କମିବ ପିଆଜ ଦର!

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବିଗତ ମାସରେ ୧.୨ ଲକ୍ଷ ଟନ ପିଆଜ ଆମଦାନୀ କରିବାର ମଞ୍ଜୁରୀ ଦେଇଥିଲା । ଦେଶର ବିଭିନ୍ନ ଅଂଶରୁ ପିଆଜର ଖୁଦୁରା ଦର ୭୫ ରୁ ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ଯାଏ ପହଞ୍ଚି ଯାଇଛି । ଯାହା ପରେ ସରକାର ଆମଦାନୀ ଉପରେ ନିଷ୍ପତ୍ତି ନେଇଛନ୍ତି । 

କମିବ ପିଆଜ ଦର!

ନୂଆଦିଲ୍ଲୀ: ଅପ୍ରତ୍ୟାଶିତ ବର୍ଦ୍ଧିତ ପିଆଜ ଦର ଉପରେ ଲାଗିପାରେ ଲଗାମ୍ । ପିଆଜ ଦରରେ ଘଟିପାରେ ହ୍ରାସ । ସରକାରୀ କମ୍ପାନୀ MMTC ବର୍ଦ୍ଧିତ ପିଆଜ ଦର ଉପରେ ଲଗାଇବ ଲଗାମ । ଏହା ଅନ୍ତର୍ଗତ କମ୍ପାନୀ ତୁର୍କୀରୁ ୧୧ ହଜାର ଟନ ପିଆଜ ଆମଦାନୀ କରିବାର ଠିକା ଦେଇଛି । ଏହା ଏମଏମଟିସି ଦ୍ୱାରା ପିଆଜ ଆମଦାନୀ ପାଇଁ ଦିଆଯାଇଥିବା ଦ୍ୱିତୀୟ ଠିକା । କମ୍ପାନୀ ଏହା ପୂର୍ବରୁ ମିଶରରୁ ୬ ହଜାର ୯୦ ଟନ ପିଆଜ ଆମଦାନୀ କରିଥିଲା ।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବିଗତ ମାସରେ ୧.୨ ଲକ୍ଷ ଟନ ପିଆଜ ଆମଦାନୀ କରିବାର ମଞ୍ଜୁରୀ ଦେଇଥିଲା । ଦେଶର ବିଭିନ୍ନ ଅଂଶରୁ ପିଆଜର ଖୁଦୁରା ଦର ୭୫ ରୁ ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ଯାଏ ପହଞ୍ଚି ଯାଇଛି । ଯାହା ପରେ ସରକାର ଆମଦାନୀ ଉପରେ ନିଷ୍ପତ୍ତି ନେଇଛନ୍ତି । ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି । ତଥା ଥୋକ ବା ଖୁଦୁରା ବିକ୍ରେତାଙ୍କ ପାଇଁ ପିଆଜ ଭଣ୍ଡାରର ଅଧିକତମ ସୀମା ନିର୍ଦ୍ଧାରଣ କରାଯାଇଛି । 

ମିଳୁଥିବା ସୂଚନା ମୁତାବକ, ଏମଏମଟିସି ତୁର୍କୀରୁ ୧୧ ହଜାର ଟନ ପିଆଜ ଆମଦାନୀ କରିବାର ଚୁକ୍ତି କରିଛି । ଏହା ଅନ୍ତର୍ଗତ ଆଗାମୀ ବର୍ଷ ଅର୍ଥାତ ୨୦୨୦ ଜାନୁଆରୀରୁ ପିଆଜ ମିଳିବା ଆରମ୍ଭ ହୋଇଯିବ । ମିଶରରୁ ଆମଦାନୀ କରାଯାଉଥିବା ୬ ହଜାର ୯୦ ଟନ ପିଆଜ ଏହି ମାସର ଦ୍ୱିତୀୟ ସପ୍ତାହରେ ମୁମ୍ୱାଇର ଜବାହାର ପୋର୍ଟ ଟର୍ମିନାଲରେ ପହଞ୍ଚି ପାରେ ।

ପିଆଜର ଦର ଉପରେ ନିୟନ୍ତ୍ରଣ ପାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱ ମନ୍ତ୍ରୀଙ୍କ ସମୂହ ଗଠନ କରାଯାଇଛି । ଏଥିରେ ଅର୍ଥମନ୍ତ୍ରୀ, ଉପଭୋକ୍ତା ମାମଲାର ମନ୍ତ୍ରୀ, କୃଷି ମନ୍ତ୍ରୀ ଓ ସଡ଼କ ପରିବହନ ମନ୍ତ୍ରୀ ମଧ୍ୟ ଅଛନ୍ତି ।