close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବିଦ୍ୟୁତ ଚୋରି ରୋକିବ ମୋବାଇଲ ଆପ

ବିଦ୍ୟୁତ ଚୋରି ରୋକିବା ପାଇଁ ମୋବାଇଲ ଆପ ବିକଶିତ କରିଛନ୍ତି ନୟାଗଡର ଶରଣକୁଳ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଯୁବକ ଜ୍ଞାନରଞ୍ଜନ ପଣ୍ଡା ।

ବିଦ୍ୟୁତ ଚୋରି ରୋକିବ ମୋବାଇଲ ଆପ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୁଚିତ୍ରା ସେଣ୍ଢ, ନୟାଗଡ଼: ବିଦ୍ୟୁତ ଚୋରି ରୋକିବା ପାଇଁ ମୋବାଇଲ ଆପ ବିକଶିତ କରିଛନ୍ତି ନୟାଗଡର ଶରଣକୁଳ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଯୁବକ ଜ୍ଞାନରଞ୍ଜନ ପଣ୍ଡା । ଏହି ଅ।ପ ମଧ୍ୟରେ ବିଦ୍ୟୁତ ଉପଭୋକ୍ତା ମାନେ ଉତ୍ତମ ସେବା ମଧ୍ୟ ପାଇପାରିବେ । ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଜଣେ ଯୁବ ବିଦ୍ୟୁତ କର୍ମଚାରୀ ତିଆରି କରିଛନ୍ତି ଗୁଗୁଲ ଆପ । ମୋବାଇଲ ଆପ ମାଧ୍ୟମରେ ବିଦ୍ୟୁତ କର୍ମଚାରୀ ଜଣଙ୍କ ପ୍ରସ୍ତୁତ କରିଛନ୍ତି ବିଦ୍ୟୁତ ବଣ୍ଟନ ମାନଚିତ୍ର । ଏହି ଆପ ଦ୍ଵାରା ବିଦ୍ୟୁତ ଦୁର୍ଘଟଣା ଓ ତ୍ରୁଟି ଭଳି ସମସ୍ୟାକୁ ସହଜ ଓ ସୁବିଧାରେ ସମାଧାନ କରାଯାଇ ପାରିବ । ଏଥି ସହ ବିଦ୍ୟୁତ ଚୋରିକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଏଭଳି ଅ।ଧୁନିକ ଜ୍ଞାନ କୈାଶଳ ଦ୍ଵାରା ଏକ ମୋବାଇଲ ଅ।ପକୁ ବିକଶିତ କରି ଚର୍ଚ୍ଚିତ ହୋଇଛନ୍ତି ଶରଣକୁଳ ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଜ୍ଞାନରଞ୍ଜନ ପଣ୍ଡା  ।

ଅ।ଧୁନିକ ଜ୍ଞାନ କୌଶଳ ଦ୍ଵାରା ଏକ ମୋବାଇଲ ଆପ ବିକଶିତ କରି ବେଶ ଚର୍ଚ୍ଚିତ ହୋଇଛନ୍ତି ନୟାଗଡ ଶରଣକୁଳ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଯୁବକ ଜ୍ଞାନରଞ୍ଜନ ପଣ୍ଡା ।  ଯେଉଁ ଆପର ବିଦ୍ୟୁତ ବଣ୍ଟନ ମାନଚିତ୍ର ମାଧ୍ୟମରେ ସହଜ ଓ ସୁବିଧାରେ ସେବା ଉପଲବ୍ଧ ହୋଇପାରିବ । ଏହି ଅ।ପ ମାଧ୍ୟମରେ କର୍ମଚାରୀ ହୁଅନ୍ତୁ ଓ ଉପଭୋକ୍ତା ନିଜର ତଥା ନିଜ ଅଞ୍ଚଳର ବିଦ୍ୟୁତ ସମସ୍ୟା ସମ୍ପର୍କରେ ଜାଣିବା ସହ ଅଭିଯୋଗ କରିପାରିବେ । କେବଳ ସେତିକି ନୁହେଁ ବିଦ୍ୟୁତ ସମସ୍ୟା କେଉଁ ସ୍ଥାନରେ ହୋଇଛି ତାହା ମଧ୍ୟ ସହଜରେ ଜାଣିପାରିବେ । ଜ୍ଞାନଙ୍କ କହିବା କଥା ସବୁ ସରକାରୀ ବିଭାଗର ମାନଚିତ୍ର ଥିବା ବେଳେ ବିଦ୍ୟୁତ ବିଭାଗର କୌଣସି ମାନଚିତ୍ର ନାହିଁ । ତେଣୁ ସେ କିଛିଦିନ ହେବ ଏ ଦିଗରେ ଚିନ୍ତାକରି ସେ କାର୍ଯ୍ୟ ଅ।ରମ୍ଭ କରିଥିଲେ । ସେ କାର୍ଯ୍ୟ କରୁଥିବା ଅଞ୍ଚଳରେ ୧୪ଶହ  ବିଦ୍ୟୁତ ଉପଭୋକ୍ତା, ୫୫୦ ଖୁଣ୍ଟ, ଓ ୪୨ଟି ଟ୍ରାନ୍ସଫର୍ମର ରହିଛି । ବିଦ୍ୟୁତ ବଣ୍ଟନ ମାନଚିତ୍ର ଦ୍ଵାରା ପ୍ରତ୍ୟେକ ବିଦ୍ୟୁତଖୁଣ୍ଟ, ଟ୍ରାନ୍ସଫର୍ମର ,ସବଷ୍ଟେସନ,ଉପଭୋକ୍ତାଙ୍କ ସଠିକ ଲୋକେସନ ଜାଣିହେବ । ଫଳରେ ବୈଦ୍ୟୁତିକ ଦୁର୍ଘଟଣା ଓ ତ୍ରୁଟିଥିବା ସ୍ଥାନରେ ବିଦ୍ୟୁତ କର୍ମଚାରୀ ଶୀଘ୍ର ପହଞ୍ଚିପାରିବେ । ସେହିପରି ବିଦ୍ୟୁତ ବିଲ ପୈଠ କରୁନଥିବା ଓ ବିଲ ବକେୟା ସମ୍ପର୍କରେ ସହଜରେ ଜାଣିହେବ । ଏହାଦ୍ଵାରା କର୍ମଚାରୀ ଓ ଭିଜିଲାନ୍ସ ଗ୍ରୁପ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇପାରିବେ । ତେଣୁ ଏହି ଆପ ମାନଚିତ୍ର ସବୁ କର୍ମଚାରୀ ଓ ଉପଭୋକ୍ତାଙ୍କୁ ସହାୟକ ହେବା ସହିତ ବିଦ୍ୟୁତ ବିଭାଗରେ ସ୍ଵଛତା ଅ।ଣିପାରିବ ବୋଲି ଜ୍ଞାନରଞ୍ଜନ କହିଛନ୍ତି ।

ଜ୍ଞାନଙ୍କ ଘର କଟକ ଜିଲ୍ଲା ବାଲିଶକ୍ତି ଗାଁରେ । ସେ ୨୦୧୨ରୁ ସେସୁ ବିଭାଗରେ ଯୋଗଦେଇ ଏବେ ଶରଣକୁଳ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରିଆସୁଛନ୍ତି । ତେବେ ଜ୍ଞାନଙ୍କ ଏପରି ଗୁଗୁଲ ଆପ ମାଧ୍ୟମରେ ବିଦ୍ୟୁତ ମାନଚିତ୍ରକୁ ବରିଷ୍ଠ  ବିଦ୍ୟୁତ ବିଭାଗ ଯନ୍ତ୍ରୀ ମାନେ ପ୍ରଶଂସା କରିଛନ୍ତି । ଏହାଦ୍ଵାରା ବିଦ୍ୟୁତ ବିଭାଗର ବହୁ ସମସ୍ୟା ସମାଧାନ ହେବାସହ ବିଦ୍ୟୁତ ଚୋରିକୁ ମଧ୍ୟ ରୋକାଯାଇ ପାରିବ ବୋଲି ସେମାନେ ମତ ଦେଇଛନ୍ତି । ସେପଟେ ସାଇବର ଏକ୍ସପର୍ଟ ମାନେ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି ।

ଉତ୍ତମ ବିଦ୍ୟୁତ ସେବା ଯୋଗାଇବା ଓ ବିଦ୍ୟୁତ ଚୋରି ରୋକିବା ଦିଗରେ ବିଦ୍ୟୁତ ବିଭାଗ ଚିନ୍ତାରେ ଥିବା ବେଳେ ଜ୍ଞାନରଞ୍ଜନଙ୍କ ଏହି ମୋବାଇଲ ଆପ ବେଶ ସହାୟକ ହେବ ବୋଲି ଅ।ଶା କରାଯାଉଛି ।