close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଉ ଦରକାର ନାହିଁ କି ‘ମୋ ସାଇକେଲ୍’?

ସ୍ମାର୍ଟ ସିଟିରେ ଆଉ ଗଡୁନି ସ୍ମାର୍ଟ ସାଇକେଲ୍ ।  ଗତବର୍ଷ ହକି ବିଶ୍ୱକପ ସମୟରେ ଭୁବନେଶ୍ୱରରେ ପ୍ରଥମ କରି ଶୁଭାରମ୍ଭ ହୋଇଥିଲା ପବ୍ଲିକ୍ ବାଇସାଇକେଲ୍ ସେୟାରିଂ । ପ୍ରକଳ୍ପକୁ ବର୍ଷେ ନ ପୁରୁଣୁ ମୁଣ୍ଡରେ ଚାଳ ବାଜିଲାଣି । ସହରରେ ଟ୍ରାଫିକ ଭିଡ଼ ଓ ପ୍ରଦୂଷଣକୁ ରୋକିବା ଲାଗି ଗତ ବର୍ଷ ହକି ବିଶ୍ୱ କପ ସମୟରେ ସ୍ମାର୍ଟ ସିଟି ପ୍ରକଳ୍ପ ଦ୍ୱାରା ଶୁଭାରମ୍ଭ ହୋଇଥିଲା ମୋ ସାଇକେଲ ସେବା । ନୂତନ ଭାବେ ପରିଚାଳିତ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ରାଜ୍ୟ ବାହାରର ତିନୋଟି କମ୍ପାନୀ ୟାନା, ୟୁଲୁ, ହେକ୍ସି ମାଧ୍ୟମରେ ଟେଣ୍ଡର ଦିଆଯାଇ ମୋଟ ୨ ହଜାର ସ୍ମାର୍ଟ  ସାଇକେଲ୍ ଆସିଥିଲା । ଏଥିରେ ଜିପିଏସ ସିଷ୍ଟମ ସହ  ସ୍ୱତନ୍ତ୍ର ସାଇକେଲ୍ ଷ୍ଟେସନ ଓ ସାଇକେଲ୍ ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଜନସାଧାରଣ ତିନୋଟି କଂପାନୀର ଭିନ୍ନ ଭିନ୍ନ ଆପ ମାଧ୍ୟମରେ ଲଗ ଇନ୍ କରି ସୁଲଭ ମୂଲ୍ୟରେ ମୋ ସାଇକେଲ୍ ଦ୍ୱାରା ଯାତାୟତ କରୁଥିଲେ । ତେବେ ପ୍ରଥମ ଦୁଇ ଚାରି ମାସ ନୂଆ ନୂଆ ହେତୁ ଲୋକଙ୍କ ଭିତରେ ଉସ୍ତ୍ରାହ ଓ ଆଗ୍ରହ ସହ ଏହାକୁ ଏକ ପରିବହନର ମାଧ୍ୟମ ଭାବେ ବ୍ୟବହାର କରିଥିଲେ ।

ଆଉ ଦରକାର ନାହିଁ କି ‘ମୋ ସାଇକେଲ୍’?
ଆଉ ଦରକାର ନାହିଁ କି ‘ମୋ ସାଇକେଲ୍’?

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଆଉ ଗଡୁନି ସ୍ମାର୍ଟ ସାଇକେଲ୍ ।  ଗତବର୍ଷ ହକି ବିଶ୍ୱକପ ସମୟରେ ଭୁବନେଶ୍ୱରରେ ପ୍ରଥମ କରି ଶୁଭାରମ୍ଭ ହୋଇଥିଲା ପବ୍ଲିକ୍ ବାଇସାଇକେଲ୍ ସେୟାରିଂ । ପ୍ରକଳ୍ପକୁ ବର୍ଷେ ନ ପୁରୁଣୁ ମୁଣ୍ଡରେ ଚାଳ ବାଜିଲାଣି । ସହରରେ ଟ୍ରାଫିକ ଭିଡ଼ ଓ ପ୍ରଦୂଷଣକୁ ରୋକିବା ଲାଗି ଗତ ବର୍ଷ ହକି ବିଶ୍ୱ କପ ସମୟରେ ସ୍ମାର୍ଟ ସିଟି ପ୍ରକଳ୍ପ ଦ୍ୱାରା ଶୁଭାରମ୍ଭ ହୋଇଥିଲା ମୋ ସାଇକେଲ ସେବା । ନୂତନ ଭାବେ ପରିଚାଳିତ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ରାଜ୍ୟ ବାହାରର ତିନୋଟି କମ୍ପାନୀ ୟାନା, ୟୁଲୁ, ହେକ୍ସି ମାଧ୍ୟମରେ ଟେଣ୍ଡର ଦିଆଯାଇ ମୋଟ ୨ ହଜାର ସ୍ମାର୍ଟ  ସାଇକେଲ୍ ଆସିଥିଲା । ଏଥିରେ ଜିପିଏସ ସିଷ୍ଟମ ସହ  ସ୍ୱତନ୍ତ୍ର ସାଇକେଲ୍ ଷ୍ଟେସନ ଓ ସାଇକେଲ୍ ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଜନସାଧାରଣ ତିନୋଟି କଂପାନୀର ଭିନ୍ନ ଭିନ୍ନ ଆପ ମାଧ୍ୟମରେ ଲଗ ଇନ୍ କରି ସୁଲଭ ମୂଲ୍ୟରେ ମୋ ସାଇକେଲ୍ ଦ୍ୱାରା ଯାତାୟତ କରୁଥିଲେ । ତେବେ ପ୍ରଥମ ଦୁଇ ଚାରି ମାସ ନୂଆ ନୂଆ ହେତୁ ଲୋକଙ୍କ ଭିତରେ ଉସ୍ତ୍ରାହ ଓ ଆଗ୍ରହ ସହ ଏହାକୁ ଏକ ପରିବହନର ମାଧ୍ୟମ ଭାବେ ବ୍ୟବହାର କରିଥିଲେ ।

