close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୋଦିଙ୍କୁ ବିଧାୟକଙ୍କ ଚିଠି, ଆମକୁ ଥରେ ଭିଜେଇ ଦିଅ

ପ୍ରକୃତି ଉପରେ ଅତ୍ୟାଚାର କରୁଥିବା ମଣିଷ ଆଜି ଦିଲ୍ଲୀ ଦେଖି ବଢୁଛି, ପ୍ରତିବଦଳରେ ଆମକୁ କେମିତି ବଞ୍ଚିବାକୁ ପଡେ । ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀର ପ୍ରଦୂଷଣ । ଆଉ ଏହାରି ଭିତରେ ଜଣେ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା ଏବଂ ବାୟୁସେନାର ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି । 

ମୋଦିଙ୍କୁ ବିଧାୟକଙ୍କ ଚିଠି, ଆମକୁ ଥରେ ଭିଜେଇ ଦିଅ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରକୃତି ଉପରେ ଅତ୍ୟାଚାର କରୁଥିବା ମଣିଷ ଆଜି ଦିଲ୍ଲୀ ଦେଖି ବଢୁଛି, ପ୍ରତିବଦଳରେ ଆମକୁ କେମିତି ବଞ୍ଚିବାକୁ ପଡେ । ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀର ପ୍ରଦୂଷଣ । ଆଉ ଏହାରି ଭିତରେ ଜଣେ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା ଏବଂ ବାୟୁସେନାର ସହାୟତା ପାଇଁ ସେ ଅନୁରୋଧ କରିଛନ୍ତି । 

ଦିଲ୍ଲୀ ଗାଜିଆବାଦ ଲୋନିର ବିଧାୟକ ନନ୍ଦ କିଶୋର ଗୁର୍ଜର ଏହି ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି । ଦିଲ୍ଲୀବାସୀ ପ୍ରଦୂଷଣ ପାଇଁ କେମିତି କଷ୍ଟକର ଜୀବନ ବିତାଉଛନ୍ତି, ତାହା ଦର୍ଶାଇଛନ୍ତି ବିଧାୟକ । କହିଛନ୍ତି, ବର୍ତ୍ତମାନ ଦିଲ୍ଲୀ ବାୟୁର ଗୁଣବତ୍ତା ୧୭ଶହ ରୁ ୧୯ଶହ ଇଣ୍ଡେକ୍ସ ରହିଛି । ଯାହା ଅତି ସାଙ୍ଘାତିକ । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । 

ଚିଠି ମାଧ୍ୟମରେ ସେ ଆହୁରି ମଧ୍ୟ କହିଛନ୍ତି, ଏବେ ରାଜଧାନୀର ପ୍ରଦୂଷଣ ନିୟନ୍ତ୍ରଣ କରିବା ନିହାତି ଦରକାର । ଆଉ ଏଥିପାଇଁ ବିଭିନ୍ନ କଳ କାରଖାନା ବନ୍ଦ କରାଯାଉ । କୋଣା ନିର୍ମାଣ କାମ ମଧ୍ୟ କିଛିଦିନ ପାଇଁ  ବନ୍ଦ ହେଉ । ବାୟୁସେନା ସହାୟତାରେ ଦିଲ୍ଲୀରେ ପାଣି ଛିଞ୍ଚନ କରିବାକୁ ଅନୁରୋଧ କରିଛନ୍ତି  ଲୋନି ବିଧାୟକ । ଏପରିକି କୃତ୍ରିମ ବର୍ଷା କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । 

ଏବେ କିଛି ଦିନ ହେଲା ଦିଲ୍ଲୀର ପ୍ରଦୂଷଣ ବଢିଚାଲିଛି । ସ୍ଥିତି ଏପରି ହୋଇଛି ଯେ ରାଜଧାନୀରେ ଜୀବନ ଯାପନ କରିବା ଯନ୍ତ୍ରଣାଦାୟକ ମନେ ହେଉଛି । ସମସ୍ତେ ଅଣନିଶ୍ୱାସୀ ହୋଇପଡିଛନ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ଗତକାଲି ଠାରୁ ଅଡ-ଇଭେନ ନିୟମ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ସେପଟେ ପରାଲୀ ପୋଡିକୁ ବ୍ୟାନ ମଧ୍ୟ କରାଯାଇଛି । ଯଦି କେହି ପରାଲୀ(ଫସଲ ଉତ୍ପାଦନ ପରେ ଅବ୍ୟବହୃତ ନଡା) ପୋଡେ, ତେବେ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ଓ ହରିୟାଣାରେ ବହୁ ଚାଷୀ ପରାଲୀ ପୋଡିଥାନ୍ତି । ଯାହାକି ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି ।