ମୋବାଇଲ ଆପ ଜରିଆରେ ବିଶ୍ୱ ବଜାରକୁ କବଜା କରୁଛି ଚୀନ !
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର : ଲକ୍ ଡ଼ାଉନ ଚାଲିଛି । ସାମାଜିକ ଦୂରତା ବଜାୟ ସହ ଘରେ ରହି ଲୋକ କାମ କରୁଛନ୍ତି । ଅଫିସ୍ ମାର୍କେଟିଂ, ଅନ୍ ଲାଇନ କ୍ଲାସ ପାଇଁ ଭିଡିଓ କନଫରେନିଂ କରାଯାଉଛି । ଘରେ ରହି ସମସ୍ତେ ଭିଡ଼ିଓ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି । ଏହା ବ୍ୟତୀତ ମନୋରଂଜନ ପାଇଁ ଭିନ୍ନ ଭିନ୍ନ App ଡ଼ାଉନଲୋଡ଼୍ କରୁଛନ୍ତି । ମାର୍ଚ୍ଚ ମାସରେ ଜୁମ ଆପ(zoom)କୁ ବହୁଳ ମାତ୍ରାରେ ଡ଼ାଉନଲୋଡ଼ କରାଗଲା । ZOOM ଆପର ପପୁଲାରିଟି ମଧ୍ୟ ବଢିଲା । ମନୋରଂଜନ ପାଇଁ ବ୍ୟହହୃତ ଏହି ପ୍ଲାଟଫର୍ମ ଆଦୌ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ପ୍ରକାଶ ପାଇଲା । ଏଭଳି ଆପ୍ ଦ୍ୱାରା ପ୍ରାଇଭେସି ଲିକ୍ ହେବାର ଯଥେଷ୍ଟ ଆଶଙ୍କା ରହିଛି । Ministry of Electronics and Information Technologyର କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍(CERT-In) zoom ଆପ୍ ଡ଼ାଉନଲୋଡ଼ ନକରିବାକୁ ନିର୍ଦ୍ଦେଶାବଳୀ ଜାରି କଲେ ।
ZOOMର ଚୀନ କନେକ୍ସନ୍ : ୨୦୧୧ ମସିହାରେ ଏରିକ୍ ୟୁବାନ ZOOM ଆପର ଆବିଷ୍କାର କରିଥିଲେ । ସେ ଚୀନର ବାସିନ୍ଦା । ୧୯୯୭ରେ ସେ ଆମେରିକାକୁ ଚାଲି ଯାଇଥିଲେ । ସେଠାରେ ଏକ କଂପାନୀରେ CEO ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ZOOMର ମୁଖ୍ୟାଳୟ ଆମେରିକାରେ ରହିଛି । ଚୀନରେ ଏହାର ୩ଟି ଶାଖା ରହିଛି । ତେବେ Zoomର ଅନେକ ଭିଡ଼ିଓ କଲର ଡ଼ାଟା ଚୀନକୁ ଡାଇଭର୍ଟ ହୋଇଛି । Zoom ମଧ୍ୟ ନିଜ ଭୁଲକୁ ସ୍ୱୀକାର କରିଛି । ବିଜନେସ ଲାଇନର ରିପୋର୍ଟ ଅନୁସାରେ ଭାରତରେ ବ୍ୟବହୃତ ୧୦୦ ଆପ୍ସ ମଧ୍ୟରୁ ୪୪ ଆପ୍ସ ଚୀନର ରହିଛି ।
TIKTOK : ଅଳ୍ପ ଦିନ ମଧ୍ୟରେ TIKTOK ଆପର ଲୋକପ୍ରିୟତା ବଢିଛି । ଯିବପିଢୀଙ୍କ ମଧ୍ୟରେ ଏହାର ଚାହିଦା ରହିଛି ।ଏଭଳି ଏକ ସର୍ଟ ଭିଡ଼ିଓ ମେକିଂ ଆପ୍ ଚୀନର ByteDance କଂପାନୀର ଅଟେ । ୨୦୧୨ ମସିହାରୁ ଏହି କଂପାନୀର ଆଜି ଯାଏଁ ଅନେକ ସୋଶିଆଲ୍ ନେଟୱର୍କିଂ ଆପ୍ସ ଚଲାଉଛି ।୨୦୧୯ ମସିହାରେ ଭାରତରେ Tiktok ବ୍ୟାନ୍ ହେବା ପରେ ଅସନ୍ତୋଷର ଝଡ଼ ଉଠିଥିଲା । ଯୁବପିଢୀଙ୍କ ଉପରେ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହୋଇଥିଲା ।