କିନ୍ତୁ ଏବେ ବାସ୍ତବ ଚିତ୍ର କିଛି ଅଲଗା । ଅଲୋଡ଼ା ହୋଇଯାଇଛି 'ମୋ ସାଇକେଲ୍' । ରାସ୍ତାଘାଟ, ଗଳିକନ୍ଦି, ଡ୍ରେନ ଓ ବସ୍ତିରେ ଦୟନୀୟ ଅବସ୍ଥାରେ ପଡିରହୁଛି ସାଇକେଲ୍ । ନା ଉପଯୁକ୍ତ ରକ୍ଷଣାବେକ୍ଷଣା ହେଉଛି ନା ହେଉଛି ବ୍ୟବହାର । ଯେଉଁ ଉଦ୍ଦେଶ୍ୟ ନେଇ ଏହାର ଶୁଭାରମ୍ଭ ହୋଇଥିଲା ତାହା ନ ହୋଇ, ବରଂ ହତାଦାର ହୋଇ ଏଣେତେଣ ଅପବ୍ୟବହାର ହେଉଛି । ଲାଗୁଛି ଲକ୍ଷ ଲକ୍ଷ ଟଙ୍କାରେ ପ୍ରସ୍ତାବିତ ଏହି ସେବା ପାଣିରେ ପଡିଯାଉଛି । ମାସ ମାସ ଧରି ଖରା ବର୍ଷାରେ ପଡିରହୁଛି ସାଇକେଲ, ହେଲେ କାହାରି ଧ୍ୟାନ ନାହିଁ । ଏପରିକି ସ୍ୱତନ୍ତ୍ର ସାଇକେଲ ଷ୍ଟେସନରେ ଗାଡି ପାର୍କିଂ ତ ସାଇକେଲ ଟ୍ରାକ୍ ରେ ଦୁଇ ଚକିଆ ଓ ଚାରି ଚକିଆ ଗାଜି ପାର୍କିଂ ହେଉଛି । ସ୍ନାର୍ଟ ସିଟିବାସୀ ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ରକ୍ଷଣାବେକ୍ଷଣା ପ୍ରତି ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ।

ସେପଟେ କ୍ରୁଟ କର୍ତ୍ତୁପକ୍ଷ ଏନେଇ ହାତ ଟେକିଦେଇଛନ୍ତି । ଭୌଗୋଳିକ ସ୍ଥିତି, ଭିତ୍ତିଭୂମି ଓ ନିର୍ଦ୍ଦିଷ୍ଟ ସାଇକେଲ ଟ୍ରାକର ଅଭାବ, ବଡ ଗାଡି ଯାଉଥିବା ରାସ୍ତାରେ ସାଇକେଲ ଚଲାଇବା, ଭିନ୍ନ ଭିନ୍ନ ସାଇକେଲା ପାଇଁ ଭିନ୍ନ ଆପ୍ ଏବଂ ପାଣିପାଗ ଭିତ୍ତିକ ଆଦି କାରଣରୁ ସ୍ମାର୍ଟ ସିଟିରେ ମୋ ସାଇକେଲ ଅଲୋଡ଼ା ହୋଇଯାଉଥିବା ଦର୍ଶାଇଛନ୍ତି । ତେବେ ଆଗାମୀ ଶୀତ ଦିନରେ ପର୍ଯ୍ୟଟକ ବଢ଼ିବା ସହ ଏହାର ଚାହିଦା ବଢ଼ିବାର ସମ୍ଭାବନା ରହିଛି । ଏହାସହ ସଂପୃକ୍ତ କଂପାନୀ ଗୁଡ଼ିକ ମାଧ୍ୟମରେ ନିୟମିତ ରକ୍ଷଣାବେକ୍ଷଣା କରିବାକୁ କହିଛନ୍ତି କ୍ରୁଟ୍ ପ୍ରଶାସନ ବିଭାଗର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜିପିଏସ ସୁବିଧା ଥାଇ ମଧ୍ୟ ସଂପୃକ୍ତ ସାଇକେଲକୁ କାହିଁକି ଟ୍ରାକିଂ କରାଯାଉନାହିଁ ? କାହିଁକି ଏଣେତେଣେ ମାସ ମାସ ଧରି ପଡିରହୁଛି ସାଇକେଲ୍ ? ପ୍ରତି ଦୁଇ ଦିନରେ ରକ୍ଷଣାବେକ୍ଷଣା କରିବାକୁ ସଂପୃକ୍ତ କଂପାନୀକୁ ଦାୟିତ୍ୱ ଦିଆଯାଇଥିବା ବେଳେ କାହିଁକି ସାଇକେଲର ଅବସ୍ଥା ଶୋଚନୀୟ ? ପ୍ରଚାର ପ୍ରସାର କରିବାରେ ପ୍ରଶାସନ ବିଫଳ ହେଲା କି ?

ତେବେ ସର୍ବୋପରେ ଜନସାଧାରଣଙ୍କ ମଧ୍ୟ ଏନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି, ମୋ ସାଇକେଲକୁ ନିଜ ସାଇକେଲ ପରି ବ୍ୟବହାର କରି ନିର୍ଦ୍ଦାରିତ ସ୍ଥାନରେ ରଖିଲେ, ସମ୍ଭବତଃ ଅନେକ ସମସ୍ୟା ସମାଧାନ ହୋଇପାରିବ ।