Advertisement
Article Detail0/zeeodisha/odisha672394
Zee OdishaBerhampurପ୍ରତ୍ୟେକ୍ଷ ଭାବେ ସହଯୋଗର ହାତ ବଢାଉଛନ୍ତି ବିଧାୟକ ସୁବାସ

ପ୍ରତ୍ୟେକ୍ଷ ଭାବେ ସହଯୋଗର ହାତ ବଢାଉଛନ୍ତି ବିଧାୟକ ସୁବାସ

ଏମିତି ବିତୁଛି ଛତ୍ରପୁର ବିଧାୟକଙ୍କ ସମୟ 

ପ୍ରତ୍ୟେକ୍ଷ ଭାବେ ସହଯୋଗର ହାତ ବଢାଉଛନ୍ତି ବିଧାୟକ ସୁବାସ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଲକଡାଉନ୍ ସମୟରେ ସରକାରଙ୍କ ସମସ୍ତ ନିର୍ଦ୍ଦେଶ ମାନି ଘରେ ରହି ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ସଚେତନ କରିବା ପାଇଁ ସାମାଜିକ ଗଣମାଧ୍ୟମର ସହଯୋଗ ନେଇଛନ୍ତି ବିଧାୟକ । ଦିନସାରା ସାମାଜିକ ଗଣମାଧ୍ୟମ WhatsApp ଓ Facebookରେ ସଚେତନ କରାଯାଉଥିବା କହିଛନ୍ତି ବିଧାୟକ ଶ୍ରୀ ବେହେରା । 

ଘରୁ ବାହାରକୁ ନ ଯାଇ ସରପଞ୍ଚ ଓ ଜିଲ୍ଲାପରିଷଦଙ୍କ ସହ ଫୋନ୍ ଯୋଗେ ଆଲୋଚନା କରୁଛନ୍ତି ଓ ସ୍ଥିତିର ସମୀକ୍ଷା କରୁଛନ୍ତି । ଆବଶ୍ୟକ ହେଲେ ପଞ୍ଚାୟତରୁ ପଞ୍ଚାୟତ ବୁଲି ଅସହାୟଙ୍କୁ ସହାୟତା ମଧ୍ୟ କରୁଥିବା ସେ କହିଛନ୍ତି। ପଞ୍ଚାୟତସ୍ତରରେ ସବୁଠି ଆଇସୋଲେସନ କକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଜିଲ୍ଲାପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଯୋଗସୁତ୍ର ରକ୍ଷା କରି ଲୋକଙ୍କ ପାଖରେ ଭତ୍ତା, ଶ୍ରମିକମାନଙ୍କୁ ଖାଦ୍ୟ କିପରି ପହଞ୍ଚି ପରିବ ସେ ନେଇ କାମ କରୁଛନ୍ତି ।ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକିୟା ତେଣୁ, ଶ୍ରମିକମାନେ ଜିଲ୍ଲାକୁ ଫେରିବା ପାଇଁ ଅନଲାଇନରେ ଆବେଦନ କରିବାକୁ ବିଧାୟକ ଜୀ ଓଡ଼ିଶା ମାଧ୍ୟମରେ ଅପିଲ କରିଛନ୍ତି । କୌଣସି ସମସ୍ୟା ହେଲେ ବିଧାୟକଙ୍କ ସହିତ ଯୋଗାଯୋଗ କରିବାକୁ କହିଛନ୍ତି । 

ଶ୍ରମିକମାନେ ନିର୍ବାଚନ ମଣ୍ଡଳୀରେ ପହଞ୍ଚିବା ପରେ ସେମାନଙ୍କୁ ଅତିରିକ୍ତ କୋରେନଣ୍ଟାଇନ୍ ରେ ରଖିବା ପାଇଁ ହୋଇଛି ପ୍ରାନ୍। ପ୍ରତ୍ୟେକ୍ଷ ଭାବେ ନ ହେଲେ ବି ପରୋକ୍ଷ ଭାବେ ସବୁ ଲୋକଙ୍କ ସହ ମିଶି  କାମ କରୁଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚମାନେ କିଭଳି ତୃଣମୂଳ ସ୍ତରରେ ସଠିକ୍ ଭାବେ କାମ କରିବେ ସେନେଇ ବିଧାୟକ ସମସ୍ତ ସରପଞ୍ଚଙ୍କୁ ନେଇ ବୈଠକ କରି ସାମାଜିକ ଦୂରତ୍ବ ସହ sop ପାଳନ ନେଇ ବୁଝାଇଛନ୍ତି । ପ୍ରାୟ ୩୦ହଜାର ଶ୍ରମିକ ଫେରିବା ନେଇ ଆକଳନ କରାଯାଇଛି। ସହି ଶ୍ରମିକମାନଙ୍କୁ ୧୪ଦିନ ସ୍ବତନ୍ତ୍ର କକ୍ଷରେ କୋରେନଣ୍ଟାଇନରେ ରଖାଯିବ । 

Add Zee News as a Preferred Source

ସେମାନଙ୍କୁ ଭିତିଭୂମି, ଖାଦ୍ୟ,ପାଣି, ବିଜୁଳି ଯୋଗାଣ ବ୍ୟବସ୍ଥାରେ ସହଯୋଗ କରିବେ ଗାଁର ଯୁବକସଂଘ ଓ ବିଜୁ ଯୁବବାହୀନି ଏସବୁ କାର୍ଯ୍ୟ କରିବା ପରେ ସମୟ ମିଳିଲେ ପୁଅ, ଝିଅଙ୍କୁ କିଛି ସମୟ ପାଠ ପଢାଉଛି । ଓଡ଼ିଶାର ବିଶିଷ୍ଟ ଲେଖକ ସାହିତ୍ୟିକ ମନୋଜ ଦାସଙ୍କ ବହି ପଢୁଛି । ଧର୍ମପତ୍ନୀ ଙ୍କୁ ରୋଷେଇ ପାଇଁ ସେମିତି କିଛି ଚାପ ନ ଦେଇ ସହଯୋଗ କରୁଥିବା ସହ ସାଧାଖାଦ୍ୟ ଖାଉଥିବା କହନ୍ତି ବିଧାୟକ ସୁବାଷ ଚନ୍ଦ୍ର ବେହେରା ।
 

About the Author