ତବଲିଗି ଜମାତାଙ୍କ ଉପରେ ବର୍ଷିଲେ ରାଜ ଠାକରେ
Trending Photos
)
ନୂଆଦିଲ୍ଲୀ: ନିଜାମୁଦ୍ଦିନରେ ତବଲିଗି ମରକଜରେ ସାମିଲ ହୋଇଥିବା ମୌଲାନାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ। ରାଜ ଠାକରେ କହିଛନ୍ତି କି, କୋରୋନା ସନ୍ଦେହରେ କ୍ୱାରେଣ୍ଟାଇନରେ ଥିବା ମୌଲାନା ବା ଜମାତାମାନଙ୍କୁ ଗୁଳି କରିଦିଆଯାଉ।
ଏକ ସାକ୍ଷାତକାରରେ ଠାକରେ କହିଥିଲେ କି, ମହିଳା ମେଡିକାଲ ଷ୍ଟାଫଙ୍କ ସହିତ ଅଭଦ୍ରାମି କରିଥିବା ଜମାତାଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦେବାର ଆବଶ୍ୟକ ରହିଛି। ଏହି ସମୟରେ ମୋଦି ନିଜର ମତାମତ ରହିବାର ଅବଶ୍ୟକ ରହିଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳରେ ମରକଜରେ ଏହି ତବଲିଗି ଜମାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲକଡାଉନ ସମୟରେ ଏଭଳି ଜମାତ ପାଇଁ ହୋଇଥିବା ଭିଡ଼ କୋରୋନା ଲଢେଇରେ ବେଶ କ୍ଷତି ପହଞ୍ଚାଇବ। ଏହି ସଂକଟ ସମୟରେ ଏଭଳି ଭିଡ଼ ଜମାଇବା ନିଶ୍ଚିତ ଭାବେ ଏକ ଗୁରୁତର ଅପରାଧ। ଏଭଳି ଅପରାଧରେ ସାମିଲ ଥିବା ଲୋକମାନଙ୍କୁ ଗୁଳି କରି ଦେବାର ଆବଶ୍ୟକ ରହିଛି। ଏମାନଙ୍କର ଚିକିତ୍ସାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି କି। ଏକ ଭିନ୍ନ ତଥା ନୂଆ ଆଇନ କରି ଏମାନଙ୍କର ଚିକିତ୍ସାକୁ ବନ୍ଦ କରିଦେବାର ଆବଶ୍ୟକତା ରହିଛନ୍ତି। ଏଭଳି ସଂକଟ ସମୟରେ ଏଭଳି ଗୁଜବ ସୃଷ୍ଟି କରିଥିବା ଲୋକମାନଙ୍କର ଚିକିତ୍ସାକୁ ବନ୍ଦ କରିଦିଆଯାଉ। ଯଦି ସେମାନେ ଧର୍ମକୁ ଦେଶ ଅପେକ୍ଷା ଅଧିକ ଗୁରୁତ୍ତ୍ୱ ଦେଉଛନ୍ତି କିମ୍ବା ଦେଶରେ କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। କିମ୍ବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭଦ୍ରାମି କରୁଛନ୍ତି ତେବେ ସେମାନଙ୍କୁ ବର୍ତ୍ତମାନ ଦଣ୍ଡ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ବର୍ତ୍ତମାନ ସମୟରେ କୌଣସି ଧର୍ମ ଉପରେ ଆଲୋଚନା କରିବାର ସମୟ ନୁହେଁ। କିନ୍ତୁ ମୁସଲମାନ ସମ୍ପ୍ରଦାୟ ଯଦି କିଛି ଏଭଳି କରୁଛନ୍ତି, ତେବେ ତାହାର ଉପରେ କାର୍ଯ୍ୟାନୁଷ୍ଠାନ ଜରୁରୀ ହୋଇ ପଡ଼ିଛି। ସେମାନେ ବୁଝିବା ଦରକାର ଯେ, ଲକଡାଉନ ସ୍ଥିତି କିଛି ସମୟ ପାଇଁ। ପରିସ୍ଥିତି ସ୍ୱାଭାବିକ ହୋଇ ଗଲେ ପୁଣିଥରେ ଲୋକମାନେ ସେଠାରେ ରହିଥିବେ ବୋଲି ସେ କହିଥିଲେ।