ତୁର୍କୀ ପିଆଜ ପୋଛିବ ଖାଉଟିଙ୍କ ଲୁହ !

ଦୀର୍ଘ ଦିନ ହେଲା ପିଆଜ ଦର କମିବାର ନାଁ ଧରୁନି । ସେଞ୍ଚୁରି ମାରିବା ପରେ ବି ଆହୁରି ଆଗକୁ ବଢୁଛି । ଏବେ ରାଜଧାନୀ ଦିଲ୍ଲୀରେ ପିଆଜ କିଲୋ ପିଛା ୮୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । ବଜାରର ପିଆଜର ଅଭାବ ରହିଛି । ଦର ନିୟନ୍ତ୍ରଣ ପାଇଁ ତୁର୍କୀରୁ ପିଆଜ ଆମଦାନୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ତୁର୍କୀ ପିଆଜ ପୋଛିବ ଖାଉଟିଙ୍କ ଲୁହ !
ପ୍ରତୀକାତ୍ମକ ଫଟୋ

ଅମିତ ମହାନ୍ତି, ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ପିଆଜ ଦର କମିବାର ନାଁ ଧରୁନି । ସେଞ୍ଚୁରି ମାରିବା ପରେ ବି ଆହୁରି ଆଗକୁ ବଢୁଛି । ଏବେ ରାଜଧାନୀ ଦିଲ୍ଲୀରେ ପିଆଜ କିଲୋ ପିଛା ୮୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । ବଜାରର ପିଆଜର ଅଭାବ ରହିଛି । ଦର ନିୟନ୍ତ୍ରଣ ପାଇଁ ତୁର୍କୀରୁ ପିଆଜ ଆମଦାନୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଇଜିପ୍ଟ ପରେ ତୁର୍କୀରୁ ଆସିବ ପିଆଜ । ୧୧ ହଜାର ଟନ ପିଆଜ ତୁର୍କୀରୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । MMTC ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଦେଶରେ ପିଆଜ ଦର ୮୦ରୁ ୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଦିଲ୍ଲୀ ହେଉ ନା ବେଙ୍ଗାଲୁରୁ ସବୁଠି ଆକାଶ ଛୁଆଁ ପିଆଜ ଦର । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ସମାନ ସ୍ଥିତି ।

ସେପଟେ ପିଆଦ ଦର ସେଞ୍ଚୁରି ମାରିବା ପରେ ଏବେ ଖାଉଟିଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସହରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ । ସରକାର ଦରଦାମ ନିୟନ୍ତ୍ରଣରେ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବିଗତ ମାସରେ ୧।୨ ଲକ୍ଷ ଟନ ପିଆଜ ଆମଦାନୀ କରିବାର ମଞ୍ଜୁରୀ ଦେଇଥିଲା । ଦେଶର ବିଭିନ୍ନ ଅଂଶରୁ ପିଆଜର ଖୁଦୁରା ଦର ୭୫ ରୁ ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ଯାଏ ପହଞ୍ଚି ଯାଇଛି । ଯାହା ପରେ ସରକାର ଆମଦାନୀ ଉପରେ ନିଷ୍ପତ୍ତି ନେଇଛନ୍ତି । ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି । ତଥା ଥୋକ ବା ଖୁଦୁରା ବିକ୍ରେତାଙ୍କ ପାଇଁ ପିଆଜ ଭଣ୍ଡାରର ଅଧିକତମ ସୀମା ନିର୍ଦ୍ଧାରଣ କରାଯାଇଛି ।

ମିଳୁଥିବା ସୂଚନା ମୁତାବକ, ଏମଏମଟିସି ତୁର୍କୀରୁ ୧୧ ହଜାର ଟନ ପିଆଜ ଆମଦାନୀ କରିବାର ଚୁକ୍ତି କରିଛି । ଏହା ଅନ୍ତର୍ଗତ ଆଗାମୀ ବର୍ଷ ଅର୍ଥାତ ୨୦୨୦ ଜାନୁଆରୀରୁ ପିଆଜ ମିଳିବା ଆରମ୍ଭ ହୋଇଯିବ । ମିଶରରୁ ଆମଦାନୀ କରାଯାଉଥିବା ୬ ହଜାର ୯୦ ଟନ ପିଆଜ ଏହି ମାସର ଦ୍ୱିତୀୟ ସପ୍ତାହରେ ମୁମ୍ୱାଇର ଜବାହାର ପୋର୍ଟ ଟର୍ମିନାଲରେ ପହଞ୍ଚି ପାରେ ।

ପିଆଜର ଦର ଉପରେ ନିୟନ୍ତ୍ରଣ ପାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱ ମନ୍ତ୍ରୀଙ୍କ ସମୂହ ଗଠନ କରାଯାଇଛି । ଏଥିରେ ଅର୍ଥମନ୍ତ୍ରୀ, ଉପଭୋକ୍ତା ମାମଲାର ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀ ମଧ୍ୟ ଅଛନ୍ତି ।

ଆହୁରି ପଢନ୍ତୁ; ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା'