Advertisement
Article Detail0/zeeodisha/odisha697507
Zee OdishaOther Newsସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ବିଧାୟକ ବୈଠକ

ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ବିଧାୟକ ବୈଠକ

ସମସ୍ୟା ସମାଧାନ ନେଇ ଆଲୋଚନା

ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ବିଧାୟକ ବୈଠକ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ମୌଳିକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଦୁଇ ବିଧାୟକ । ସମ୍ବଲପୁର ବିଧାୟକ  ଜୟନାରାୟଣ  ମିଶ୍ର ଓ ରେଙ୍ଗାଲି ବିଧାୟକ  ନାଉରି ନାଏକ ମହାନଗର ନିଗମ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କୁ ଭେଟିବା ସହ ଆଲୋଚନା କରିଥିଲେ । 

ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସମସ୍ୟା ର ସ୍ଥାୟୀ ଓ ଶୀଘ୍ର ସମାଧନ ପାଇଁ ସମ୍ବଲପୁର ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ  ସମ୍ବଲପୁର ବିଧାୟକ ଓ ରେଙ୍ଗାଲି ବିଧାୟକ ।  ପାନୀୟ ଜଳ ଯୋଗାଣ ର ସମସ୍ୟା ଓ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗ କୁ ଲୋ ଭୋଲ୍ଟେଜ ପରି  ସମସ୍ୟା ସହ ମହାନଗର ନିଗମ ଅଞ୍ଚଳରେ ରହିଥିବା ସମସ୍ତ ନାଳି ରେ ଜମି ରହିଥିବା ମାଟି କାଦୁଅ ଆବର୍ଜନାକୁ ଶୀଘ୍ର ସଫା କରାଯାଉ ଓ ଆବଶ୍ୟକ ସ୍ଥଳେ ନାଳି ଗୁଡିକର ମରାମତି କାର୍ଯ୍ୟ କରାଯିବାକୁ କୁହାଯାଇଥିଲା । 

ସହର ମଧ୍ୟରେ ବିଭନ୍ନ ଅଞ୍ଚଳରେ ପଡି ରହିଥିବା ଆବର୍ଜନା ସବୁ କୁ ଶୀଘ୍ର ସଫା କରିବା ସହିତ କିଭଳି ସେ କାର୍ଯ୍ୟ ନିୟମିତ ଭାବେ ପରିଚାଳିତ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଥିଲା ।ବର୍ଷାପୂର୍ବରୁ ମହାନଗର ନିଗମ ଅଞ୍ଚଳର ରାସ୍ତା ଓ ଗଳି ମାନଙ୍କରେ ରହିଥିବା ସମସ୍ତ ଛୋଟ ବଡ଼ ଗର୍ତ୍ତ କୁ ଭରି ଯାତାୟାତ ଯୋଗ୍ୟ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିବା  କହିଥିଲେ ବିଧାୟକ।

Add Zee News as a Preferred Source
About the Author