HELO : ଏହି ଆପର ମାଲିକ ମଧ୍ୟ ByteDance । ଜୁନ୍ ୨୦୧୮ ମସିହାରେ ଏହାକୁ ଲଞ୍ଚ କରାଯାଇଥିଲା ।ଏହା ମଧ୍ୟ ଏକ ସୋସିଆଲ୍ ନେଟୱର୍କିଂ ଆପ୍ ଅଟେ । ୧୪ ଭାଷାରେ ଏହା ଭାରତରେ ଉପଲବ୍ଧ ଅଛି । ଏଥିରେ ଟ୍ରେଣ୍ଡସ୍, ଖବର, ଜୋକ୍,ମେମେ ଓ କୋଟ୍ସ ଆଦି ରହିଛି । ଭାରତରେ Helo ଆପର ୪ କୋଟିରୁ ଅଧିକ ୟୁଜର୍ସ ରହିଛନ୍ତି ।
Likee : ଏହା ମଧ୍ୟ ଏକ ସର୍ଟ ଭିଡ଼ିଓ ମେକିଂ ଆପ୍ ଅଟେ । ବିଭିନ୍ନ ପ୍ରକାର ଇଫେକ୍ଟସ ଓ ଏଡିଟିଂ Tools ଦେଇଥାଏ । ୨୦୧୯ ମସିହାରେ ଗୋଟିଏ ମାସରେ ଏହାର ୟୁଜର୍ସଙ୍କ ସଂଖ୍ୟା ରହିଲା ୮କୋଟି । ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ୨୦୧୯ ସେପ୍ଟେମ୍ବରରେ ଏଥିରେ Paremtal control ଯୋଡ଼ାଗଲା ।
UC NEWS : ଏହା UCWeB Inc.ର ପ୍ରଡ଼କ୍ଟ ଅଟେ । ଏହା ଚୀନର ଅଲିବାବା ଗ୍ରୁପର ଅଂଶ ଅଟେ । ଏହି ଆପ୍ ଅଲଗା ମଧ୍ୟ ଆସିଥାଏ ଓ UC Browser ସହିତ କ୍ଲିକ୍ ହୋଇଥାଏ । UC Browser, ଡ଼ାଟା ଓ ପ୍ରାଇଭେସିକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମଧ୍ୟ ଉଠାଇଥାଏ । UCNEW ରାଜନୀତି, କ୍ରୀଡ଼ା,ସିନେମା, ଟେକ୍ନୋଲୋଜି, ଲାଇଫଷ୍ଟାଇଲର ଖବର ପରିବେଷଣ କରିଥାଏ । ଭାରତରେ ଏହା ହିନ୍ଦୀ-ଇଂରାଜୀ ବ୍ୟତୀତ ୧୫ଟି ଭାଷାରେ ଉପଲବ୍ଧ ଅଛି ।
Beauty Plus : ବିଶ୍ବରେ ଏହି ଆପର ୩୦ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ସେଲ୍ଫି କ୍ୟାମେରା ସହିତ ଫୋଟୋ ଏଡ଼ିଟିଂ ମଧ୍ୟ ଏଥିରେ ହୋଇଥାଏ । ଏଥିରେ ଅନେକ ପ୍ରକାର ଫିଚର ରହିଛି । ଏହାକୁ ବ୍ୟବହାର କରି ଚେହେରାକୁ ବଦଳାଯାଇପାରେ ।ଏଥିରେ ଫନି Emoji ମଧ୍ୟ ରହିଛି ।
ଏହା ବ୍ୟତୀତ Virus Cleaner ( Hi Security Lab), 360 Security, DU Battery Saver, DU Cleaner, ES File Explorer, Photo wonder, QQ International, Mi Store ଭଳି ଚାଇନିଜ ଆପ୍ ମଧ୍ୟ ଭାତରକେ ପପୁଲାର୍ ଅଟେ ।