ଦିଲ୍ଲୀରେ ସାଙ୍ଘାତିକ ସ୍ତରରେ ବାୟୁ ପ୍ରଦୂଷଣ । ବଢିଚାଲିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଏହାର ପ୍ରମୁଖ କାରଣ ଭାବରେ ପଞ୍ଜାବ ଓ ହରିୟାଣାରେ ହେଉଥିବା ନଡ଼ା ପୋଡିକୁ ଦାୟୀ କରାଯାଉଛି । ଆଉ ଏହାକୁ ବନ୍ଦ କରିବା ପାଇଁ ହରିୟାଣା ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀରେ ସାଙ୍ଘାତିକ ସ୍ତରରେ ବାୟୁ ପ୍ରଦୂଷଣ । ବଢିଚାଲିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ । ଏହାର ପ୍ରମୁଖ କାରଣ ଭାବରେ ପଞ୍ଜାବ ଓ ହରିୟାଣାରେ ହେଉଥିବା ନଡ଼ା ପୋଡିକୁ ଦାୟୀ କରାଯାଉଛି । ଆଉ ଏହାକୁ ବନ୍ଦ କରିବା ପାଇଁ ହରିୟାଣା ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । 

ନଡ଼ା ପୋଡି ବିଷୟରେ ଯଦି କିଏ ସୂଚନା ଦିଏ, ତେବେ ତାକୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ସୂଚନା ଦେଇଥିବା ବ୍ୟକ୍ତିର ନାମ ଗୋପନ ରଖାଯିବ । ଏନେଇ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଚାଷୀଙ୍କୁ ଅନ୍ୟ ବିକଳ୍ପ ଆପଣାଇବାକୁ ପ୍ରତ୍ସୋହିତ କରିବା ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକାରୀଙ୍କ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ଗାଁ ଗୁଡିକରେ ନଡ଼ା ପୋଡି ବିଶେଷ ମାତ୍ରାରେ ହେଉଛି, ସେହି ସ୍ଥାନକୁ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଅଧିକାରୀ ଗସ୍ତ କରିବେ । କେଉଁ କାରଣରୁ ଚାଷୀମାନେ ଅନ୍ୟ ବିକଳ୍ପ ନ ଆପଣେଇ ନଡ଼ା ପୋଡୁଛନ୍ତି, ତାର ସମୀକ୍ଷା କରିବେ । ଏହା ସହ ନଡ଼ା ପୋଡି ଯେପରି ସମ୍ପୁର୍ଣ୍ଣ ଭାବରେ ବନ୍ଦ କରି ପ୍ରଦୂଷଣ ହ୍ରାସ କରାଯାଇପାରିବ, ସେ ଉପରେ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 

ନଡ଼ା ପୋଡି କ'ଣ ?

ଫସଲ ଉତ୍ପାଦନ ପରେ ବିଲରେ ନଡା, ପାଳ ସମେତ ଅନ୍ୟ ବର୍ଜ୍ୟବସ୍ତୁ ପଡି ରହିଥାଏ । ପରବର୍ତ୍ତୀ ଫସଲ ପାଇଁ ଏହାକୁ ପୋଡି ସଫା କରିଥାନ୍ତି ଚାଷୀ । ଯାହାକୁ ନଡ଼ା ପୋଡି  କୁହାଯାଏ । ହରିୟାଣା ଓ ପଞ୍ଜାବରେ ଚାଷୀ ଏହି ପନ୍ଥା ବେଶି ଆପଣାଇଥାନ୍ତି । ଆଉ ଏହାର ସିଧାସଳଖ ପ୍ରଭାବ ଦିଲ୍ଲୀରେ ପଡୁଛି । ନଡ଼ା ପୋଡି ଯୋଗୁଁ ଏହାର ବିଶାକ୍ତ ଧୂଆଁ ଦିଲ୍ଲୀ ପରିବେଶର ସନ୍ତୁଳନକୁ ବିଗାଡି ଦେଉଛି । ନଡ଼ାରୁ ନିର୍ଗତ ଧୂଆଁ ଦିଲ୍ଲୀ ପବନରେ ମିଶି ବିଷ ବଳୟ ତିଆରି କରିଥାଏ । ଆଉ ବିଷମ ପରିସ୍ଥିତି ସୃଷ୍ଟି କରିବାରେ ବାହକ ରୂପେ କାମ କରିଥାଏ ।